ପାକସ୍ଥଳୀରୁ ବାହାରିଲା ୬୩ ଟି ଚାମଚ

ମୁଜାଫରନଗର: ବିଚିତ୍ର ଘଟଣା। ଗୋଟିଏ ନୁହଁ କି ୨ଟି ନୁହଁ। ଏକାଥରେ ୬୩ଟି ଚାମଚ। ଜଣେ ବ୍ୟକ୍ତିଙ୍କ ପାକସ୍ଥଳିରୁ ୬୩ ଟି ଚାମଚ ବାହାର କରାଯାଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାର ଏହି ଚିତ୍ର ଆସିଛି। ଡାକ୍ତରମାନେ ଅସ୍ତ୍ରୋପଚାର କରି ତାଙ୍କ ପାକସ୍ଥଳିରୁ ୬୩ଟି ଚାମଚ ବାହାର କରିଛନ୍ତି।  ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଜୟ । ବିଜୟ ହେଉଛନ୍ତି ଜଣେ ଅଭ୍ୟାସଗତ ନିଶା ସେବନକାରୀ । ସେଥିପାଇଁ ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି […]

iop

  • Published: Wednesday, 28 September 2022
  • , Updated: 28 September 2022, 09:37 PM IST

ମୁଜାଫରନଗର: ବିଚିତ୍ର ଘଟଣା। ଗୋଟିଏ ନୁହଁ କି ୨ଟି ନୁହଁ। ଏକାଥରେ ୬୩ଟି ଚାମଚ। ଜଣେ ବ୍ୟକ୍ତିଙ୍କ ପାକସ୍ଥଳିରୁ ୬୩ ଟି ଚାମଚ ବାହାର କରାଯାଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାର ଏହି ଚିତ୍ର ଆସିଛି। ଡାକ୍ତରମାନେ ଅସ୍ତ୍ରୋପଚାର କରି ତାଙ୍କ ପାକସ୍ଥଳିରୁ ୬୩ଟି ଚାମଚ ବାହାର କରିଛନ୍ତି।  ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବିଜୟ । ବିଜୟ ହେଉଛନ୍ତି ଜଣେ ଅଭ୍ୟାସଗତ ନିଶା ସେବନକାରୀ । ସେଥିପାଇଁ ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ନିଶା ଛଡ଼ାଇବା ପାଇଁ ବର୍ଷେ ହେବ ଚାମଚ ଦିଆଯାଇଥିଲା। ଏମିତି କରି ସେ ୬୩ଟି ଚାମଚ ଖାଇଛନ୍ତି।

ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅପରେଶନ ପରେ ପାକସ୍ଥଳୀରୁ ୬୩ଟି ଚାମଚ ବାହାର କରାଯାଇଥିଲା। ଏବେ ବିଜୟ ଆଇସିୟୁରେ ଅଛନ୍ତି। ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି। ଡାକ୍ତର ତାଙ୍କ ଉପରେ ନିଘା ରଖିଛନ୍ତି।  ନିଶା ନିବାରଣ କେନ୍ଦ୍ରରେ ବିଜୟଙ୍କୁ ଜବରଦସ୍ତ ଚାମଚ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ଥାନାରେ ଅଭିଯୋଗ ହୋଇ ନାହିଁ।

Related story