କରୋନା କବଳରେ ‘କରୋନା ଯୋଦ୍ଧା’: ଦୁଇ ଦିନରେ ଶତାଧିକ ଡାକ୍ତର ପଜିଟିଭ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟାରେ ଲକ୍ଷେ ୩୧ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଦେଶର ଶତାଧିକ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହିକ୍ରମରେ ଦେଶର ସବୁଠାରୁ ବଡ଼ ହସ୍ପିଟାଲ କୁହାଯାଉଥିବା ଦିଲ୍ଲୀ ସ୍ଥିତ […]

Corona

Hemant Lenka
  • Published: Friday, 09 April 2021
  • , Updated: 09 April 2021, 05:02 PM IST

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ପ୍ରତିଦିନ ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟାରେ ଲକ୍ଷେ ୩୧ ହଜାରରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଦେଶର ଶତାଧିକ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି।

ଏହିକ୍ରମରେ ଦେଶର ସବୁଠାରୁ ବଡ଼ ହସ୍ପିଟାଲ କୁହାଯାଉଥିବା ଦିଲ୍ଲୀ ସ୍ଥିତ ଏମ୍ସରୁ ୩୫ ଜଣ ଡାକ୍ତରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାପୂର୍ବରୁ ଗତକାଲି ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲର ୩୭ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ୩୭ ଡାକ୍ତର ଟିକା ନେଇଥିଲେ ହେଁ କେମିତି ସଂକ୍ରମିତ ହେଲେ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ରିପୋର୍ଟ ପଜିଟିଭ ଆସିଥିବା ୩୭ ଜଣଙ୍କ ମଧ୍ୟରୁ ୩୨ ଜଣ ହୋମ କ୍ୱାରେଣ୍ଟାଇନରେ ଥିବା ବେଳେ ୫ ଜଣ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରେ ଥିବା ଡାକ୍ତରମାନଙ୍କ ଶରୀରରେ କରୋନାର କମ ଲକ୍ଷଣ ଦେଖାଦେଇଛି। କେବଳ ଦିଲ୍ଲୀ ନୁହେଁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ସ ହସ୍ପିଟାଲର ଦୁଇ ଜଣ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟ ଟିକା ନେଇଥିଲେ ହେଁ ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

କରୋନା ସବୁଠାରୁ ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ମୁମ୍ବାଇରେ ଏକାଧିକ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହେଉଛନ୍ତି। ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳ(କେଜିଏମୟୁ)ର ୩୦ ଜଣ ଡାକ୍ତର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛି। ଏମାନଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଥିବାରୁ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି।

Related story