ଭୟଙ୍କର ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି, ସେନାର ଅପରେସନ ଆରମ୍ଭ

ଥିରୁବନନ୍ତପୁରମ: କେରଳର କୋଟ୍ଟାୟମ ଏବଂ ଲୁଡ଼ୁକି ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଡଜନେରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେନା ମଧ୍ୟ ନିୟୋଜିତ ହୋଇଛି। ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ, ଏଡିଆରଏଫ ଏବଂ ସେନା  ପକ୍ଷରୁ ମିଳି ପ୍ରୟାସ କରାଯାଇଛି। କେରଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି।  ଆଜି କୋଟ୍ଟାୟମ […]

army

Tapas Behera
  • Published: Sunday, 17 October 2021
  • , Updated: 17 October 2021, 04:55 PM IST

ଥିରୁବନନ୍ତପୁରମ: କେରଳର କୋଟ୍ଟାୟମ ଏବଂ ଲୁଡ଼ୁକି ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୯ ଛୁଇଁଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଡଜନେରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସେନା ମଧ୍ୟ ନିୟୋଜିତ ହୋଇଛି। ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ, ଏଡିଆରଏଫ ଏବଂ ସେନା  ପକ୍ଷରୁ ମିଳି ପ୍ରୟାସ କରାଯାଇଛି।

କେରଳର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି।  ଆଜି କୋଟ୍ଟାୟମ ଏବଂ ଲୁଡ଼ୁକି ଜିଲ୍ଲାରେ ମୂଷଳଧାରାରେ ବର୍ଷା ହେବାରୁ ସେଠାରେ ଭୂସ୍ଖଳନ ହୋଇ ଅନେକ ଲୋକ ନିଖୋଜ ହୋଇଥିବା ଖବର ମିଳିଛି। ଘଟଣାସ୍ଥଳରୁ ଆଜି ଉଦ୍ଧାରକାରୀମାନେ ୩ଟି ଅଚିହ୍ନା ଶବ ଉଦ୍ଧାର କରିଛନ୍ତି।

ଏହାକୁ ମିଶାଇ କେରଳରେ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଥିବା ସରକାରୀ ଭାବେ କୁହାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଭୀଷଣ ବର୍ଷା ଏବଂ ବନ୍ୟା ପ୍ଳାବିତ କେରଳର ପରିସ୍ଥିତି ଉପରେ ଆମେ ନଜର ରଖିଛୁ। ସହାୟତା ଲୋଡୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବେ। ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ପଠାସରିଛି। ସେହିପରି ଏବେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ନିତ କରାଯାଇଛି। ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି। ବିପର୍ଯ୍ୟୟ ପ୍ରପୀଡ଼ିତ ଅଞ୍ଚଳରେ ରିଲିଫ୍‌ ଶିବିର ଖୋଲାଯାଇଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି ।

Related story