ବିବାହ ଉତ୍ସବରୁ ଫେରିବା ବାଟରେ ଟେକି ନେଇ ଗଣ ଦୁଷ୍କର୍ମ

ରାଞ୍ଚି: ଜଣେ ୧୧ ବର୍ଷୀୟ ନାବାଳିକାକୁ ୬ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ। ପୁଲିସ କହିବା ଅନୁଯାୟୀ, ନାବାଳିକା ଜଣକ ନିଜ ପଡ଼ୋଶୀ ଗାଁକୁ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ନାବାଳିକା ସହ […]

rape

rape

Tapas Behera
  • Published: Sunday, 24 April 2022
  • Updated: 24 April 2022, 03:32 PM IST

Sports

Latest News

ରାଞ୍ଚି: ଜଣେ ୧୧ ବର୍ଷୀୟ ନାବାଳିକାକୁ ୬ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ରାତିରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଅଟକ ରଖିଛି। ଅଭିଯୁକ୍ତଙ୍କ ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ। ପୁଲିସ କହିବା ଅନୁଯାୟୀ, ନାବାଳିକା ଜଣକ ନିଜ ପଡ଼ୋଶୀ ଗାଁକୁ ଏକ ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଆୟୋଜିତ ନୃତ୍ୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ନାବାଳିକା ସହ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବକଙ୍କ ସହ କଳହ ହୋଇଥିଲା।

ଝଗଡ଼ା ପରେ ନାବାଳିକା ଜଣକ ମଧ୍ୟରାତ୍ରିରେ ଦୁଇ ଜଣ ବାନ୍ଧବୀଙ୍କ ଘରକୁ ଫେରୁଥିଲେ। ସେମାନଙ୍କୁ ସମ୍ପୃକ୍ତ ଅଭିଯୁକ୍ତମାନେ ପିଛା କରିଥିଲେ। ବାଟରେ ତାଙ୍କୁ ଅଟକାଇ ନାବାଳିକା ଜଣକୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ।

ତେବେ ଘଟଣାସ୍ଥଳରୁ ନାବାଳିକାର ଦୁଇ ଜଣ ସାଙ୍ଗ ଖସି ଆସି ତାଙ୍କ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ସଙ୍ଗେ ସଙ୍ଗେ ନାବାଳିକାର ପରିବାର ଲୋକେ ଘଟଣାସ୍ଥଳକୁ ଖୋଜିବାକୁ ଆସିଥିଲେ। କିନ୍ତୁ ଅଭିଯୁକ୍ତମାନେ ଏମାନଙ୍କୁ ଦେଖି ଫେରାର ହୋଇଯାଥିଲେ। ଏହା ପରେ ଲୋକଲଜ୍ଜା ଭୟରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବାକୁ ଭୟ କରିଥିଲେ। ଶେଷରେ ଗୁରୁବାର ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ତଦନ୍ତ କରି ସମସ୍ତଙ୍କ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚର କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos