ଅକ୍ଟୋବର ୬ ତାରିଖ ଯାଏଁ ଜେଲ୍‌ରେ ରହିବେ ରିଆ

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ଆଜି ତାଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଶେଷ ହେଉଥିବା ବେଳେ ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  ଅବଶ୍ୟ ଜାମିନ୍ ପାଇଁ ରିଆ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ଓ ଆସନ୍ତାକାଲି ଏହାର ଶୁଣାଣି ହେବ। ତାଙ୍କ ସହିତ ତାଙ୍କ ଭାଇ ମଧ୍ୟ ଜାମିନ୍ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। […]

rhea

Jitendra Garnayak
  • Published: Tuesday, 22 September 2020
  • , Updated: 22 September 2020, 03:07 PM IST

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ବଲିଉଡ୍ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ରହିବେ। ଆଜି ତାଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଶେଷ ହେଉଥିବା ବେଳେ ମୁମ୍ବାଇର ଏକ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  ଅବଶ୍ୟ ଜାମିନ୍ ପାଇଁ ରିଆ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ଓ ଆସନ୍ତାକାଲି ଏହାର ଶୁଣାଣି ହେବ। ତାଙ୍କ ସହିତ ତାଙ୍କ ଭାଇ ମଧ୍ୟ ଜାମିନ୍ ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କ ଜାମିନ ଆବେଦନର ଶୁଣାଣି ବି ଆସନ୍ତାକାଲି ହେବ ବୋଲି ଜଣାପଡ଼ିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ଦିଗରେ ତଦନ୍ତ କରୁଥିବା ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ସେପ୍ଟେମ୍ବର ୮ ତାରିଖରେ ରିଆଙ୍କୁ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସେ ତଳ କୋର୍ଟରେ ଦୁଇ ଥର ଜାମିନ୍ ଆବେଦନ କରିଥିଲେ, ଯାହା ଖାରଜ ହୋଇଯାଇଥିଲା।

ସୁଶାନ୍ତଙ୍କ ପାଇଁ ରିଆ ଡ୍ରଗ୍ସ କିଣୁଥିବା ନେଇ ପଚରାଉଚରା ବେଳେ ଏନ୍‌ସିବି ନିକଟରେ ସ୍ୱୀକାର କରିଥିଲେ। ତେବେ ସେ ନିଜେ ଡ୍ରଗ୍ସ ସେବନ କରୁ ନଥିବା କହିଥିବା ଏନ୍‌ସିବିକୁ କହିଥିବା ଜଣାପଡ଼ିଛି।

ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରିଥିଲା। ଏହା ପରେ ଚର୍ଚ୍ଚାକୁ ଆସିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିଆକୁ ଦାୟୀ କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲା। ଏବେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଆସିବାରୁ ଏନ୍‌ସିବି ତା’ଉପରେ ତଦନ୍ତ କରୁଛି। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି।

Related story