କଂଗ୍ରେସ ଛାଡ଼ିଲେ ଅଭିନେତ୍ରୀ ବିଜୟାଶାନ୍ତି

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ଧରି ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ଓ ଅଭିନେତ୍ରୀ ବିଜୟାଶାନ୍ତି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସୋମବାର ବିଜେପିରେ ଯୋଗ ଦେବେ। ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବା ବିଜୟଶାନ୍ତ କିଛି ମାସ ହେବ କଂଗ୍ରେସର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ ହେଉନଥିଲେ। ଏହି କାରଣରୁ ହୁଏତ ସେ ଇସ୍ତଫା ଦେଇଥିବା କୁହାଯାଉଛି। ଅଭିନେତ୍ରୀ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା […]

vijayashanti

Ranjit Kumar Jena
  • Published: Sunday, 06 December 2020
  • , Updated: 06 December 2020, 04:53 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ଗତ କିଛି ଦିନ ଧରି ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ଓ ଅଭିନେତ୍ରୀ ବିଜୟାଶାନ୍ତି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପରେ ସେ ସୋମବାର ବିଜେପିରେ ଯୋଗ ଦେବେ। ପାର୍ଟିର ବ୍ୟବହାରରେ ଅସନ୍ତୋଷ ଥିବା ବିଜୟଶାନ୍ତ କିଛି ମାସ ହେବ କଂଗ୍ରେସର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ୍ ହେଉନଥିଲେ। ଏହି କାରଣରୁ ହୁଏତ ସେ ଇସ୍ତଫା ଦେଇଥିବା କୁହାଯାଉଛି।

ଅଭିନେତ୍ରୀ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବା ପାଇଁ ଆଜି ଦିଲ୍ଲୀ ପହଞ୍ଚିବେ, ଯେଉଁଠାରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିବେ। ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜୟାଶାନ୍ତି ବିଜେପିରେ ସାମିଲ୍ ହେବେ। ଏଥିପାଇଁ ମଧ୍ୟ ତେଲେଙ୍ଗାନା ବିଜେପି ମୁଖ୍ୟ ବାଣ୍ଡି ସଞ୍ଜୟ କୁମାର ମଧ୍ୟ ଆଜି ହାଇଦ୍ରାବାଦରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ବିଜୟାଶାନ୍ତି ଏବେ ଦକ୍ଷିଣ ଭାରତରେ ୨ୟ ଅଭିନେତ୍ରୀ ଭାବେ ବିଜେପିରେ ସାମିଲ୍ ହେବେ। ଏହା ପୂର୍ବରୁ ତାମିଲନାଡୁରେ ଅଭିନେତ୍ରୀ ଖୁସବୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।

ଦକ୍ଷିଣ ସିନେମା ଜଗତର ଅମିତାଭ ବଚ୍ଚନ କୁହଯାଉଥିବା ବିଜୟାଶାନ୍ତି ୧୯୯୭ରେ ବିଜେପିରେ ଯୋଗ ଦେଇଥିଲେ। ତେବେ ତେଲେଙ୍ଗାନା ବିଭାଜନ ପରେ ସେ ଟିଆରଏସ୍ ମୁଖ୍ୟ କେସିଆରଙ୍କ ସହ ଯୋଗାଯୋଗରେ ରହିଥିଲେ। ସେ ଟିଆରଏସରୁ ଟିକେଟ୍ ପାଇ ୨୦୦୯ର ୨୦୧୪ ପର୍ଯ୍ୟନ୍ତ ମେଦକର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତେବେ ୨୦୧୪ରେ ସେ ଟିଆରଏସ୍ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ।

Related story