ରାଷ୍ଟ୍ରପତି ଭବନରେ ଲଞ୍ଚ୍ କଲେ ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲାର ୬୦ ଲୋକ

ଭୁବନେଶ୍ୱର: ସ୍ୱପ୍ନ ହେଲା ସାକାର। ରାଷ୍ଟ୍ରପତି ଭବନ ଖାନା ଖାଇଲେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ୫ ଡର୍ଜନ ଲୋକ। ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଏମାନେ ଉପସ୍ଥିତ ରହି ଦେଖିଛନ୍ତି। ସେମାନଙ୍କ ଜିଲ୍ଲାର ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ସ୍ଥାନରେ ବସିବା ଦେଖି ସେମାନେ ଖୁସୀରେ ଗଦଗଦ ହୋଇପଡ଼ିଥିଲେ। ସୂଚନା ମୁତାବକ ଦିନକତଳେ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ରାଷ୍ଟ୍ରପତି […]

Dau

  • Published: Wednesday, 27 July 2022
  • , Updated: 27 July 2022, 01:35 PM IST

ଭୁବନେଶ୍ୱର: ସ୍ୱପ୍ନ ହେଲା ସାକାର। ରାଷ୍ଟ୍ରପତି ଭବନ ଖାନା ଖାଇଲେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ୫ ଡର୍ଜନ ଲୋକ। ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଏମାନେ ଉପସ୍ଥିତ ରହି ଦେଖିଛନ୍ତି। ସେମାନଙ୍କ ଜିଲ୍ଲାର ଜଣେ ଆଦିବାସୀ ମହିଳା ଦେଶର ପ୍ରଥମ ନାଗରିକ ସ୍ଥାନରେ ବସିବା ଦେଖି ସେମାନେ ଖୁସୀରେ ଗଦଗଦ ହୋଇପଡ଼ିଥିଲେ। ସୂଚନା ମୁତାବକ ଦିନକତଳେ ନୂଆ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଇଥିଲେ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଜନ୍ମିତ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ ନିଜ ଶପଥ ଗ୍ରହଣ ଉତ୍ସବକୁ ନିଜ ଜିଲ୍ଲାର ୬୦ ଜଣ ଲୋକଙ୍କୁ ନିମନ୍ତ୍ରଣ ଦେଇଥିଲେ। ସେମାନେ ସମସ୍ତେ ପହଞ୍ଚି ଶପଥଗ୍ରହଣ ଉତ୍ସବ ଦେଖିଥିଲେ। ଶପଥ ଗ୍ରହଣ ଉତ୍ସବ ପରେ ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ପକ୍ଷରୁ ଏହି ୬୦ ଜଣଙ୍କୁ ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା। ଏହି ନିମନ୍ତ୍ରଣ ପାଇ ସମସ୍ତେ ଆତ୍ମହରା ହୋଇପଡ଼ିଥିଲେ। ତାଙ୍କ ମାଟିରେ ଜନ୍ମିତ ଝିଅର ଏଭଳି ଆଦର ଓ ସତ୍କାରକୁ ନେଇ ସମସ୍ତେ ଖୁସି ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ କହିଛନ୍ତି, ରାଷ୍ଟ୍ରପତି ଭବନ ସେଣ୍ଟ୍ରାଲ ହଲ୍‌ରେ ହୋଇଥିବା ଶପଥଗ୍ରହଣ ଉତ୍ସବରେ ସେ କେବେ ଯୋଗଦେବେ ଓ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ପାଇ ତାଙ୍କ ସହ ଖାଦ୍ୟ ଖାଇ ପାରିବେ ଭାବି ନ ଥିଲେ। ସ୍ୱପ୍ନ ସାକାର ହୋଇଛି। ଏହା ଖୁବ୍ ଖୁସି ଦେଇଛି। ସେ ଏବଂ ଅନ୍ୟ କିଛି ଅତିଥି ଏହି ଶପଥଗ୍ରହଣ ଉତ୍ସବରେ ପାରମ୍ପରିକ ସାନ୍ତାଳି ଶାଢ଼ି ପିନ୍ଧି ଯାଇଥିଲେ। ସେହିପରି ନୂଆ ରାଷ୍ଟ୍ରପତିଙ୍କ ଅତି ଘନିଷ୍ଠ ଗୟାମଣି ବିର୍ସା ଓ ଡାଙ୍ଗି ମୁର୍ମୁ ମଧ୍ୟ ଶପଥଗ୍ରହଣ ଉତ୍ସବ ସହ ରାଷ୍ଟ୍ରପତି ଭବନ ଖାଦ୍ୟ ଖାଇବାର ଅତିଥି ହୋଇ ଖୁବ୍ ଖୁସି ପ୍ରକାଶ କରିଛନ୍ତି।

ସମସ୍ତଙ୍କୁ ସାକାହାରୀ ଖାଦ୍ୟ ପରୋଷି ଦିଆଯାଇଥିଲା। ଯେହେତୁ ରାଷ୍ଟ୍ରପତି ପିଆଜ, ରସୁଣ କିମ୍ବା କୌଣସି ପ୍ରକାର ଆମିଂସ ଖାଆନ୍ତି ନାହିଁ, ତେଣୁ ସମସ୍ତଙ୍କୁ ନିରାମିଷ ଖାଦ୍ୟ ପରୋଷି ଦିଆଯାଇଥିଲା। ଯାହା ଭିତରେ ରହିଥିଲା ମିଠା ମକା ଭେଜେଟେବୁଲ ସୁପ୍, ପାଲକ ପନିର, ଡାଲି ତଡକା, କୋବି-ଗାଜର-ବିନ୍‌ସ ଭଜା, ମଲାଇ କୋଫଟା, ଜିରା ପଲୋଉ, ନାନ, ସାଲ୍‌ଡ, ବୁନ୍ଦି ରାଇତା, କେଶର ରସ ମଲାଇ ଏବଂ ତାଜା ଫଳ। ଖାଦ୍ୟ ଖାଇସାରି ରଷ୍ଟ୍ରପତି ଭବନରୁ ଆସିବା ବେଳେ ସମସ୍ତଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ଗୋଟିଏ ଲେଖାଏଁ ମିଠା ପ୍ୟାକେଟ ଦିଆଯାଇଥିଲା।

ତେବେ ସମସ୍ତଙ୍କ ମନରେ ଗୋଟିଏ କ୍ଷୋଭ ଯେ ସେମାନେ ରାଷ୍ଟ୍ରପତିଙ୍କ ସହ ସେଲ୍ଫି ନେଇପାରିଲେ ନାହିଁ। କାରଣ ରାଷ୍ଟ୍ରପତି ଭବନ ଭିତରକୁ ଲୋକଙ୍କୁ ମୋବାଇଲ ଫୋନ୍ କିମ୍ବା କ୍ୟାମେରା ବାରଣ ଥିଲା।

Related story