ବର୍ଷେ ହେଇନି, ୧୫୦ କୋଟି ଡୋଜର ଟିକାକରଣ ରେକର୍ଡ

ନୂଆଦିଲ୍ଲୀ: ଟିକାକରଣରେ ପୁଣି ଏକ ରେକର୍ଡ କରିଛି ଭାରତ। ଆଜି ମଧ୍ୟାହ୍ନ ସୁଦ୍ଧା ଦେଶରେ ୧୫୦ କୋଟି ଡୋଜର ଟିକାକରଣ ଶେଷ ହୋଇଛି। ଭାରତରେ ଜାନୁଆରୀ ୧୬ରୁ କୋଭିଡ ବିରୋଧୀ ଟିକାକରଣ ଆରମ୍ଭ ହୋଇଥିଲା। ଏହାକୁ ବର୍ଷେ ପୂରିବା ଆଗରୁ ହିଁ ୧୫୦ କୋଟି ସଂଖ୍ୟାକୁ ହାସଲ କରାଯାଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶେଷ ୫୦ କୋଟି ଡୋଜ୍‌ ମାତ୍ର ୭୭ ଦିନ ମଧ୍ୟରେ ଲୋକଙ୍କୁ ଦିଆଯାଇଛି। ଟିକାକରଣ ଆରମ୍ଭ ହେବା ପରେ ଏହା ସାମାନ୍ୟ […]

Vaccine

Hemant Lenka
  • Published: Friday, 07 January 2022
  • , Updated: 07 January 2022, 06:11 PM IST

ନୂଆଦିଲ୍ଲୀ: ଟିକାକରଣରେ ପୁଣି ଏକ ରେକର୍ଡ କରିଛି ଭାରତ। ଆଜି ମଧ୍ୟାହ୍ନ ସୁଦ୍ଧା ଦେଶରେ ୧୫୦ କୋଟି ଡୋଜର ଟିକାକରଣ ଶେଷ ହୋଇଛି। ଭାରତରେ ଜାନୁଆରୀ ୧୬ରୁ କୋଭିଡ ବିରୋଧୀ ଟିକାକରଣ ଆରମ୍ଭ ହୋଇଥିଲା। ଏହାକୁ ବର୍ଷେ ପୂରିବା ଆଗରୁ ହିଁ ୧୫୦ କୋଟି ସଂଖ୍ୟାକୁ ହାସଲ କରାଯାଇପାରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶେଷ ୫୦ କୋଟି ଡୋଜ୍‌ ମାତ୍ର ୭୭ ଦିନ ମଧ୍ୟରେ ଲୋକଙ୍କୁ ଦିଆଯାଇଛି।

ଟିକାକରଣ ଆରମ୍ଭ ହେବା ପରେ ଏହା ସାମାନ୍ୟ ଧିମା ପଡ଼ି ଯାଇଥିଲା। ବିଭିନ୍ନ ରାଜ୍ୟରେ ଟିକାର ଅଭାନ ମଧ୍ୟ ଦେଖାଯାଇଥିଲା। ହେଲେ ସମୟ ବିତିବା ସହ ଟିକାକରଣ ଖୁବ ଦ୍ରୁତଗତିରେ ଆଗକୁ ବଢ଼ିଥିଲା। ୨୦୨୧ ମସିହା ଅକ୍ଟୋବର ୨୧ରେ ଦେଶ ୧୦୦ କୋଟି ଡୋଜ୍‌ ଟିକାକରଣର କରି କୀର୍ତ୍ତିମାନ ସ୍ଥାପନ କରିଥିଲା। ୨୭୮ ଦିନ ମଧ୍ୟରେ ଏହି ସଫଳତା ଦେଶକୁ ମିଳିଥିଲା। ୧୦୦ କୋଟି ଡୋଜ୍‌ ଦେବାକୁ ୨୭୮ ଦିନ ଲାଗିଥିଲେ ମଧ୍ୟ ବାକି ୫୦ କୋଟି ପାଇଁ ୭୭ ଦିନ ଲାଗିଛି।

ଆଜି ମଧ୍ୟାହ୍ନ ସୁଦ୍ଧା ଟିକାକରଣର ଡୋଜ୍‌ ସଂଖ୍ୟା ୧୫୦ କୋଟି ଛୁଇଁବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହାକୁ ଐତିହାସିକ ଦିନ ଭାବେ ଅବିହିତ କରିଛନ୍ତି। ସେ କହିଛନ୍ତି, “ଏହି ଐତିହାସିକ ଉପଲବ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ହାସଲ କରାଯାଇ ପାରିଛି। ସମସ୍ତେ ମିଳିତ ଭାବେ କାମ କଲେ ହିଁ, ଯେକୌଣସି ଲକ୍ଷ୍ୟକୁ ହାସଲ କରାଯାଇପାରିବ।”

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶର ୯୧ ପ୍ରତିଶତ ଯୋଗ୍ୟ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ଅତି କମରେ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଛନ୍ତି। ସେହିପରି ୬୬% ଲୋକ ଟିକାର ଦୁଇଟି ଯାକ ଡୋଜ୍‌ ନେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ ହେଉଛି। ବର୍ତ୍ତମାନ ସୁଦ୍ଧା ୨୨% କିଶୋର/କିଶୋରୀ ଅତିକମରେ ଟିକାର ଗୋଟିଏ ଡୋଜ୍ ନେଇ ସାରିଲେଣି।

Related story