ହସ୍ପିଟାଲରୁ ଚୋରି ହୋଇଗଲା କରୋନା ଟିକା, ପୁଲିସ୍‌ ରୁଜୁ କଲା ମାମଲା

ଜୟପୁର: ଲୋକଙ୍କୁ କରୋନାରୁ ରକ୍ଷା କରିବାକୁ ଆସିଥିବା ଟିକା ହସ୍ପିଟାଲରୁ ଚୋରି ହୋଇଯାଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ରାଜସ୍ଥାନର ଜୟପୁର ଠାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଏମିତି ଘଟଣା ଘଟିଛି। ଏଠାରେ ଲୋକଙ୍କୁ ଦିଆଯିବା ପାଇଁ ରଖା ଯାଇଥିବା ଭାରତ ବାୟୋଟେକ୍‌ନ ପ୍ରସ୍ତୁତ କୋଭାକ୍ସିନ ଟିକାର ୩୨୦ ଡୋଜ୍‌କୁ କେହି ଚୋରି କରି ନେଇଛି। ଘଟଣା ଜଣାପଡ଼ିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଚବି କନୱାତିଆ ହସ୍ପିଟାଲରେ ୨୦୦ […]

Covaxin

Hemant Lenka
  • Published: Thursday, 15 April 2021
  • , Updated: 15 April 2021, 03:49 PM IST

ଜୟପୁର: ଲୋକଙ୍କୁ କରୋନାରୁ ରକ୍ଷା କରିବାକୁ ଆସିଥିବା ଟିକା ହସ୍ପିଟାଲରୁ ଚୋରି ହୋଇଯାଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ରାଜସ୍ଥାନର ଜୟପୁର ଠାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ଏମିତି ଘଟଣା ଘଟିଛି।

ଏଠାରେ ଲୋକଙ୍କୁ ଦିଆଯିବା ପାଇଁ ରଖା ଯାଇଥିବା ଭାରତ ବାୟୋଟେକ୍‌ନ ପ୍ରସ୍ତୁତ କୋଭାକ୍ସିନ ଟିକାର ୩୨୦ ଡୋଜ୍‌କୁ କେହି ଚୋରି କରି ନେଇଛି। ଘଟଣା ଜଣାପଡ଼ିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଏଚବି କନୱାତିଆ ହସ୍ପିଟାଲରେ ୨୦୦ ଡୋଜ୍‌ର ଟିକା ଷ୍ଟକ କରି ରଖାଯାଇଥିଲା। ସୋମବାର ହସ୍ପିଟାଲ କର୍ତ୍ତୃପକ୍ଷ ଆଉ ୪୮୦ ଡୋଜ୍‌ ଗ୍ରହଣ କରିଥିଲେ। ଏହାପରେ ଷ୍ଟକ ଯେତେବେଳେ ପୁନଃ ଚେକିଂ କରାଯାଇଥିଲା ସେତେବେଳେ ଟିକାର ୩୨୦ଟି ଡୋଜ୍‌ ଚୋରି ହୋଇଯାଇଥିବା ଜଣାପଡ଼ିଥିଲା।

ଟିକା ସଂରକ୍ଷଣ ହୋଇ ରହୁଥିବା ରୁମ୍‌ ବାହାରେ ସିକ୍ୟୁରିଟି ଗାର୍ଡ ମୁତୟନ ହୋଇଥିଲେ। ତଥାପି ଟିକାର ଡୋଜ୍‌ ଗୁଡ଼ିକ କେଉଁଆଡ଼େ ଗଲା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏଫଆଇଆର ରୁଜୁ କରିଛନ୍ତି। ଏହାକୁ ଆଧାର କରି ସ୍ଥାନୀୟ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ପୁଲିସ୍‌ ପ୍ରାଥମିକ ପର୍ଯ୍ୟାୟରେ ସିକ୍ୟୁରିଟି ଗାର୍ଡଙ୍କୁ ଜେରା କରିବା ସହ ହସ୍ପିଟାଲର ସିସିଟିଭିକୁ ଯାଞ୍ଚ କରିଛି।

ଟିକା ନ ମିଳିବା ଘଟଣାକୁ ନେଇ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଦେଶରେ ଟିକା ଚୋରି ଘଟଣା ପ୍ରଥମଥର ପାଇଁ ରାଜସ୍ଥାନରୁ ଆସିଛି। ରାଜ୍ୟ ସରକାରଙ୍କ ଛତ୍ରଛାୟା ତଳେ ଥିବା ଅପରାଧୀଙ୍କ ଆଗରେ କରୋନା ଭାଇରସ ବି ଫିକା ପଡ଼ି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ ବ୍ରେକିଂ କାର୍ଯ୍ୟପାଇଁ, ତାଙ୍କୁ ଶୁଭେଚ୍ଛା।”

ଏବେ ଦେଶରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିରୁ ରାଜସ୍ଥାନ ମଧ୍ୟ ବାଦ ପଡ଼ିନି। ରାଜସ୍ଥାନରେ ଦୈନିକ ସଂକ୍ରମଣ ୫ ହଜାର ଉପରେ ରହୁଛି। ଗତକାଲି କେବଳ ଜୟପୁରରେ ୧୩୨୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

Related story