କରୋନା ପ୍ରଭାବ, ଦୁଇ ମାସ ବିଳମ୍ୱରେ ଭାରତ ପହଞ୍ଚିବ ରାଫେଲ୍

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଥିବା ୪ ରାଫେଲ୍ ବିମାନ ଜୁଲାଇରେ ପହଞ୍ଚିବ। କରୋନା ମହାମାରୀ ପାଇଁ ଦୁଇ ମାସ ବିଳମ୍ୱରେ ଏହି ଲଢ଼ୁଆ ବିମାନ ବାୟୁସେନାରେ ସାମିଲ୍ ହେବ ବୋଲି ଜଣାପଡ଼ିଛି। ଭାରତର ରିଲାଏନ୍ସ ଏବଂ ଫ୍ରାନ୍ସର ଡାସୋଲ୍ଟ ରାଫେଲ୍ କମ୍ପାନୀ ମିଶି ଏହି ଲଢ଼ୁଆ ବିମାନ ନିର୍ମାଣ କରିଛନ୍ତି। ମହାମାରୀ ପାଇଁ ଉଭୟ ଫ୍ରାନ୍ସ ଏବଂ ଭାରତ ଲକଡାଉନ୍ ରହିଥିବାରୁ ରାଫେଲ୍ ବିମାନ ପହଞ୍ଚିବାରେ ବିଳମ୍ୱ ହୋଇଥିବା ସୂଚନା […]

dssault raffale

dssault raffale

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 04:00 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ମାସ ଶେଷରେ ଭାରତୀୟ ବାୟୁସେନାରେ ସାମିଲ୍ ହେବାକୁ ଥିବା ୪ ରାଫେଲ୍ ବିମାନ ଜୁଲାଇରେ ପହଞ୍ଚିବ। କରୋନା ମହାମାରୀ ପାଇଁ ଦୁଇ ମାସ ବିଳମ୍ୱରେ ଏହି ଲଢ଼ୁଆ ବିମାନ ବାୟୁସେନାରେ ସାମିଲ୍ ହେବ ବୋଲି ଜଣାପଡ଼ିଛି। ଭାରତର ରିଲାଏନ୍ସ ଏବଂ ଫ୍ରାନ୍ସର ଡାସୋଲ୍ଟ ରାଫେଲ୍ କମ୍ପାନୀ ମିଶି ଏହି ଲଢ଼ୁଆ ବିମାନ ନିର୍ମାଣ କରିଛନ୍ତି। ମହାମାରୀ ପାଇଁ ଉଭୟ ଫ୍ରାନ୍ସ ଏବଂ ଭାରତ ଲକଡାଉନ୍ ରହିଥିବାରୁ ରାଫେଲ୍ ବିମାନ ପହଞ୍ଚିବାରେ ବିଳମ୍ୱ ହୋଇଥିବା ସୂଚନା ରହିଛି।

ଏହି ଚାରି ଲଢ଼ୁଆ ବିମାନ ଫ୍ରାନ୍ସରୁ ଉଡ଼ାଣ ଭରି ଭାରତର ଆମ୍ୱାଲା ଏୟାରବେସକୁ ଆସିବ। ଭାରତ ଆସିବା ବେଳେ ରାସ୍ତାରେ ୟୁଏଇରେ ଏହି ଲଢ଼ୁଆ ବିମାନ ବିଶ୍ରାମ ନେବ। ଏହି ସମୟରେ ଇଣ୍ଡିଆନ୍ ଓଏଲର ଆଇଲ-୭୮ ଟ୍ୟାଙ୍କର ରାଫେଲ୍ ବିମାନରେ ତେଲ ଭରିବ। ଫ୍ରାନ୍ସରୁ ଏହି ଲଢୁଆ ବିମାନ ସିଧା ଭାରତ ଆସି ପାରିବ। ହେଲେ ବିମାନରେ ଥିବା କୋକପିଟରେ ୧୦ ଘଣ୍ଟାରୁ ଅଧିକ ସମୟ ବିତାଇବା କଷ୍ଟକର ହୋଇଥିବାରୁ ମଝିରେ ଏହି ବିମାନ ବିଶ୍ରାମ ନେବ। ଏହି ବିମାନ ଚଳାଇବା ପାଇଁ ଭାରତ ନିଜର ୭ ପାଇଲଟଙ୍କୁ ଫ୍ରାନ୍ସ ପଠାଇଛି ପ୍ରଶିକ୍ଷଣ ପାଇଁ। ଏବେ ସମସ୍ତ ପାଇଲଟ୍ ପ୍ରଶିକ୍ଷଣ ଶେଷ କରିସାରିଛନ୍ତି। ଲକଡାଉନ୍ ଶେଷ ହେବା ପରେ ଆଉ ଗୋଟିଏ ବ୍ୟାଚର ପାଇଲଟ୍ ପ୍ରଶିକ୍ଷଣ ପାଇଁ ଫ୍ରାନ୍ସ ଯିବେ ବୋଲି ଜଣାପଡ଼ିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଫେଲ୍ ଜେଟ୍ ଜୁଲାଇ ମାସ ଶେଷ ବେଳକୁ ଆମ୍ୱାଲା ଏୟାରବେସରେ ପହଞ୍ଚିବ। ଏହି ଲଢ଼ୁଆ ବିମାନରେ ତିନୋଟି ଦୁଇଟି ସିଟ୍ ଏବଂ ଗୋଟିଏ ପାଇଲଟ୍ ସିଟ୍ ରହିଛି। ଭାରତ ଫ୍ରାନ୍ସ ସହିତ ମିଶି ୩୬ଟି ରାଫେଲ୍ ବିମାନ କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସେପ୍ଟେମ୍ୱର ୨୦୧୬ରେ ୬୦ ହଜାର କୋଟି ଟଙ୍କାରେ ୩୬ଟି ରାଫେଲ୍ ବିମାନ କିଣିବା ପାଇଁ ଭାରତ ଫ୍ରାନ୍ସ ସହିତ ଚୁକ୍ତି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos