ସୁରକ୍ଷା  କର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର : ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ସୂଚନା ପାଇ  ପୁଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ୍‌ କରିଥିଲେ। ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ। ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ତଲାସି କରିବା ସମୟରେ ଆତଙ୍କବାଦୀ ସେମାନଙ୍କ […]

terrorist-attack

  • Published: Monday, 10 October 2022
  • , Updated: 10 October 2022, 11:54 AM IST

ଶ୍ରୀନଗର : ନିପାତ ହେଲେ ୨ ଆତଙ୍କବାଦୀ। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାରେ ସୋମବାର ଭୋରୁ ସୁରକ୍ଷାକର୍ମୀ -ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନଙ୍କ ସମ୍ପର୍କରେ ସୂଚନା ପାଇ  ପୁଲିସ ଓ ସୁରକ୍ଷା ବଳ ମିଳିତ ଭାବେ ଉକ୍ତ ଅଞ୍ଚଳକୁ କର୍ଡନ୍‌ କରିଥିଲେ। ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିବା ସହ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ସମ୍ପୃକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀ ତଲାସି କରିବା ସମୟରେ ଆତଙ୍କବାଦୀ ସେମାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିଚାଳନାରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ତଲାସି ଅଭିଯାନ ଜାରି ରହିଛି। ସେହିପରି ରବିବାର ରାତିରୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର୍‌ ଏପର୍ଯ୍ୟନ୍ତ ଜାରି ରହିଛି । ପୂର୍ବରୁ ଅକ୍ଟୋବର ୫ ତାରିଖରେ ଜମ୍ମୁ ଓ କଶ୍ମୀରର ଶୋପିଆଁରେ ୨ଟି ପୃଥକ୍‌ ଏନ୍‌କାଉଣ୍ଟର୍‌ରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

Related story