୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିନେତା ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ୭ ଦିନିଆ ପୁଲିସ୍‌ ରିମାଣ୍ଡ ଶେଷ ହେବା ପରେ ଆଜି ଦୀପ ସିଦ୍ଧୁଙ୍କୁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସମରଜୀତ କୌରଙ୍କ ଆଗରେ ହାଜର କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ୍‌ କହିଛି ଯେ ଚାଷୀଙ୍କ ଟ୍ରାକ୍ଟର ରାଲି […]

deep-sidhu

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 09:42 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ହିଂସାକାଣ୍ଡ ଘଟଣାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ୭ ଦିନିଆ ପୁଲିସ୍‌ ରିମାଣ୍ଡ ଶେଷ ହେବା ପରେ ଆଜି ଦୀପ ସିଦ୍ଧୁଙ୍କୁ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ସମରଜୀତ କୌରଙ୍କ ଆଗରେ ହାଜର କରାଯାଇଥିଲା। ଏହାପରେ ମାଜିଷ୍ଟ୍ରେଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ପୁଲିସ୍‌ କହିଛି ଯେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡକୁ ଉସକାଇବା ପଛରେ ଦୀପ ସିଦ୍ଧୁ ହିଁ ଥିଲେ। ଏହି କାରଣରୁ ପୂର୍ବରୁ ମାଜିଷ୍ଟ୍ରେଟ ତାଙ୍କୁ ୭ ଦିନିଆ ପୁଲିସ୍‌ ରିମାଣ୍ତରେ ଛାଡ଼ିଥିଲେ। ପୁଲିସ୍‌ ତାଙ୍କୁ ଏହି ସମୟରେ ଜେରା କରି ଅନେକ ତଥ୍ୟ ହାସଲ କରିଥିଲା।

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। କିଛି ବିକ୍ଷୋଭକାରୀ ଟ୍ରାକ୍ଟର ଧରି ଲାଲକିଲ୍ଲାରେ ପ୍ରବେଶ କରିଥିଲେ। ଭିଡିଓ ଅନୁଯାୟୀ, ଦୀପ ସିଦ୍ଧୁ ମଧ୍ୟ ଲାଲକିଲ୍ଲାରେ ସେହି ସମୟରେ ଉପସ୍ଥିତ ଥଲେ।

ବିକ୍ଷୋଭକାରୀ ଲାଲକିଲ୍ଲାରେ ପ୍ରବେଶ କରି ଏହାର ପାଚେରିରେ ଚଢ଼ି ଯାଇଥିଲେ। ଶେଷରେ ଶିଖ୍‌ ପତାକା ମଧ୍ୟ ଲାଲକିଲ୍ଲା ଉପରେ ଉଡ଼ାଇଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶେଷରେ ପୁଲିସ୍‌ ଦୀପ ସିଦ୍ଧୁଙ୍କୁ ଗିରଫ କରିଥିଲା।

Related story