ପୋଲ ଭୁଶୁଡ଼ି ୩୦ ଛାତ୍ରଛାତ୍ରୀ ଆହତ

ଗୌହାଟି: ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ପିଲା ମାନେ ପୋଲ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଛି।  ଆସାମର କରିମଗଞ୍ଜରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଚଯାୟୀ, ସିଙ୍ଗଲା ନଦୀ ଉପରେ ଥିବା ଏହି ପୋଲଟି ଚେରାଗି ଅଞ୍ଚଳକୁ ଯୋଗାଯୋଗ କରୁଛି। ଦୀର୍ଘ ବହୁ ବର୍ଷ ଧରି ଛାତ୍ରଛାତ୍ରୀମାନେ ସ୍କଲ ଯିବାକୁ ଏହି ପୋଲ ଉପରେ ନିର୍ଭର କରୁଥିଲେ। ସୋମବାର ସ୍କୁଲ ଛୁଟି […]

bh

Tapas Behera
  • Published: Tuesday, 05 October 2021
  • , Updated: 06 October 2021, 03:18 PM IST

ଗୌହାଟି: ଏକ ଝୁଲା ପୋଲ ଭୁଶୁଡ଼ି ପଡ଼ିବାରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ସ୍କୁଲ ପିଲା ମାନେ ପୋଲ ପାରି ହେଉଥିବା ବେଳେ ଏହି ଅଘଟଣ ଘଟିଛି।  ଆସାମର କରିମଗଞ୍ଜରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଚଯାୟୀ, ସିଙ୍ଗଲା ନଦୀ ଉପରେ ଥିବା ଏହି ପୋଲଟି ଚେରାଗି ଅଞ୍ଚଳକୁ ଯୋଗାଯୋଗ କରୁଛି। ଦୀର୍ଘ ବହୁ ବର୍ଷ ଧରି ଛାତ୍ରଛାତ୍ରୀମାନେ ସ୍କଲ ଯିବାକୁ ଏହି ପୋଲ ଉପରେ ନିର୍ଭର କରୁଥିଲେ।

ସୋମବାର ସ୍କୁଲ ଛୁଟି ହେବା ପରେ ଛାତ୍ରଛାତ୍ରୀମାନେ ଏହି ପୋଲ ଦେଇ ଘରକୁ ଫେରୁଥିଲେ। ହଠାତ ପୋଲଟି ଭୁଶୁଡ଼ି ପଡ଼ିବାରୁ ଛାତ୍ରଉତତ୍ରୀମାନେ ନଦୀକୁ ଖସିପଡ଼ିଥିଲେ। ସ୍ଥାନୀୟ ଲୋକ  ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ଏଥିରେ ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ  ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related story