ବ୍ୟାଙ୍କ ଭିତରୁ ଧରାପଡ଼ିଲେ ୩ ମୂଷା, ଆକାଉଣ୍ଟ ଖୋଳ ପାଇଁ କରୁଥିଲେ ଉଦ୍ୟମ

ନୂଆଦିଲ୍ଲୀ: ଢୋଲ ଭିତରେ ମୂଷା। ଆକାଉଣ୍ଟ ଖୋଳ ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ ବ୍ୟାଙ୍କ କର୍ମଚାରୀ।  ଜାଲିଆତି କରି ଜଣେ ପ୍ରବାସୀଙ୍କ ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା ଉଠାଇ ପାଇଁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ଅଛନ୍ତି। ପୁଲିସ ଟଙ୍କା ଉଠାଣ ପାଇଁ ବ୍ୟବହାର ହୋଇଥିବା ଚେକ୍‌ବୁକ୍‌ ଜବତ କରିଥିବା ବେଳେ ପ୍ରବାସୀ ଜଣକ ଆମେରିକାର ବୋଲି […]

7901

Tapas Behera
  • Published: Tuesday, 19 October 2021
  • , Updated: 19 October 2021, 04:03 PM IST

ନୂଆଦିଲ୍ଲୀ: ଢୋଲ ଭିତରେ ମୂଷା। ଆକାଉଣ୍ଟ ଖୋଳ ପାଇଁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଲେ ବ୍ୟାଙ୍କ କର୍ମଚାରୀ।  ଜାଲିଆତି କରି ଜଣେ ପ୍ରବାସୀଙ୍କ ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା ଉଠାଇ ପାଇଁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଏଚଡିଏଫସି ବ୍ୟାଙ୍କ କର୍ମଚାରୀ ଅଛନ୍ତି। ପୁଲିସ ଟଙ୍କା ଉଠାଣ ପାଇଁ ବ୍ୟବହାର ହୋଇଥିବା ଚେକ୍‌ବୁକ୍‌ ଜବତ କରିଥିବା ବେଳେ ପ୍ରବାସୀ ଜଣକ ଆମେରିକାର ବୋଲି ଜଣାପଡ଼ିଛି। ସମ୍ପୃକ୍ତ ପ୍ରବାସୀଙ୍କ ଆକାଉଣ୍ଟରୁ ଅନଲାଇନ୍‌ ଟ୍ରାଞ୍ଜାକ୍ସନ ପାଇଁ ଅଭିଯୁକ୍ତମାନେ ୬୬ ଥର ଉଦ୍ୟମ କରିଥିବା ଜଣାପଡ଼ିଛି। ସାଇବର କ୍ରାଇମ୍ ୟୁନିଟ୍ ଅଫ୍ ସ୍ପେଶାଲ୍ ସେଲ୍ ଏହି ରାକେଟକୁ ଧରିବା ପରେ ଇଣ୍ଟରନେଟ ବାଙ୍କି ମାଧ୍ୟମରେ ଏମାନେ ହ୍ୟାକିଂ କରୁଥିବା ଧରାପଡ଼ିଛି ।

ସେହି ପରି ଅଭିଯୁକ୍ତମାନେ ଯେଉଁ ଭାରତୀୟ ମୋବାଇଲ୍ ଫୋନ୍ ନମ୍ବର ବ୍ୟବହାର କରୁଥିଲେ ତାହା ସମ୍ପୃକ୍ତ ପ୍ରବାସୀ ବ୍ୟବହାର କରୁଥିବା ୟୁଏ ନମ୍ବର ସହିତ ସମାନ।  ଯାହା KYC ଡକ୍ୟୁମେଣ୍ଟରେ ପଞ୍ଜିକୃତ ହୋଇଛି। ଉକ୍ତ ପ୍ରବାସୀଙ୍କ ଆକାଉଣ୍ଟରେ ଅନଧିକୃତଭାବେ କାରବାର ନେଇ ବାରମ୍ବାର ଉଦ୍ୟମ କରାଯାଇଥିବା ନଜରକୁ ଆସିବା ପରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ସାଇବର କ୍ରାଇମ ୟୁନିଟରେ ଅଭିଯୋଗ କରାଯାଥିଲା। ସେହି ଆକାଉଣ୍ଟରୁ ଜାଲ ଚେକବୁକ୍‌ ବ୍ୟବହାର କରି ଟଙ୍କା ଉଠାଇବା ପାଇଁ ଉଦ୍ୟମ କରାଯାଇଥିଲା। ପୂର୍ବରୁ ପଞ୍ଜିକୃତ ହୋଇଥିବା ଆମେରିକୀୟ ମୋବାଇଲ୍ ଫୋନ୍ ନମ୍ବରରେ ସମାନ ଭାରତୀୟ ନମ୍ବର ସହିତ ବଦଳାଇ ଆକାଉଣ୍ଟ ସହିତ ଲିଙ୍କ୍ କରାଯାଇଥିଲା। ଆଉ ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବାକୁ ଚେଷ୍ଟା କରାଯାଇଥିଲା। ଏହି ଖବର ଜଣାପଡ଼ିବା ପରେ

ସମ୍ପକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଏକ ବୈଷୟିକ ଟିମକୁ  ଦାୟିତ୍ୱ ଦିଆଯାଥିଲା।  ଉକ୍ତ ଟିମ୍‌  କୌଶଳ ଖଟାଇ ଉକ୍ତ ରାକେଟକୁ ଧରିଥିଲା। ବୈଷୟିକ ଟିମ୍‌ର ତଥ୍ୟ ଆଧାରରେ ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶ ୨୦ ଟି ଜାଗାରେ ଚଢ଼ାଉ କରାଯାଥିଲା।  ଯେଉଁଥିରେ ୧୨ ଜଣଙ୍କୁ ଗିରଫ କରାଯାଇଛି।  ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି HDFC ବ୍ୟାଙ୍କ କର୍ମଚାରୀ। ଯେଉଁମାନେ ଚେକ୍ ବୁକ୍ ପ୍ରଦାନ, ମୋବାଇଲ୍ ଫୋନ୍ ନମ୍ବର ଅପଡେଟ୍ କରିବା ଏବଂ ଋଣଖିଲାପକାରଙ୍କ ଫ୍ରିଜ୍‌ ହୋଇଥିବା ଆକାଉଣ୍ଟ ଗୁଡ଼ିକୁ ହଟାଇବାରେ ଜଡିତ ଥିଲେ। ପୂର୍ବରୁ ଏହି ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚେଷ୍ଟା କରାଯାଇଥିଲା ।

Related story