ନିଆଁ ଲାଗି ୧୨ ଜଣ ଶିଶୁଙ୍କ ମୃତ୍ୟୁ ଘଟଣା: ପଦରୁ ହଟିଲେ ୩ ମେଡିକାଲ ଅଧିକାରୀ

ଭୋପାଳ: ମଧ୍ୟପ୍ରଦେଶର କମଳା ନେହରୁ ହସପିଟାଲରେ ଫାୟାର ଟ୍ରାଜେଡ଼ି ପାଇଁ ୩ ଜଣ ମେଡିକାଲ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଯାଇଛି। ହସପିଟାଲରେ ଶିଶୁ ୱାର୍ଡ଼ରେ ଆଇସିୟୁରେ ନିଆଁ ଲାଗିଯାଇଥିଲା। ଯେଉଁଠି ଗତ ସୋମବାର ସନ୍ଧ୍ୟାରେ ୪୦ ଜଣ ଶିଶୁ  ଚିକିତ୍ସିତ ହେଉଥିଲେ। ନିଆଁ ଲାଗିବା ଘଟଣା ଘଟିବାର ଦିନକ ପରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।  ଆଉ ୩୬ ଘଣ୍ଟା ମଧ୍ୟରେ ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଶିଶୁ ବିଭାଗର ମୁଖ୍ୟ ଡ. ଜୋତ୍ସା […]

fire

Tapas Behera
  • Published: Wednesday, 10 November 2021
  • , Updated: 10 November 2021, 05:50 PM IST

ଭୋପାଳ: ମଧ୍ୟପ୍ରଦେଶର କମଳା ନେହରୁ ହସପିଟାଲରେ ଫାୟାର ଟ୍ରାଜେଡ଼ି ପାଇଁ ୩ ଜଣ ମେଡିକାଲ ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଯାଇଛି। ହସପିଟାଲରେ ଶିଶୁ ୱାର୍ଡ଼ରେ ଆଇସିୟୁରେ ନିଆଁ ଲାଗିଯାଇଥିଲା। ଯେଉଁଠି ଗତ ସୋମବାର ସନ୍ଧ୍ୟାରେ ୪୦ ଜଣ ଶିଶୁ  ଚିକିତ୍ସିତ ହେଉଥିଲେ। ନିଆଁ ଲାଗିବା ଘଟଣା ଘଟିବାର ଦିନକ ପରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।  ଆଉ ୩୬ ଘଣ୍ଟା ମଧ୍ୟରେ ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

ଶିଶୁ ବିଭାଗର ମୁଖ୍ୟ ଡ. ଜୋତ୍ସା ଶ୍ରୀବାସ୍ତବ ଏହି ସୂଚନା ଦେଇଥିଲେ। ସର୍ଟ ସର୍କିଟ ପାଇଁ ନିଆଁ ଲାଗିଯାଇଥିଲା ବୋଲି ସେ କହିଛନ୍ତି। ତେବେ ଏଡି ଘଟଣାରେ ଗାନ୍ଧି ମେଡିକାଲ କଲେଜର ଡିନ୍‌ ଡ.ଜିତେନ୍ଦ୍ର ଶୁକ୍ଲା, ନେହରୁ ହସପିଟାଲର ନିର୍ଦ୍ଦେଶକ କେକେ ଦୁବେ ଏବଂ ବିଦ୍ୟୁତ ବିଭାଗର ଜଣେ ସବ୍ ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି।  କମଳା ନେହରୁ ଚିଲିଡ୍ରେନ ହସପିଟାଲ ହମିଦିଆ ହସପିଟାଲର ଅଂଶ ହୋଇଥିବା ବେଳେ ଏହା ଗାନ୍ଧି ମେଡିକାଲ କଲେଜ କ୍ୟାମ୍ପସରେ ଅବସ୍ଥିତ।

ମୃତ ଶିଶୁମାନଙ୍କ ପରିବାରକୁ ପୂର୍ବରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି।  ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ସୋମବାର ରାତି ୯ଟା ବେଳେ ୩ୟ ମହଲାରେ ନିଆଁ ଲାଗିଥିଲା । ଏହି ମହଲାରେ ହିଁ ଆଇସିୟୁ ରହିଛି । ନିଆଁ ଲାଗିବା ଖବର ମିଳିବା ପରେ ଘଟଣାସ୍ଥଳକୁ ୮ରୁ ୧୦ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭାଇବାକୁ ପହଞ୍ଚିଥିଲା । ଅଗ୍ନିକାଣ୍ଡ ଘଟିବା ପରେ ଶିଶୁମାନଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକେ ହସପିଟାଲ ପହଞ୍ଚିଥିବାବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

Related story