ନଦୀକୁ ଖସି ପଡ଼ିଲା କାର୍‌, ୪ ଜଣଙ୍କ ମୃତ୍ୟୁ ଆଶଙ୍କା

ଶ୍ରୀନଗର: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପ୍ରେମାନଗର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଗୋଟିଏ ଯାତ୍ରୀବାହୀ କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଚେନାବ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ କାରରେ ଥିବା ୪ ଜଣ ନିଖୋଜ ହୋଇଯାଇଛି। ତେଣୁ ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରିଛନ୍ତି ଏସ୍‌ଡିଏମ ଅଥର ଅମୀନ ଜାରଗର। ତେବେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ଓ କାର୍‌ରେ କେତେ ଜଣ ଥିଲେ? ସେମାନଙ୍କ ଅବସ୍ଥା କେମିତି ଅଛି? […]

car

  • Published: Wednesday, 09 November 2022
  • , Updated: 09 November 2022, 11:12 AM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପ୍ରେମାନଗର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ଗୋଟିଏ ଯାତ୍ରୀବାହୀ କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଚେନାବ ନଦୀକୁ ଖସି ପଡ଼ିଛି। ଏହି ଘଟଣାରେ କାରରେ ଥିବା ୪ ଜଣ ନିଖୋଜ ହୋଇଯାଇଛି। ତେଣୁ ସେମାନଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରିଛନ୍ତି ଏସ୍‌ଡିଏମ ଅଥର ଅମୀନ ଜାରଗର।

ତେବେ କେଉଁ ପରିସ୍ଥିତିରେ ଘଟଣା ଘଟିଲା ଓ କାର୍‌ରେ କେତେ ଜଣ ଥିଲେ? ସେମାନଙ୍କ ଅବସ୍ଥା କେମିତି ଅଛି? କାର୍‌ଟିକୁ ନଦୀ ମଧ୍ୟରୁ ଉଦ୍ଧାର କରାଯାଇଛି କି ନାହିଁ, ସେ ବିଷୟରେ ଏସ୍‌ଡିଏମ କିଛି ବି କହି ନାହାନ୍ତି। କେବଳ ଚେନାବ ନଦୀକୁ କାର ଖସି ପଡ଼ିବାରୁ ୪ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଥିବା ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ପୀଡ଼ିତଙ୍କୁ ଠାବ ପାଇଁ ସବୁ ପ୍ରକାରର ଚେଷ୍ଟା ଚାଲିଛି ଓ ସ୍ଥାନୀୟ ପ୍ରଶାସନ ସହ ସେ ଯୋଗାଯୋଗରେ ରହିଥିବା କହିଛନ୍ତି। ଆଜି ସକାଳ ୧୦.୭ରେ ଟ୍ୱିଟ କରି ଶ୍ରୀ ସିଂହ କହିଛନ୍ତି, “ବର୍ତ୍ତମାନୁ ମୁଁ ଡୋଡାର ଜିଲ୍ଲାପାଳ ଭିନେଶ ପଲ ମହାଜନଙ୍କ ସହ କଥା ହୋଇଛି। ୪ ଜଣଙ୍କୁ ନେଇ ଯାଉଥିବା ଗୋଟିଏ ଘରୋଇ କାର୍‌ ଭାରସାମ୍ୟ ହରାଇ ଥାଥ୍ରୀ ଓ ପ୍ରେମ ନଗର ମଧ୍ୟରେ ଥିତବା ଶିବନୋଠାରେ ଚେନାବ ନଦୀକୁ ଖସି ପଡ଼ିଛି। ପୀଡ଼ିତଙ୍କୁ ଠାବ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ କରାଯାଉଛି। କାର ଓ ଏଥିରେ ଥିବା ଲୋକଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।”


ଏହାପୂର୍ବରୁ ମଙ୍ଗଳବାର ସକାଳେ କୁପୱାଡା ଜିଲ୍ଲାର ହାଣ୍ଡୱାରା ଠାରେ ଲୋକଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦ ଜଣ ଆହତ ହୋଇଥିଲେ।

Related story