Advertisment

ଛୁଆ ଜନ୍ମରେ ଏକ ନମ୍ବର ହେବ ଭାରତ, ଚାଇନାକୁ ପଛରେ ପକାଇବ

ନୂଆଦିଲ୍ଲୀ: ଛୁଆ ଜନ୍ମରେ ଭାରତ ହେବ ଏକ ନମ୍ବର। ଆସନ୍ତା ବର୍ଷ ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇବ ଭାରତ। ଏବେ ଜନସଂଖ୍ୟାର ପ୍ରଥମ ସ୍ଥାନରେ ରହିଛି ଚାଇନା। ଏହି ଦେଶର ମୋଟ ଜନସଂଖ୍ୟା ୧.୪୪ ଆରବ ରହିଛି। ଯେତେବେଳେ କି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ମୋଟ ଜନସଂଖ୍ୟା ୧.୩୯ ରହିଛି। ବିଶ୍ୱର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ ଚାଇନାର ହୋଇଥିବା ବେଳେ ୧୮ ପ୍ରତିଶତ ଭାରତର। ହେଲେ ଆଗକୁ ଏହି ସ୍ଥିତି ରହିବନି। ମିଳିତ […]

ଅଦ୍ୟତନ ହୋଇଛି
ଛୁଆ ଜନ୍ମରେ ଏକ ନମ୍ବର ହେବ ଭାରତ, ଚାଇନାକୁ ପଛରେ ପକାଇବ

fff

Advertisment

ନୂଆଦିଲ୍ଲୀ: ଛୁଆ ଜନ୍ମରେ ଭାରତ ହେବ ଏକ ନମ୍ବର। ଆସନ୍ତା ବର୍ଷ ଜନସଂଖ୍ୟାରେ ଚାଇନାକୁ ପଛରେ ପକାଇବ ଭାରତ। ଏବେ ଜନସଂଖ୍ୟାର ପ୍ରଥମ ସ୍ଥାନରେ ରହିଛି ଚାଇନା। ଏହି ଦେଶର ମୋଟ ଜନସଂଖ୍ୟା ୧.୪୪ ଆରବ ରହିଛି। ଯେତେବେଳେ କି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ମୋଟ ଜନସଂଖ୍ୟା ୧.୩୯ ରହିଛି। ବିଶ୍ୱର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ ଚାଇନାର ହୋଇଥିବା ବେଳେ ୧୮ ପ୍ରତିଶତ ଭାରତର। ହେଲେ ଆଗକୁ ଏହି ସ୍ଥିତି ରହିବନି। ମିଳିତ ଜାତିସଂଘ(ୟୁଏନ୍) ରିପୋର୍ଟ ମୁତାବକ ୨୦୨୩ ମସିହା ସୁଦ୍ଧା ଭାରତର ଜନସଂଖ୍ୟା ବଢ଼ି ଚାଇନା ଠାରୁ ଅଧିକ ହୋଇଯିବ। ୨୦୧୯ ମସିହାରରୁ ୨୦୫୦ ମସିହା ଭିତରେ ଚାଇନାରେ ୩.୧୪ କୋଟି ଅର୍ଥାତ୍ ୨.୨ ପ୍ରତିଶତ ଲୋକସଂଖ୍ୟା କମିଯିବ।

Advertisment

ଆଜି ବିଶ୍ୱଜନସଂଖ୍ୟା ଦିବସ ଥିବା ବେଳେ ମିଳିତ ଜାତିସଂଘ ଏହି ରିପୋର୍ଟ ଜାରି କରିଛି। ଏଥିରେ ଉଲ୍ଲେଖ କରାଯାଇଛି, ୨୦୨୨ ନଭେମ୍ବର ୧୫ ତାରିଖ ସୁଦ୍ଧା ବିଶ୍ୱର ଲୋକସଂଖ୍ୟା ୮ ଆରବ ହୋଇଯିବା ଅନୁମାନ କରାଯାଉଛି। ମହାଦେଶ ଅନୁସାରେ ନଜର ପକାଇଲେ ଏସିଆ ମହାଦେଶରେ ସବୁଠାରୁ ଅଧିକ ଲୋକ ବସବାସ କରୁଛନ୍ତି। ଏହି ମହାଦେଶର ଲୋକସଂଖ୍ୟା ୪.୭ ଆରବ। ଯାହା ବିଶ୍ୱର ୬୧ ପ୍ରତିଶତ।

ଏହା ପରେ ଯଥାକ୍ରମେ ଆଫ୍ରିକା ମହାଦେଶର ଜନସଂଖ୍ୟା ୧.୩ ଆରବ ଅର୍ଥାତ୍ ୧୭ ପ୍ରତିଶତ ରହିଛି, ୟୁରୋପର ଜନସଂଖ୍ୟା ୧.୩ ଆରବ ଅର୍ଥାତ୍ ୧୦ ପ୍ରତିଶତ, ଲାଟିନ ଆମେରିକା ଏବଂ କାରବିଆନ୍ ଦେଶର ଜନସଂଖ୍ୟା ୬୫ କୋଟି ଅର୍ଥାତ୍ ୮ ପ୍ରତିଶତ, ଉତ୍ତର ଆମେରିକା ଜନସଂଖ୍ୟା ୩୭ କୋଟି, ଓସେନିଆର ଲୋକ ସଂଖ୍ୟା ୩୭ କୋଟି ଅର୍ଥାତ୍ ୪.୩ କୋଟି ରହିଛି।

Advertisment

ମିଳିତ ଜାତସଂଘର ସାମାଜିକ ବ୍ୟାପାର ବିଭାଗର ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା ୧୯୫୦ ପରେ ଧିମାଗତିରେ ବଢ଼ୁଛି। ପୂର୍ବାନୁମାନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ମସିହା ବେଳକୁ ୮.୫ ଆରବ ହୋଇଯିବ। ୨୦୫୦ ମସିହା ସୁଦ୍ଧା ଏହା ୯.୭ ଆରବ ଏବଂ ୨୦୮୦ ମସିହା ସୁଦ୍ଧା ୧୦.୪ ଆରବ ଛୁଇଁବ। ତେବେ ଏହା ପରଠାରୁ ୨୧୦୦ ମସିହା ପର୍ଯ୍ୟନ୍ତ ଜନସଂଖ୍ୟା ଏହି ସ୍ତରରେ ରହିବ।

ବିକାଶଶୀଳ ଦେଶରେ ଶିଶୁ ଜନ୍ମ ପ୍ରତିଶତ କମିବାରେ ଲାଗିଛି। ଯେତେବେଳେ କି କିଛି ଦେଶରେ ଏହା ବଢ଼ୁଛି। ଜନସଂଖ୍ୟା ବଢ଼ିବାରେ ୮ ଦେଶର ଯୋଗଦାନ ସବୁଠାରୁ ଅଧିକ ରହିବ। ସେଗୁଡ଼ିକ ହେଉଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ ଏବଂ ତାଞ୍ଜାନିଆ ଅନ୍ତର୍ଭୁକ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe