୨୦୨୧ରେ ଭାରତକୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଭାରତର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଆଶା କରାଯାଉଥିଲା ଯେ କରୋନା ଟିକା ନଭେମ୍ବର ସୁଦ୍ଧା ଭାରତ ପାଖରେ ପହଞ୍ଚି ଯିବ। ହେଲେ ଏବେ ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ। କିନ୍ତୁ ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ ପଞ୍ଜୀକୃତ ଟିକା ପହଞ୍ଚି ସାରିଥିବ। ସେହିପରି ପୁଣେ ସ୍ଥିତ […]

d

Hemant Lenka
  • Published: Friday, 28 August 2020
  • , Updated: 28 August 2020, 02:37 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁ ଭାରତର ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଆଶା କରାଯାଉଥିଲା ଯେ କରୋନା ଟିକା ନଭେମ୍ବର ସୁଦ୍ଧା ଭାରତ ପାଖରେ ପହଞ୍ଚି ଯିବ। ହେଲେ ଏବେ ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ। କିନ୍ତୁ ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ ପଞ୍ଜୀକୃତ ଟିକା ପହଞ୍ଚି ସାରିଥିବ।

ସେହିପରି ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ବିପୁଳ ସଂଖ୍ୟାରେ କରୋନା ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଯାଇଥିବ ବୋଲି Bernstein Research ପକ୍ଷରୁ ରିପୋର୍ଟ ପ୍ରକାଶ କରାଯାଇଛି।

ଆମେରିକାର ଏହି ସଂସ୍ଥା ତା’ ରିପୋର୍ଟରେ କହିଛି ଯେ ବିଶ୍ୱରେ କରୋନାକୁ ମାତ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଟିକା ମଧ୍ୟରୁ ୪ଟିକୁ ୨୦୨୦ ଶେଷ କିମ୍ବା ୨୦୨୧ ବେଳକୁ ମଞ୍ଜୁରୀ ମିଳିଯିବ। ଭାରତ ପାଖରେ ସହଯୋଗ ଭିତ୍ତିରେ ଦୁଇଟି କରୋନା ଟିକା ରହିଛି। ପ୍ରଥମଟି ହେଲା AZ/Oxfordର ଭାଇରାଲ ଭେକ୍ଟର ଟିକା ଓ ଦ୍ୱିତୀୟଟି ହେଲା ନୋଭାକ୍ସିନର ପ୍ରୋଟିନ ସବ ୟୁନିଟ ଟିକା।

ଏହି ଦୁଇ ଟିକାର ଫେଜ-୧ ଓ ଫେଜ-୨ ଟ୍ରାଏଲରେ ଉତ୍ସାହଜନକ ଫଳ ମିଳିଛି। ଏହି ଟିକା ସୁରକ୍ଷିତ ରହିଥିବା ବେଳେ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସହାୟକ ହେଉଛି। ଏହି ଦୁଇ ଟିକା ବଜାରରେ ପ୍ରବେଶ କରିବା ପରେ ଜଣେ ବ୍ୟକ୍ତି ଏଥି ମଧ୍ୟରୁ ଗୋଟିଏ ଟିକାର ଦୁଇଟି ଲେଖାଏ ଡୋଜ୍‌ ୨୧ ଓ ୨୮ ଦିନ ଭିତରେ ନେବେ।

ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି ଯେ ୨୦୨୧ରେ ସଂସ୍ଥା ପକ୍ଷରୁ ୬୦୦ ମିଲିୟନ ଟିକା ପ୍ରସ୍ତୁତ କରାଯିବ। ସେହିପରି ୨୦୨୨ରେ ଏହା ୧ ବିଲିୟନ ଟିକା ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଯିବ। ଏହା ମଧ୍ୟରୁ ୪୦୦ରୁ ୫୦୦ ମିଲିୟନ କରୋନା ଟିକା ୨୦୨୧ରେ ଭାରତରେ ଉପଲବ୍ଧ ହେବ।

Related story