ଅବସ୍ଥା ଭଲ ନାହିଁ : ପୁଣି ଫେରିବ କି ଲଣ୍ଠନ ଯୁଗ ?

ମୁମ୍ବାଇ: ସୁଇଚ୍‌ ଟିପିଦେଲେ ଆଲୁଅ ଜଳୁଥିଲା। ଫ୍ୟାନ୍‌, ଟିଭି, ଏସି, ଫ୍ରିଜ୍‌କୁ ନେଇ ଯାବତୀୟ ସୁବିଧା ଉପଭୋଗ କରୁଥିଲା ମଣିଷ। ହେଲେ ଏହି ଖୁସି ଆଉ ବେଶି ଦିନ ତିଷ୍ଟି ନପାରେ। ବିଜୁଳି ଆଗକୁ ସ୍ୱପ୍ନ ପାଲଟି ଯାଇପାରେ। ତେଣୁ  ପୁଣି ଲଣ୍ଠନ ଯୁଗ ଫେରିବା ନେଇ ଚର୍ଚ୍ଚା ହେଲାଣି  ? ଦେଶରେ  କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍‌ ଯୋଗାଣ ଉପରେ ପ୍ରଭାବ ପଡ଼ିବା ଆରମ୍ଭ କଲାଣି। ମହାରାଷ୍ଟ୍ରରେ କୋଇଲା ଅଭାବ ହେତୁ ରବିବାର ରାଜ୍ୟ ଶକ୍ତି ବିଭାଗ […]

6bv

Tapas Behera
  • Published: Sunday, 10 October 2021
  • , Updated: 10 October 2021, 10:09 PM IST

ମୁମ୍ବାଇ: ସୁଇଚ୍‌ ଟିପିଦେଲେ ଆଲୁଅ ଜଳୁଥିଲା। ଫ୍ୟାନ୍‌, ଟିଭି, ଏସି, ଫ୍ରିଜ୍‌କୁ ନେଇ ଯାବତୀୟ ସୁବିଧା ଉପଭୋଗ କରୁଥିଲା ମଣିଷ। ହେଲେ ଏହି ଖୁସି ଆଉ ବେଶି ଦିନ ତିଷ୍ଟି ନପାରେ। ବିଜୁଳି ଆଗକୁ ସ୍ୱପ୍ନ ପାଲଟି ଯାଇପାରେ। ତେଣୁ  ପୁଣି ଲଣ୍ଠନ ଯୁଗ ଫେରିବା ନେଇ ଚର୍ଚ୍ଚା ହେଲାଣି  ? ଦେଶରେ  କୋଇଲା ସଙ୍କଟ ଯୋଗୁ ବିଦ୍ୟୁତ୍‌ ଯୋଗାଣ ଉପରେ ପ୍ରଭାବ ପଡ଼ିବା ଆରମ୍ଭ କଲାଣି।

ମହାରାଷ୍ଟ୍ରରେ କୋଇଲା ଅଭାବ ହେତୁ ରବିବାର ରାଜ୍ୟ ଶକ୍ତି ବିଭାଗ ବିଦ୍ୟୁତ୍ ସଞ୍ଚୟ କରିବାକୁ ନାଗରିକମାନଙ୍କୁ ଅନୁରୋଧ କରିଛି। କୋଇଲା ଅଭାବ ହେତୁ ୧୩ଟି ତାପଜ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ଥିବାରୁ ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (MSEDCL) ନାଗରିକମାନଙ୍କୁ ପିକ୍‌ ଟାଇମ୍‌ରେ ସତର୍କତାର ବିଜୁଳି ବ୍ୟବହାର କରିବାକୁ ନିବେଦନ କରିଛି।

ଏକ ସର୍କୁଲାରରେ ଶକ୍ତି ବିଭାଗ କହିଛି ଯେ, କୋଇଲା ଅଭାବ ହେତୁ MSEDCLକୁ ବିଦ୍ୟୁତ୍ ଯୋଗାଣ କରୁଥିବା ବିଭିନ୍ନ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରର ୧୩ ୟୁନିଟି ବର୍ତ୍ତମାନ ବନ୍ଦ ହୋଇଯାଇଛି। ଫଳସ୍ୱରୂପ ୩୩୦୦ ମେଗାୱାଟ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି। ଏଥିପାଇଁ ଉଦ୍ୟମ ଜାରି ରହିଛି। ଏହି ସଙ୍କଟକୁ ଟାଳିବା ପାଇଁ

ଜଳ ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଉତ୍ସରୁ ଜରୁରୀକାଳୀନ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରସ୍ତୁତ କରାଯାଉଛି। ରାଜ୍ୟରେ ଅଧିକ ଲୋର୍ଡ଼ରୁ ବର୍ତ୍ତିବା ପାଇଁ  MSEDCL ଜୋରଦାର ଉଦ୍ୟମ କରୁଛି । ଚାହିଦା ଏବଂ ଉପଲବ୍ଧତାକୁ ସନ୍ତୁଳିତ ରଖିବା ପାଇଁ ଗ୍ରାହକଙ୍କୁ ସକାଳ ୬ ଟାରୁ ୧୦ଟା ଏବଂ ସନ୍ଧ୍ୟା ୬ ଟାରୁ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରିବାକୁ ନିବେଦନ କରିଛି।

ସମଗ୍ର ଦେଶରେ କୋଇଲା ଅଭାବ ଯୋଗୁ MSEDCL କୁ ବିଦ୍ୟୁତ୍ ଯୋଗାଣ କରୁଥିବା ୧୩ଟି ତାପଜ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇଯାଇଛି। ସାରା ଦେଶରେ ବିଦ୍ୟୁତ୍ ଚାହିଦା ବୃଦ୍ଧି ହେତୁ ବିଦ୍ୟୁତ୍ ଦର ମହଙ୍ଗା ହେବାରେ ଲାଗିଛି। ବର୍ତ୍ତମାନ ଚାହିଦା ଏବଂ ବିଦ୍ୟୁତର ଆବଶ୍ୟକତାକୁ ନେଇ 3330 ମେଗାୱାଟର ପୂରଣ ପାଇଁ ଖୋଲା ବଜାରରୁ ବିଦ୍ୟୁତ୍ କିଣାଯାଉଛି। ଖୋଲା ବଜାରରୁ ୟୁନିଟ୍ ପିଛା 13.60 ଟଙ୍କା ହାରରେ 700 ମେଗାୱାଟ ବିଦ୍ୟୁତ୍ କ୍ରୟ କରାଯାଉଛି। ଆଜି ସକାଳେ ୟୁନିଟି ପିଛା 6.23 ଟଙ୍କା ଦରରେ 900 ମେଗାୱାଟ ବିଦ୍ୟୁତ୍ କିଣା ଯାଇଥିବା ବିବୃତ୍ତିରେ କୁହାଯାଇଛି।  ତାପମାତ୍ରା ବୃଦ୍ଧି ହେତୁ ବିଦ୍ୟୁତ୍ ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଅଧିକନ୍ତୁ ବିଦ୍ୟୁତର ଲୋଡ଼ିଂକୁ  ଏଡାଇବା ପାଇଁ, MSEDCL ଉଦ୍ୟମ ଜାରି ରଖିଛି ବୋଲି କୁହାଯାଇଛି।

Related story