ଆତଙ୍କବାଦୀ ଅମଳର ମାଟି ନହେଉ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଅମଳର ମାଟି ନହେଉ ଆଫଗାନିସ୍ତାନ। ଆତଙ୍କବାଦୀ କାର୍ଯ୍ୟକାଳାପ ପାଇଁ ଆଫଗାନ ମାଟି ବ୍ୟବହାର ନହେଉ। ବୁଧବାର  ଆଠଟି ଦେଶ ପକ୍ଷରୁ ଏନେଇ ଏକ ମିଳିତ ଘୋଷଣାନାମା ଜାରି କରାଯାଇଛି। ଆଫଗାନିସ୍ତାନରେ ଆଞ୍ଚଳିକି ସୁରକ୍ଷା ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଉପରୋକ୍ତ ମତ ପ୍ରକାଶ ପାଇଛି। ଭାରତର ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇରାନ, ଋସିଆ, କାଜକିସ୍ତାନ, ତାଜକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଆଫଗାନିସ୍ତାନର ଆଞ୍ଚଳିକ […]

afganistan

Tapas Behera
  • Published: Wednesday, 10 November 2021
  • , Updated: 10 November 2021, 05:21 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଅମଳର ମାଟି ନହେଉ ଆଫଗାନିସ୍ତାନ। ଆତଙ୍କବାଦୀ କାର୍ଯ୍ୟକାଳାପ ପାଇଁ ଆଫଗାନ ମାଟି ବ୍ୟବହାର ନହେଉ। ବୁଧବାର  ଆଠଟି ଦେଶ ପକ୍ଷରୁ ଏନେଇ ଏକ ମିଳିତ ଘୋଷଣାନାମା ଜାରି କରାଯାଇଛି। ଆଫଗାନିସ୍ତାନରେ ଆଞ୍ଚଳିକି ସୁରକ୍ଷା ନେଇ ଦିଲ୍ଲୀରେ ହୋଇଥିବା ବୈଠକରେ ଉପରୋକ୍ତ ମତ ପ୍ରକାଶ ପାଇଛି।

ଭାରତର ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଇରାନ, ଋସିଆ, କାଜକିସ୍ତାନ, ତାଜକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଆଫଗାନିସ୍ତାନର ଆଞ୍ଚଳିକ ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ଯୁଦ୍ଧ ଯୋଗୁ ସେଠାକାର ଲୋକେ ଭୋଗୁଥିବା ଦୁର୍ଦ୍ଦଶାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା ।

ଏଥିସହ ମିଳିତ ୮ଟି ଦେଶ ପକ୍ଷରୁ ଯେଉଁ ସଂକଳ୍ପ ପାରିତ ହୋଇଥିଲା ସେଥିରେ ଆଫଗାନିସ୍ତାନକୁ ସଚେତନ କରାଯାଇଛି। ଆତଙ୍କବାଦୀମାନେ ଆଫଗାନିସ୍ତାନ ମାଟି ବ୍ୟବହାର କରିବା ଅନୁଚିତ ବୋଲି କୁହାଯାଇଛି।  ଆତଙ୍କବାଦୀମାନଙ୍କୁ ଆଶ୍ରୟ, ତାଲିମ ଏବଂ ଆର୍ଥିକ ସହାୟତାରୁ ନିବୃତ୍ତ ରଖାଯିବା ଉଚିତ ବୋଲି ପ୍ରସ୍ତାବ ଦିଆଯାଇଛି। ତେବେ ପାକିସ୍ତାନ ନା ନିଆଯାଇ ନଥିବା ବେଳେ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ କେହି ହସ୍ତକ୍ଷେପ କରିବା ଅନୁଚିତ ବୋଲି କୁହାଯାଇଥିଲା।

Related story