ଭୋଟ ଗଣତି, ପଛରେ ଚାଲିଛନ୍ତି ୩ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:  ଆଜି ୫ଟି ରାଜ୍ୟରେ ଭୋଟ ଗଣତି ଚାଲିଥିବା ବେଳେ  ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ରେସ୍‌ରେ ପଛରେ ପଡ଼ି ଯାଇଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛରେ ଚାଲିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରେ ଛିଡ଼ା ହୋଇଥିବା ବେଳେ ଉଭୟ ଆସନରେ ସେ ପଛରେ ପଡ଼ି ଯାଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରେ ଚାଲିଥିବା ଭୋଟ ଗଣତିରେ […]

cm

Niharika Rout
  • Published: Thursday, 10 March 2022
  • , Updated: 10 March 2022, 11:49 AM IST

ନୂଆଦିଲ୍ଲୀ:  ଆଜି ୫ଟି ରାଜ୍ୟରେ ଭୋଟ ଗଣତି ଚାଲିଥିବା ବେଳେ  ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ରେସ୍‌ରେ ପଛରେ ପଡ଼ି ଯାଇଛନ୍ତି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ । ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆ ମୁଖ୍ୟମନ୍ତ୍ରୀ ନିଜ ନିଜ ଆସନରେ ପଛରେ ଚାଲିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ୨ଟି ଆସନରେ ଛିଡ଼ା ହୋଇଥିବା ବେଳେ ଉଭୟ ଆସନରେ ସେ ପଛରେ ପଡ଼ି ଯାଇଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଖତିମା ଆସନରେ ଚାଲିଥିବା ଭୋଟ ଗଣତିରେ ପଛରେ ପଡ଼ି ଯାଇଥିବା ବେଳେ ଗୋଆ  ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ୱନ୍ତ ମଧ୍ୟ ପଛରେ ପଡ଼ିଛନ୍ତି।

ଏହାବାଦ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ୱତ ମଧ୍ୟ ପଛୁଆ ଚାଲିଛନ୍ତି। ପଞ୍ଜାବରେ ଅମୃତସର ପୂର୍ବ ଆସନରୁ ଲଢ଼ୁଥିବା ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧ ପଛରେ ଚାଲିଛନ୍ତି।

Related story