ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗାରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ହତ୍ୟା ମାମଲାରେ ପୁଲିସ୍ ନେଇଛି ଆକ୍ସନ୍। ପୁଲିସ୍ ଏହି ହତ୍ୟାକାଣ୍ଡରେ ତିନି ଜଣଙ୍କୁ ଗିରଫ କରିଛି। ରବିବାର ରାତିରେ ବଜରଙ୍ଗ ଦଳର ୨୩ ବର୍ଷୀୟ ଯୁବ କର୍ମକର୍ତ୍ତା ହର୍ଷଙ୍କୁ ଛୁରୀ ମାରି ହତ୍ୟା କରିଦିଆଯାଇଥିଲା। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଏହି ହତ୍ୟାକାଣ୍ଡ ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିବା ପାଇଁ ପୁଲିସ୍ ୧୪୪ ଧାରା ଲାଗୁ କରିଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ସ୍କୁଲ୍ […]

harsha

Ranjit Kumar Jena
  • Published: Monday, 21 February 2022
  • , Updated: 21 February 2022, 08:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବାମୋଗାରେ ବଜରଙ୍ଗ ଦଳର କର୍ମକର୍ତ୍ତାଙ୍କୁ ହତ୍ୟା ମାମଲାରେ ପୁଲିସ୍ ନେଇଛି ଆକ୍ସନ୍। ପୁଲିସ୍ ଏହି ହତ୍ୟାକାଣ୍ଡରେ ତିନି ଜଣଙ୍କୁ ଗିରଫ କରିଛି। ରବିବାର ରାତିରେ ବଜରଙ୍ଗ ଦଳର ୨୩ ବର୍ଷୀୟ ଯୁବ କର୍ମକର୍ତ୍ତା ହର୍ଷଙ୍କୁ ଛୁରୀ ମାରି ହତ୍ୟା କରିଦିଆଯାଇଥିଲା। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

ଏହି ହତ୍ୟାକାଣ୍ଡ ପରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆସିବା ପାଇଁ ପୁଲିସ୍ ୧୪୪ ଧାରା ଲାଗୁ କରିଛି। ଏପରିକି ସ୍ଥାନୀୟ ଅଞ୍ଚଳରେ ସ୍କୁଲ୍ ଓ କଲେଜକୁ ଦୁଇ ଦିନ ପାଇଁ ବନ୍ଦ କରିଦିଆଯାଇଛି। ସ୍ଥାନୀୟ ପୁଲିସ୍ ସହାୟତାରେ ସମଗ୍ର ରାଜ୍ୟରୁ ୨୧୨ ଇନ୍ସପେକ୍ଟର ଓ ସବ୍‌-ଇନ୍ସପେକ୍ଟର ଶିବାମୋଗାରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ନେଇ କେନ୍ଦ୍ର ମନ୍ତ୍ରୀ ଶୋଭା କରନ୍ଦଲାଜେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣାର ଏନଆଇଏ ତନ୍ଦନ୍ତ କରିବାକୁ ଦାବି କରିଛନ୍ତି।

ରାଜ୍ୟର ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କହିଛନ୍ତି, ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ କିଛି ପ୍ରମାଣ ମଧ୍ୟ ମିଳିଛି। ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯିବା ନେଇ ଆମେ ଆଶାବାଦୀ ଅଛୁ। ମୁଁ ଶିବମୋଗାରେ ରହୁଥିବା ବାସିନ୍ଦାଙ୍କୁ କହିବାକୁ ଚାହୁଁଛି ଯେ ଆମେ ହତ୍ୟାକାରୀକୁ ଶୀଘ୍ର କିରଫ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉଛୁ। କୌଣସି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ଆଇନ୍ ଏବଂ ବ୍ୟବସ୍ଥା ଉପରେ ଭରସା ରଖନ୍ତୁ।

ଅନ୍ୟପକ୍ଷରେ କର୍ଣ୍ଣାଟକର ଗୃହମନ୍ତ୍ରୀ ଅରାଗା ଜ୍ଞାନେନ୍ଦ୍ର କହିଛନ୍ତି, ଆମେ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛୁ। ଏହି ହତ୍ୟାକାଣ୍ଡରେ ୫ ଜଣ ସାମିଲ୍ ଅଛନ୍ତି। ଏବେ ପଚରାଉଚରା ଜାରି ରହିଛି। ବର୍ତ୍ତମାନ ଶିବଗୋମାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ବେଙ୍ଗାଲୁରୁରୁ ୨୦୦ ପୁଲିସକର୍ମୀଙ୍କୁ ପଠାଯାଇଛି। ପୂର୍ବରୁ ସେଠାରେ ୧୨୦୦ ପୁଲିସ୍ ମୁତୟନ ଅଛନ୍ତି। ସେଠାରେ ଆରଏଏଫ୍ ମଧ୍ୟ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟ, ରବିବାର ରାତି ପ୍ରାୟ ୯ଟା ବେଳେ ଦର୍ଜି କାମ କରୁଥିବା ୨୩ ବର୍ଷୀୟ ବଜରଙ୍ଗ ଦଳର କର୍ମକର୍ତ୍ତା ହର୍ଷଙ୍କୁ କିଛି ଦୃର୍ବୁତ୍ତ ଛୁରୀ ମାରି ହତ୍ୟା କରିଥିଲେ। ଘଟଣା ପରେ ହର୍ଷାଙ୍କୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିନଥିଲେ।

Related story