ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଘଟଣା, ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି।  ଶନିବାର ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତ ରବିବାର ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗା ପୂଜା ପେଣ୍ଡାଲରେ ୨୦୦ ରୁ ଅଧିକ ଲୋକ ମା’ଙ୍କର ଆଳତୀ କରୁଥିଲେ । […]

durga

  • Published: Sunday, 09 October 2022
  • , Updated: 09 October 2022, 09:58 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଏକ ଦୁର୍ଗାପୂଜା ମଣ୍ଡପରେ ନିଆଁ ଲାଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି।  ଶନିବାର ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗତ ରବିବାର ଉତ୍ତର ପ୍ରଦେଶର ଭଦୋହୀ ଜିଲ୍ଲା ଓରାଇ ନିକଟ ଏକ ଦୁର୍ଗା ପୂଜା ପେଣ୍ଡାଲରେ ୨୦୦ ରୁ ଅଧିକ ଲୋକ ମା’ଙ୍କର ଆଳତୀ କରୁଥିଲେ ।

ଏହି ସମୟରେ ହଠାତ ନିଆଁ ଲାଗିଯାଇଥିଲା । ମଣ୍ଡପରେ ଲାଗିଥିବା ଏକ  ହାଲୋଜିନ୍‌ ଅଧିକ ଉତ୍ତପ୍ତ ହୋଇ ସିଲିଂ ତରଳିବା ଆରମ୍ଭ  କରିଥିଲା। ସଙ୍ଗେ ସଙ୍ଗେ ହଠାତ ନିଆଁ ବ୍ୟାପିଯାଇଥିଲା। ସେହିପରି  ପେଣ୍ଡାଲ ଭିତରେ ଏକ ଡିଜିଟାଲ ଶୋ’ ଚାଲିଥିବା ବେଳେ ଏହାକୁ  ଦେଖିବା ପାଇଁ  ପ୍ରାୟ ୩୦୦ ଲୋକଙ୍କ ଭିଡ଼ ଜମିଥିଲ।  ନିଆଁ ଲାଗିବା ପରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ଧାଁଧଉଡ଼ ବେଳେ କିଛି ଭିଡ଼ରେ ଫସିଯାଇଥିଲେ।

ଉଦ୍ଧାର ପାଇଁ ଦମକଳ ବାହିନୀ ଆସିଥିଲେ ମଧ୍ୟ ବହୁ ବିଳମ୍ବ ହୋଯାଇଥିଲା।  ପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ  ହୋଇଥିଲା। ପ୍ରଥମେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ  ହୋଇଥିଲା। ଏଥିରେ ୭୦ ରୁ ଅଧିକ ଆହତ ହୋଇଥିଲେ।  ସ୍ଥାନୀୟ ପୁଲିସ ପୂଜାକମିଟି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି।  ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପୁଲସି ପୂଜା କମିଟି ସଦସ୍ୟଙ୍କୁ ଡାକି ପଚରାଉଉଚରା କରୁଛି।  ସେପଟେ ଆହତମାନଙ୍କୁ ଚିକିତ୍ସା ଜାରି ରହିଛି।

Related story