ଅଭିନେତା ବିକ୍ରମ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ: ଜଣାଶୁଣା ତାମିଲ ଅଭିନେତା ଚିୟାନ ବିକ୍ରମଙ୍କୁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ଆଞ୍ଜିଓଗ୍ରାମ କରାଯାଇଛି। ତାଙ୍କ ଅବସ୍ଥା ଭଲ ଅଛି। ଆଜି ନ ହେଲେ ଆସନ୍ତାକାଲି ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯିବ। ତେବେ ହସ୍‌ପିଟାଲ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କିଛି ସୂଚନା ଦିଆଯାଇନାହିଁ।

ଆଜି ଚିୟାନ ବିକ୍ରମ ଅସୁସ୍ଥ ଅନୁଭବ କରିଥିଲେ। ଏହା ପରେ ତୁରନ୍ତ ତାଙ୍କୁ ହସ୍‌ପିଟାଲ୍ ନିଆଯାଇଥିଲା।

ଆଜି ସନ୍ଧ୍ୟାରେ ଚେନ୍ନାଇରେ ତାଙ୍କର ଅପ୍‌କମିଂ ଫିଲ୍ମ ପୋନ୍ନିୟିନ ସେଲଭାନ୍ ( Ponniyin Selvan )ର ଟିଜର ରିଲିଜ୍ ହେବା କାର୍ଯ୍ୟକ୍ରମ ରହିଛି। ତେବେ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି ଗତକାଲି ଠାରୁ ଜଣାଇ ଦେଇଥିଲେ। ସେ କିଛି ଦିନ ବିଶ୍ରାମ ନେବାକୁ ଚାହୁଁଥିବା କହିଥିଲେ। ଫିଲ୍ମଟି ସେପ୍ଟେମ୍ବର ୩୦ ତାରିଖରେ ରିଲିଜ୍ ହେବ।

ଅନ୍ୟପକ୍ଷରେ ସେ ଆସନ୍ତା ସୋମବାର ତାଙ୍କର ଅନ୍ୟ ଏକ ଅପ୍‌କମିଂ ଫିଲ୍ମ କୋବ୍ରାର ଅଡିଓ ଲଞ୍ଚ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥା’ନ୍ତେ। ‘କୋବ୍ରା’ ଚଳିତ ବର୍ଷ ଶେଷ ଆଡ଼କୁ ରିଲିଜ୍ ହେବାର ଅଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।