ପଞ୍ଜାବରେ ସରକାର ଗଠନ ଦିଗରେ ଆପ, ନାଚିଲେଣି ନେତା ଓ କର୍ମୀ

ଅମୃତସର: ପଞ୍ଜାବ ବିଧାନସଭାକୁ ନେଇ ଏକଜିଟ ପୋଲରେ ହୋଇଥିବା ଆକଳନ ସତ ହେବାକୁ ଯାଉଛି। କାରଣ ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଗଣତି ଚାଲିଛି। ଏହା ମଧ୍ୟରୁ ଆପ୍‌ ୮୫ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ଆଗରେ ରହିଛି। ଅକାଳୀ ମେଣ୍ଟ ୧୦, ବିଜେପି ମେଣ୍ଟ ୪ ଓ ଅନ୍ୟାନ୍ୟ ଦଳ ୧ଟି […]

app

Hemant Lenka
  • Published: Thursday, 10 March 2022
  • , Updated: 10 March 2022, 11:51 AM IST

ଅମୃତସର: ପଞ୍ଜାବ ବିଧାନସଭାକୁ ନେଇ ଏକଜିଟ ପୋଲରେ ହୋଇଥିବା ଆକଳନ ସତ ହେବାକୁ ଯାଉଛି। କାରଣ ଏଠାରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଦିଗରେ ଆଗକୁ ମାଡ଼ି ଚାଲିଛି। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଗଣତି ଚାଲିଛି। ଏହା ମଧ୍ୟରୁ ଆପ୍‌ ୮୫ଟି ଆସନରେ ଲିଡ କରୁଥିବା ବେଳେ କଂଗ୍ରେସ ମାତ୍ର ୧୭ଟି ଆସନରେ ଆଗରେ ରହିଛି।

ଅକାଳୀ ମେଣ୍ଟ ୧୦, ବିଜେପି ମେଣ୍ଟ ୪ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗରେ ରହିଛନ୍ତି। ପଞ୍ଜାବରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୫୯।

୨୦୧୭ରେ କଂଗ୍ରେସ ଏଠାରେ ସରକାର ଗଠନ କରିଥିଲା। ହେଲେ ଏବେ ଆପ୍‌ ସରକାର ଗଠନ କରିବାକୁ ଯାଉଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଆପ୍‌ ୮୫ଟି ଆସନରେ ଲିଡ୍‌ କରୁଥିବାରୁ ପଞ୍ଜାବରେ ଦଳୀୟ କର୍ମୀମାନେ ନାଚିବା ଆରମ୍ଭ କଲେଣି। ସେମାନେ ଦଳୀୟ କାର୍ଯ୍ୟାଳୟ ଆଗରେ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇବାରେ ଲାଗିଛନ୍ତି। ସେହିପରି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ସିଂହ ମାନଙ୍କ ବାସଭବନ ଆଗରେ ମଧ୍ୟ ଦଳୀୟ କର୍ମୀମାନେ ଏକାଠି ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା କିଛି ରାଣ୍ଡ ଗଣତି ଚାଲିଥିଲେ ମଧ୍ୟ ଆପ୍‌ କର୍ମୀମାନେ ବିଜୟ ନେଇ ବେଶ ଆଶାବାଦୀ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଞ୍ଜାବର ମୁଖ୍ୟମନ୍ତ୍ରୀ ଚନ୍ନି ଓ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ପଛରେ ରହିଛନ୍ତି। ସେହିପରି କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ପଟିଆଲା ପୂର୍ବ ଆସନରେ ପଛରେ ପଡ଼ିଛନ୍ତି।


ସୂଚନେଯୋଗ୍ୟ, ପଞ୍ଜାବ ବିଧାନସଭା(୧୧୭)- କଂଗ୍ରେସ-୭୭, ଆପ-୨୦, ଲୋକ ଇନସାଫ ପାର୍ଟି-୨, ଅକାଳୀ ଦଳ-୧୫ ଓ ବିଜେପି -୩।

Related story