ବାଂଲାଦେଶରେ ୨୯ ହିନ୍ଦୁଙ୍କ ଘର ଜାଳିଦେଲେ   

ଢାକା: ଦୁର୍ଗା ପୂଜାକୁ ନେଇ ବାଂଲାଦେଶରେ ଘଟିଥିବା ହିଂସା ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ଦୁର୍ଗା ପୂଜାରେ ମୂର୍ତ୍ତି  ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ବିରୋଧ ପରେ ସେମାନଙ୍କ ପ୍ରତି ଆକ୍ରୋଶ ବଢ଼ିବାରେ ଲାଗିଛି। ଏ ଯାଏଁ ପ୍ରାୟ ୨୯ଟି ହିନ୍ଦୁଙ୍କ ଘର ପୋଡ଼ିଆଗଲାଣି। ରବିବାର ବିଳମ୍ବିତ ରାତିରେ ରାଜଧାନୀ ଢାକା ଠାରୁ ୨୫୫ କିମି ଦୂରରେ ଥିବା ଏକ ଗାଁରେ ଏହି ନିଆଁ ଲଗାଇ […]

Nashik fire

Tapas Behera
  • Published: Monday, 18 October 2021
  • , Updated: 18 October 2021, 05:55 PM IST

ଢାକା: ଦୁର୍ଗା ପୂଜାକୁ ନେଇ ବାଂଲାଦେଶରେ ଘଟିଥିବା ହିଂସା ଧିରେ ଧିରେ ଉଗ୍ରରୂପ ଧାରଣ କରୁଛି। ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ଦୁର୍ଗା ପୂଜାରେ ମୂର୍ତ୍ତି  ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ବିରୋଧ ପରେ ସେମାନଙ୍କ ପ୍ରତି ଆକ୍ରୋଶ ବଢ଼ିବାରେ ଲାଗିଛି। ଏ ଯାଏଁ ପ୍ରାୟ ୨୯ଟି ହିନ୍ଦୁଙ୍କ ଘର ପୋଡ଼ିଆଗଲାଣି।

ରବିବାର ବିଳମ୍ବିତ ରାତିରେ ରାଜଧାନୀ ଢାକା ଠାରୁ ୨୫୫ କିମି ଦୂରରେ ଥିବା ଏକ ଗାଁରେ ଏହି ନିଆଁ ଲଗାଇ ଦିଆଯାଇଛି। ଉକ୍ତ ଇଲାକାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜଣେ ହିନ୍ଦୁ ଯୁବକ ନିଜ ଫେସବୁକରେ ଧର୍ମକୁ ନେଇ ଅପମାନଜନ ପୋଷ୍ଟ କରିଥିବା ଗୁଜବ ହେବା ପରେ ଏଭଳି କାଣ୍ଡ ଘଟିଥିବା  ସ୍ଥାନୀୟ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଉକ୍ତ ବ୍ୟକ୍ତିଙ୍କ ଘରେ ଜଗି ରହିଥିବା ବେଳେ ଆକ୍ରମଣକାରୀମାନେ ନିକଟସ୍ଥ ଅନ୍ୟ ଘରେ ନିଆଁ ଲଗାଇ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି। ପାଖାପାଖି ୨୯ ଟି ଘର ପୋଡ଼ି ଦିଆଯାଇଛି।

ବାଂଲାଦେଶର କୋମିଲା ପୂଜା ମଣ୍ଡପରେ କୋରାନଙ୍କୁ ଅପାମାନ କରାଯାଥିବା ଗୁଜବ ପ୍ରଚାରିତ ହେବା ପରେ ଏ ବାବଦରେ ସୋସିଆଲ ମିଡିଆରେ କେତେକ ପୋଷ୍ଟ କରାଯାଇଥିଲା। ଫଳରେ ବିବାଦ ବଢ଼ିବା ସହ ଚରମ ବିଶୃଙ୍ଖଳା ରୂପ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭିନ୍ନ ପୂଜାମଣ୍ଡପରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ଘଟିବା ସହ ଭଙ୍ଗାରୁଜା  ଆରମ୍ଭ ହୋଇଥିଲା  । ଅନେକ ପୂଜା ମଣ୍ଡପରେ ମୂର୍ତ୍ତି ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଚଣ୍ଡିପୁରର ହାଜିଗଞ୍ଜ ଉପଜିଲ୍ଲାରେ ଦୁର୍ଗା ପୂଜା ଉତ୍ସବରେ ଆକ୍ରମଣ ହୋଇଥିଲା । ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୬୦ ଜଣ ଆହତ ହୋଇଥିଲେ। ଏନେଇ ଗୁରୁବାର ଦିନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଥିଲେ ଯେ, ହିଂସା ପଛରେ ଥିବା ଦୋଷୀମାନଙ୍କୁ ଛଡ଼ା ଯିବ ନାହିଁ। କୁମିଲାର ହିନ୍ଦୁ ମନ୍ଦିର ଏବଂ ଦୁର୍ଗା ପୂଜା ସ୍ଥାନ ଉପରେ ହୋଇଥିବା ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ କହିଛନ୍ତି, କୁମିଲା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି। କାହାକୁ ରକ୍ଷା କରାଯିବ ନାହିଁ। ସେମାନେ ଯେଉଁ ଧର୍ମରେ ହୁଅନ୍ତୁନା କାହିଁକି  ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Related story