ଭୟଙ୍କର ହିମସ୍ଖଳନ, ୨୦ ପର୍ବତାରୋହୀ ମୃତ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଅଘଟଣ। ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ଯୋଗୁ ୨୦ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଏବେବି ବରଫ ତଳେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା, NDRF, SDRF, ଆଇଇଟିବିପି ଯବାନମାନେ ଯାଇଛନ୍ତି। ଉତ୍ତରକାଶୀର ଭୁକ୍କି ନିକଟରେ ଏନ୍‌ଆଇଏମ୍‌ ଆଡଭାନ୍ସ କ୍ୟାମ୍ପ ନିକଟରେ ଏହି ହିମସ୍ଖଳନ ହୋଇଛି। ୨୮ ଜଣ ଟ୍ରେନି ଓ ଟ୍ରେନର ଫସି ରହିଥିବା […]

avalanche-1

Madhupriya Mistry
  • Published: Tuesday, 04 October 2022
  • , Updated: 04 October 2022, 03:41 PM IST

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଅଘଟଣ। ଦୌପ୍ରଦୀର ଦାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ଯୋଗୁ ୨୦ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଏକ ପ୍ରତିଷ୍ଠାନର ୨୦ ଟ୍ରେନି ପର୍ବତାରୋହୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ଅନେକ ଏବେବି ବରଫ ତଳେ ଫଶି ରହିଛନ୍ତି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ସେନା, NDRF, SDRF, ଆଇଇଟିବିପି ଯବାନମାନେ ଯାଇଛନ୍ତି।

ଉତ୍ତରକାଶୀର ଭୁକ୍କି ନିକଟରେ ଏନ୍‌ଆଇଏମ୍‌ ଆଡଭାନ୍ସ କ୍ୟାମ୍ପ ନିକଟରେ ଏହି ହିମସ୍ଖଳନ ହୋଇଛି। ୨୮ ଜଣ ଟ୍ରେନି ଓ ଟ୍ରେନର ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ସୂଚନା ଦେଇଛନ୍ତି।

ଏହି ପର୍ବତାରୋହଣ ଅଭିଯାନରେ ୩୩ ଜଣ ଟ୍ରେନି ଓ ୭ ଜଣ ଟ୍ରେନ୍‌ଙ୍କ ସମେତ ୪୦ ଜଣ ସାମିଲ ଥିଲେ। ବର୍ତ୍ତମାନ ସୁଦ୍ଧା ୩ ଟ୍ରେନି ଓ ୭ ଟ୍ରେନର୍‌ଙ୍କ ସମେତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ନିୟୋଜିତ ଅଛନ୍ତି। ଆଉ କିଛି ହେଲିକପ୍ଟରକୁ ଷ୍ଟାଣ୍ଡ ବାଏ ମୋଡରେ ରଖାଯାଇଥିବା ସେନା କହିଛି।

 

https://twitter.com/ANINewsUP/status/1577214402671280128?s=20&t=JuKxvqT_YruFDgd4DiQ-Uw

Related story