୧୬ ବର୍ଷ ପରେ ରାୟ , ବାରାଣସୀ ସିରିଏଲ ବ୍ଲାଷ୍ଟ ଘଟଣାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ଲକ୍ଷ୍ନୌ: ଅପରାଧର ୧୬ ବର୍ଷ ପରେ ଆସିଲା ରାୟ। ୨୦୦୬ରେ ବାରାଣସୀରେ ଘଟିଥିବା ସିରିଏଲ ବ୍ଲାଷ୍ଟରେ ଅଭିଯୁକ୍ତ ୱାଲିୱଲାହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଶନିବାର ଗାଜିଆବାଦର ସେସନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀଙ୍କୁ ଦଣ୍ଡାଦେଶ ନେଇ ରାୟ ସଂରକ୍ଷିତ ରହିଛି। ଆସନ୍ତା ଜୁନ ୬ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ।  ୨୦୦୬ ମାର୍ଚ୍ଚ ୭ ତାରିଖରେ ସଙ୍କଟମୋଚନ ମନ୍ଦିର ଓ କାଣ୍ଟ ରେଲୱେ ଷ୍ଟେସନର ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ […]

Blast

Tapas Behera
  • Published: Saturday, 04 June 2022
  • , Updated: 04 June 2022, 08:16 PM IST

ଲକ୍ଷ୍ନୌ: ଅପରାଧର ୧୬ ବର୍ଷ ପରେ ଆସିଲା ରାୟ। ୨୦୦୬ରେ ବାରାଣସୀରେ ଘଟିଥିବା ସିରିଏଲ ବ୍ଲାଷ୍ଟରେ ଅଭିଯୁକ୍ତ ୱାଲିୱଲାହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।  ଶନିବାର ଗାଜିଆବାଦର ସେସନ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀଙ୍କୁ ଦଣ୍ଡାଦେଶ ନେଇ ରାୟ ସଂରକ୍ଷିତ ରହିଛି। ଆସନ୍ତା ଜୁନ ୬ ତାରିଖରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ।  ୨୦୦୬ ମାର୍ଚ୍ଚ ୭ ତାରିଖରେ ସଙ୍କଟମୋଚନ ମନ୍ଦିର ଓ କାଣ୍ଟ ରେଲୱେ ଷ୍ଟେସନର ସିରିଏଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଶହେରୁ ଅଧିକ ଆହତ ହୋଇଥିଲେ। ୨୦୦୬ ଏପ୍ରିଲ ୫ ତାରିଖରେ ଉତ୍ତରପ୍ରଦେଶ ପୁଲିସ  ଘଟଣାର ମୁଖ୍ୟ ଅଭିଯୁକ୍ତ ୱାଲିୱଲାହଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଜିଲ୍ଲାର ପୁଲପୁର ଗ୍ରାମରେ। ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାଟିକୁ ଗାଜିବାବାଦକୁ ସ୍ଥାନାନ୍ତର ହୋଇଥିଲା।

Related story