ଦୁଷ୍କର୍ମ ଅଭିଯୋଗରେ ୨ ବିଏସ୍‌ଏଫ୍‌ ଯବାନ ଗିରଫ

କୋଲକାତା: ରକ୍ଷକ ସାଜିଲା ଭକ୍ଷକ। ଦୁଷ୍କର୍ମ ଅଭିଯୋଗରେ ବନ୍ଧାରେ ହେଲେ ଦୁଇ ବିଏସ୍‌ଏଫ୍‌ ଯବାନ। ଉତ୍ତର ୨୪ ପରଗଣା ବାଗଦାଦରେ ଭାରତ-ବାଂଗଲାଦେଶ ବର୍ଡର ନିକଟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଶୁକ୍ରବାର ରାତିରେ ଦୁଇ ଯବାନଙ୍କୁ ଗିରଫ କରାଯାଇଥିବା ପାରାମିଲିଟାରୀ ଫୋର୍ସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ଦୁଇ ଜଣ ହେଲେ ୬୮ ବାଟାଲିଅନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍‌ପି ଚେରୋ ଓ କନଷ୍ଟେବଳ ଅଲତାବ ହୁସେନ୍। ଏଦୁଇ ଜଣ ବଗଦାର ବଜିତପୁର ଅଞ୍ଚଳରେ ନିୟୋଜିତ ଥିଲେ। ଆଗାମୀ […]

2-bsf-personnel-arrested

Madhupriya Mistry
  • Published: Sunday, 28 August 2022
  • , Updated: 28 August 2022, 01:21 PM IST

କୋଲକାତା: ରକ୍ଷକ ସାଜିଲା ଭକ୍ଷକ। ଦୁଷ୍କର୍ମ ଅଭିଯୋଗରେ ବନ୍ଧାରେ ହେଲେ ଦୁଇ ବିଏସ୍‌ଏଫ୍‌ ଯବାନ। ଉତ୍ତର ୨୪ ପରଗଣା ବାଗଦାଦରେ ଭାରତ-ବାଂଗଲାଦେଶ ବର୍ଡର ନିକଟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଶୁକ୍ରବାର ରାତିରେ ଦୁଇ ଯବାନଙ୍କୁ ଗିରଫ କରାଯାଇଥିବା ପାରାମିଲିଟାରୀ ଫୋର୍ସ ପକ୍ଷରୁ ସୂଚନା ମିଳିଛି।

ଅଭିଯୁକ୍ତ ଦୁଇ ଜଣ ହେଲେ ୬୮ ବାଟାଲିଅନର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଏସ୍‌ପି ଚେରୋ ଓ କନଷ୍ଟେବଳ ଅଲତାବ ହୁସେନ୍। ଏଦୁଇ ଜଣ ବଗଦାର ବଜିତପୁର ଅଞ୍ଚଳରେ ନିୟୋଜିତ ଥିଲେ। ଆଗାମୀ କାର୍ଯ୍ୟାନୁଷ୍ଠାନ ପାଇଁ ଉକ୍ତ ଦୁଇ ଜଣ ଯବାନଙ୍କୁ ପଶ୍ଚିମବଙ୍ଗ ପୁଲିସକୁ ହସ୍ତାନ୍ତର କରାଯିବ। ତେବେ ଧରାପଡ଼ିବା ପରେ ଉଭୟଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ କୋର୍ଟ ଅଫ୍‌ ଇନ୍‌କ୍ୱାରି ନିର୍ଦ୍ଦେଶ ଦିଆଯାଇଛି।

ଅଭିଯୋଗ ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଉତ୍ତର ୨୪ ପରଗଣା ବାଗଦାଦର ଭାରତ-ବାଂଗଲାଦେଶ ସୀମା ପାଖରେ ମହିଳା ଜଣଙ୍କ ବର୍ଡର ଦେଇ ସମ୍ପକୟୀୟଙ୍କ ଦେହ ଖରାପ କଥା ଶୁଣି ବାଂଗଲାଦେଶ ଯିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଦୁଇ ଯବାନ ୨୩ ବର୍ଷୀୟ ପୀଡିତାଙ୍କୁ ଏକୁଟିଆ ସ୍ଥାନକୁ ଘୋଷାରି ନେଇ ଦୁଷ୍କର୍ମ କରିଛନ୍ତି। କେବଳ ସେତିକି ନୁହେଁ ପୀଡିତାଙ୍କୁ ଏହି ଦୁଇ ଯବାନ ଅଚେତ ଅବସ୍ଥାରେ ସେଠାରେ ଛାଡି ଫେରାର ମଧ୍ୟ ହୋଇଯାଇଥିବା ପୁଲିସ କହିଛି।

ପୁଲିସ ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ପୀଡିତ ଜଣକ ନିଜ ପରିବାର ଲୋକଙ୍କ ସହ ସ୍ଥାନୀୟ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଏହାପର ଶୁକ୍ରବାର ରାତିରେ ଦୁଇ ଅଭିଯୁକ୍ତ ବିଏସ୍‌ଏଫ୍ ଯବାନଙ୍କୁ ଗରିଫ କରାଯାଇଥିଲା।

ସେପଟେ ଏହି ଘଟଣାକୁ ନେଇ ବିଜେପି ଓ ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ଅନ୍ତର୍ଜାଜୀୟ ସୀମାରୁ ବିଏସ୍‌ଏଫ୍ ଯବାନଙ୍କ କ୍ଷେତ୍ରାଧିକାର ୧୫ କମିରୁ ୫୦ କିମି ବଢ଼ାଇବା କେନ୍ଦ୍ର ସରକାରଙ୍କର ନିଷ୍ପତ୍ତିକୁ ଟିଏମ୍‌ସି ନିନ୍ଦା କରିଛି। ରକ୍ଷକ ଭକ୍ଷକ ହେଉଛନ୍ତି। ଏହି ଘଟଣା ପାଇଁ କିଏ ଦାୟୀ ରହିବ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଟିଏମ୍‌ସି ସାଂସଦ।

ସେହିପରି ବିଜେପି ପକ୍ଷରୁ ଏହାର ଜବାବରେ କୁହାଯାଇଛି, 'ଏଭଳି ଗୋଟିଏ ଘଟଣା ପାଇଁ ପୂରା ସେନାକୁ ବଦ୍‌ନାମ କରାଯାଇପାରିବ ନାହିଁ। ଆଇନ ତା ବାଟରେ ଯିବ।'

Related story