ଭାରତ ଓ ଏହି ଦୁଇ ଦେଶ କେବଳ କରୋନା ସହ ଲଢ଼ିବାର କ୍ଷମତା ରଖିଛନ୍ତି ବୋଲି କହିଲା ହୁ’

ଜେନେଭା: ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୩ ରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତ ସମ୍ପର୍କରେ ବଡ଼ ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଏହି ୩ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏମାନେ କରୋନା ସହ ଲଢ଼ିବାର କ୍ଷମତା ରଖିଛନ୍ତି ବୋଲି ହୁ’ ପକ୍ଷରୁ କୁହାଯାଇଛି। ହୁ’ର ବୈଜ୍ଞାନିକ ଡା ମାଇକ ରୟନ କହିଛନ୍ତି, ଏହି ୩ ଦେଶ ଶକ୍ତିଶାଳୀ, ଏମାନଙ୍କ ପାଖରେ ଇଚ୍ଛା ଶକ୍ତି ଓ ଗଣତନ୍ତ୍ର ରହିଛି। ଏମାନଙ୍କ […]

y

Hemant Lenka
  • Published: Friday, 24 July 2020
  • , Updated: 24 July 2020, 12:19 PM IST

ଜେନେଭା: ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ବିଶ୍ୱର ୩ ରାଷ୍ଟ୍ର ଆମେରିକା, ବ୍ରାଜିଲ ଓ ଭାରତ ସମ୍ପର୍କରେ ବଡ଼ ବୟାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’)। ଏହି ୩ ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଏମାନେ କରୋନା ସହ ଲଢ଼ିବାର କ୍ଷମତା ରଖିଛନ୍ତି ବୋଲି ହୁ’ ପକ୍ଷରୁ କୁହାଯାଇଛି।

ହୁ’ର ବୈଜ୍ଞାନିକ ଡା ମାଇକ ରୟନ କହିଛନ୍ତି, ଏହି ୩ ଦେଶ ଶକ୍ତିଶାଳୀ, ଏମାନଙ୍କ ପାଖରେ ଇଚ୍ଛା ଶକ୍ତି ଓ ଗଣତନ୍ତ୍ର ରହିଛି। ଏମାନଙ୍କ ପାଖରେ ରୋଗ ସହ ଲଢ଼ିବାର ଅନ୍ତର୍ନିହିତ କ୍ଷମତା ବି ରହିଛି। ତେଣୁ ସେମାନେ କରୋନାକୁ ମାତ୍ ଦେଇ ବିଜୟୀ ହୋଇପାରିବେ। ବର୍ତ୍ତମାନ ଏହି ୩ ଦେଶରେ ଦ୍ରୁତଗତିରେ ସଂକ୍ରମଣ ବଢ଼ୁଛି। ହେଲେ ଆମର ଆଶା ସେମାନେ ନିଶ୍ଚିତ ଭାବେ ଏହାକୁ ମାତ୍ ଦେଇ ଆଗକୁ ବଢ଼ିବେ ବୋଲି ସେ କହିଛନ୍ତି।

ଆମେରିକା ସ୍ଥିତି ସବୁଠାରୁ କରୋନା ଯୋଗୁ ଦୟନୀୟ ହୋଇଛି। ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର୍ କଲାଣି। ପ୍ରତିଘଣ୍ଟାରେ ହାରାହାରି ୨୬ଶହ ପଜିଟିଭ କେସ୍ ଦେଶରେ ରେକର୍ଡ କରାଯାଉଛି।

Related story