ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ବୋମା ଫୁଟି ୨ ଭାଇଙ୍କ ଜୀବନ ଗଲା

ଇମ୍ଫାଲ: ଭାରତ-ମିଆଁମାର ସୀମାନ୍ତରେ ଥିବା ମଣିପୁରର ମୋରେହ ଠାରେ ଆଜି ବୋମା ବିସ୍ଫୋରଣ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଅଫୁଟା ବୋମା ଆଜି ହଠାତ୍‌ ବିସ୍ଫୋରଣ ହେବାରୁ ୨ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣାଟି ମୋରେହ ୱାର୍ଡ ନଂ ୯ର ଗାଙ୍ଗେଟିକ ଭେଞ୍ଜ ଠାରେ ଘଟିଛି। ଦୁଇ ଭାଇ ସେମାନଙ୍କ ଘର ପଛରେ ଥିବା ଜମିକୁ ଖୋଳୁ ଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ […]

explosion

Hemant Lenka
  • Published: Thursday, 30 September 2021
  • , Updated: 30 September 2021, 06:06 PM IST

ଇମ୍ଫାଲ: ଭାରତ-ମିଆଁମାର ସୀମାନ୍ତରେ ଥିବା ମଣିପୁରର ମୋରେହ ଠାରେ ଆଜି ବୋମା ବିସ୍ଫୋରଣ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଅଫୁଟା ବୋମା ଆଜି ହଠାତ୍‌ ବିସ୍ଫୋରଣ ହେବାରୁ ୨ ଭାଇଙ୍କ ମୃତ୍ୟୁ ଘଟିଛି। ଘଟଣାଟି ମୋରେହ ୱାର୍ଡ ନଂ ୯ର ଗାଙ୍ଗେଟିକ ଭେଞ୍ଜ ଠାରେ ଘଟିଛି।

ଦୁଇ ଭାଇ ସେମାନଙ୍କ ଘର ପଛରେ ଥିବା ଜମିକୁ ଖୋଳୁ ଥିବା ବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା। ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକ ଦ୍ୱୟ ହେଲେ ଲାଲସାଙ୍ଗମୁଅନ ଗାଙ୍ଗେଟ(୨୭) ଓ ଲିନଖୋଗିନ ଗାଙ୍ଗେଟ(୨୩)।

ପୁଲିସ୍‌ କହିଛି ଯେ ଦୁଇ ଭାଇ ଅଳିଆକୁ ପୋତିବା ପାଇଁ ତାଙ୍କ ଘର ପଛପଟେ ଖୋଲୁଥିଲେ। ଏହି ସମୟରେ ସମ୍ଭବତଃ ମାଟି ତଳେ ପଡ଼ି ରହିଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁ ଘଟଣା ସ୍ଥଳରେ ଦୁଇ ଭାଙ୍କ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ୨୦୨୦ ମସିହା ନଭେମ୍ବର ୧୭ରେ ମୋରେହ ଅଞ୍ଚଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ୧୨୨ ଶେଲ ଅଫୁଟା ବୋମା ଠାବ ହୋଇଥିଲା।

Related story