ଗୋଆ ବିଜେପିରେ ମିଶିଥିବା ୮ କଂଗ୍ରେସ ବିଧାୟକ ମୋଦିଙ୍କୁ ଭେଟିବେ  

ପାଣାଜି:  ନିକଟରେ ଗୋଆରେ କଂଗ୍ରେସ ହାତ ଛାଡ଼ି ବିଜେପିରେ ମିଶିଥିବା  ୮ ଜଣ ବିଧାୟକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।  ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଅଜି ରାତିରେ ୬ ଜଣ ବିଧାୟକ ବିମାନରେ ଦିଲ୍ଲୀ ଯାତ୍ରା କରିବେ। ତେବେ ବିଧାୟକ ମାଇକେଲ ଲୋବୁ ଏବଂ ଦିଗମ୍ବର କାମତ ଏବେ ଗୋଆ ବାହାରେ ଅଛନ୍ତି।  ଉଭୟେ ଆସନ୍ତାକାଲି ଦିଲ୍ଲୀରେ […]

bjp

  • Published: Sunday, 18 September 2022
  • , Updated: 18 September 2022, 05:15 PM IST

ପାଣାଜି:  ନିକଟରେ ଗୋଆରେ କଂଗ୍ରେସ ହାତ ଛାଡ଼ି ବିଜେପିରେ ମିଶିଥିବା  ୮ ଜଣ ବିଧାୟକ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।  ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ଶାୱନ୍ତ ଏବଂ ରାଜ୍ୟ ବିଜେପି ସଭାପତିଙ୍କ ନେତୃତ୍ୱରେ ଏହି ବିଧାୟକମାନେ ଆସନ୍ତାକାଲି ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଅଜି ରାତିରେ ୬ ଜଣ ବିଧାୟକ ବିମାନରେ ଦିଲ୍ଲୀ ଯାତ୍ରା କରିବେ।

ତେବେ ବିଧାୟକ ମାଇକେଲ ଲୋବୁ ଏବଂ ଦିଗମ୍ବର କାମତ ଏବେ ଗୋଆ ବାହାରେ ଅଛନ୍ତି।  ଉଭୟେ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବେ। ସେହିପରି ସମ୍ପୃକ୍ତ ବିଧାୟକମାନେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ  ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗୋଆ ବିଧାନସଭାର ବାଚସ୍ପତି ରମେଶ ତାୱଡକର ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ମିଶିବା ଘଟଣାକୁ ଗ୍ରହଣ କରିଛନ୍ତି ।

ଏକ ନାଟକୀୟ ଢଙ୍ଗରେ ଗୋଆ ବିଧାନସଭାରେ ଥିବା କଂଗ୍ରେସର ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବିଜେପିରେ ଯୋଗ ଦେଇଥିଲେ ।  ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କମାତ ଓ ପୂର୍ବତନ ବିରୋଧୀ ଦଳର ନେତା ମାଇକେଲ୍‌ ଲୋବଙ୍କ ସମେତ ୮ ବିଧାୟକ ବିଜେପି ସହ ଯୋଡ଼ି ହୋଇଛି। ରାଜ୍ୟରେ ଏବେ କଂଗ୍ରେସର ମାତ୍ର ୩ ଜଣ ବିଧାୟକ ରହିଲେ। ପୂର୍ବତନ ବିଧାୟକ ମାଇକଲେ୍‌ ଏନେଇ ଗଣମାଧ୍ୟମରେ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ସାମର୍ଥ୍ୟକୁ ଦୃଢ଼ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ।

Related story