ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ମାଧବନଙ୍କ ବିରୋଧରେ ଚାକିରି ଓ ବିବାହ କରିବା ପ୍ରତଶୃତିରେ ଦୁଷ୍କର୍ମ କରିବାର ଅଭିଯୋଗ […]

sonia

Tapas Behera
  • Published: Monday, 27 June 2022
  • , Updated: 27 June 2022, 09:55 PM IST

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ମାଧବନଙ୍କ ବିରୋଧରେ ଚାକିରି ଓ ବିବାହ କରିବା ପ୍ରତଶୃତିରେ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀର ଉତ୍ତମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନାଥାଉକି, ପୀଡି଼ତା ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଙ୍ଗ ଲଗାଉଥିଲେ। ୨୦୨୦ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ଚାକିରି ଦିଆଯିବ ବୋଲି କୁହାଯାଇଥିଲା। ପୀଡ଼ିତା ମହିଳାଜଣଙ୍କ ଦଳିତ ବୋଲି ଜଣା ପଡ଼ିଛି। ଯୁବତୀଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଦୁଷ୍କର୍ମ ସଂପର୍କରେ ପୁଲିସରେ ଅଭିଯୋଗ ନ କରିବାକୁ ସେ ଧମକ ଦେଇଥିଲେ । ଅଭିଯୋଗ କଲେ ତାହାର ପରିଣତି ଭୋଗ କରିବାକୁ ପ୍ରସ୍ତୁତ କରିବାକୁ ସେ ଧମକ ଦେଇଥିବା ଯୁବତୀ ପୁଲିସକୁ କହିଛନ୍ତି । ଏ ସଂପର୍କରେ ସଂପୃକ୍ତ ଯୁବତୀ ଗତ ୨୫ ତାରିଖରେ ଦିଲ୍ଲୀର ଉତ୍ତମନଗର ଥାନାରେ ଅଭିଯୋଗ କରିଥିଲେ । ଏହା ପୁଲିସ ଆଇପିସିର ଧାରା ୩୭୬ (ଦୁଷ୍କର୍ମ) ଓ ଧାରା ୫୦୬ ( ଅପରାଧିକ ଧମକ)ରେ ମାମଲା ରୁଜ୍ଜୁ କରିଛି । ଫେବୃଆରୀ ୨୦୨୨ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ମହିଳା ଅଭିଯୋଗରେ କହିଛନ୍ତି।

 

Related story