ପଞ୍ଜାବରେ କିଏ ହେବ 'ଆପ'ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ସୂଚନା ଦେଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି କ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ସୋମବାର ଅମୃତସର ପହଞ୍ଚିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନେତୃତ୍ୱରେ ପୂର୍ବତନ ଆଇପିଏସ୍ ବିଜୟ ପ୍ରତାପ ସିଂହ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ବିଜୟ ପ୍ରତାପ ସିଂହ ପଞ୍ଜାବ ସରକାରର ଜଣେ ବିଶ୍ୱସ୍ତ ଅଧିକାରୀ ଭାବେ ଜଣାଶୁଣା। କିନ୍ତୁ କୋଟକପୁରା ଓ ବହିବଲ୍ କଲା […]

arvind-kejriwal

Ranjit Kumar Jena
  • Published: Monday, 21 June 2021
  • , Updated: 21 June 2021, 06:04 PM IST

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ରାଜନୀତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହି କ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟି (ଆପ୍)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ସୋମବାର ଅମୃତସର ପହଞ୍ଚିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନେତୃତ୍ୱରେ ପୂର୍ବତନ ଆଇପିଏସ୍ ବିଜୟ ପ୍ରତାପ ସିଂହ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି।

ବିଜୟ ପ୍ରତାପ ସିଂହ ପଞ୍ଜାବ ସରକାରର ଜଣେ ବିଶ୍ୱସ୍ତ ଅଧିକାରୀ ଭାବେ ଜଣାଶୁଣା। କିନ୍ତୁ କୋଟକପୁରା ଓ ବହିବଲ୍ କଲା ଗୁଳିକାଣ୍ଡର ତଦନ୍ତ ପାଇଁ ଗଠିତ ହୋଇଥିବା SITର ମୁଖ୍ୟ ବିଜୟ ପ୍ରତାପ କିଛି ମାସ ତଳେ ଇସ୍ତଫା ଦେଇଥିଲେ। ଯାହା ପରେ ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି।

ପଞ୍ଜାବରେ ପୂର୍ବ ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ) ଏକ ବଡ଼ ଶକ୍ତି ଭାବେ ସାମ୍ନାକୁ ଆସିଥିଲା। ଏଭଳି ସ୍ଥିତିରେ ଏଥର ମଧ୍ୟ ଆପକୁ ପଞ୍ଜାବରୁ ଅନେକ ଆଶା ରହିଛି। ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେଇ ନେଇ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। କେଜ୍ରିୱାଲ କହିଛନ୍ତି, ଆମେ ପାର୍ଟି ଏହା ଉପରେ ମନ୍ଥନ କରୁଛି, କିନ୍ତୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ଜଣେ ଶିଖ୍ ସମ୍ପ୍ରଦାୟର ହିଁ ହେବ।

https://twitter.com/ArvindKejriwal/status/1406888577816875011?s=20

କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ନେଇ ଲଗାତର ଚାଲିଥିବା ଚର୍ଚ୍ଚା ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ସିଦ୍ଧୁ ଜଣେ କଂଗ୍ରେସର ବରିଷ୍ଠ ନେତା। ଆମେ ତାଙ୍କୁ ସମ୍ମାନ କରୁ।' ସେହିପରି ପୂର୍ବତନ ଆଇପିଏସ୍ ଅଫିସର୍ ବିଜୟ ପ୍ରତାପଙ୍କୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କୁୱଁର ବିଜୟ ପ୍ରତାପ କୌଣସି ନେତା ନୁହନ୍ତି। ଏପରିକି ମୁଁ ବି ନେତା ନୁହେଁ। ସେ ନିଷ୍ଠାର ସହ କାମ କରିବାକୁ ଆମ ସହ ଯୋଗ ଦେଇଛନ୍ତି।

ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ପଞ୍ଜାବ ସରକାର ଏଠାରେ ପରିବର୍ତ୍ତନ ଆଣିପାରିନାହିଁ। କିନ୍ତୁ ଆମ ପାର୍ଟି ଏଠାରେ ନିଶ୍ଚୟ ପରିବର୍ତ୍ତନ କରି ଦେଖାଇବ। କୌଣସି ପାର୍ଟି ସହ ମେଣ୍ଟ ପ୍ରଶ୍ନରେ କେଜ୍ରିୱାଲ କହିଛନ୍ତି, ଯଦି ଏଭଳି କିଛି ହୁଏ, ତାହେଲେ ନିଶ୍ଚିତ ଗଣମାଧ୍ୟମକୁ ଜଣାଇବୁ।

Related story