ଆସନ୍ତାକାଲି ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳ ବୈଠକ, କଂଗ୍ରେସ ବାଦ୍

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ ଦଳ। ଏହି ପରିପ୍ରେକ୍ଷୀରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ ବିରୋଧୀ ଦଳ ବୈଠକର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ବିରୋଧରେ ‘ଏକଜୁଟ’ ହେବାର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପାୱାର ବିରୋଧୀ ଦଳର ଏହି ବୈଠକ ଡକାଇଛନ୍ତି। ହେଲେ ଏହି ବୈଠକକୁ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର […]

Sharad Pawar

Ranjit Kumar Jena
  • Published: Monday, 21 June 2021
  • , Updated: 21 June 2021, 04:07 PM IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ ଦଳ। ଏହି ପରିପ୍ରେକ୍ଷୀରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ ବିରୋଧୀ ଦଳ ବୈଠକର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ବିରୋଧରେ 'ଏକଜୁଟ' ହେବାର ସମ୍ଭାବନାକୁ ଅନୁଧ୍ୟାନ କରିବା ପାଇଁ ପାୱାର ବିରୋଧୀ ଦଳର ଏହି ବୈଠକ ଡକାଇଛନ୍ତି। ହେଲେ ଏହି ବୈଠକକୁ କଂଗ୍ରେସକୁ ନିମନ୍ତ୍ରଣ କରାଯାଇ ନାହିଁ। ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ରବିବାର ଦିନ ଶରଦ ପାୱାରଙ୍କୁ ଭେଟିବା ପରେ ଏହି ବୈଠକର ବିବରଣୀ ଆସିଛି।

ବେଙ୍ଗଲ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି)ରେ ଯୋଗ ଦେଇଥିବା ବିଜେପିର ପୂର୍ବତନ ନେତା ଯଶୱନ୍ତ ସିହ୍ନା ଓ ପାୱାରଙ୍କ ଉପସ୍ଥିତିରେ ଏହି ବୈଠକ ପାଇଁ ବିଭିନ୍ନ ପାର୍ଟିକୁ ନିମନ୍ତ୍ରଣ ପଠା ଯାଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରଶାନ୍ତ କିଶୋର ଦ୍ୱିତୀୟ ଥର ପାଇଁ ଶରଦ ପାୱାରଙ୍କୁ ଭେଟିବା ପରେ ଦୁଇ ବର୍ଷ ପରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି ବିରୋଧରେ ବିରୋଧୀ ଦଳର ଆଲୋଚନା ଅଧିକ ଗତିଶୀଳ ହୋଇଛି।

ସୂତ୍ରରୁ ପ୍ରକାଶ ଯେ ଶରଦ ପାୱାର ଏବଂ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦିଲ୍ଲୀରେ ସାକ୍ଷାତ ହୋଇଥିଲା। ଏହାପୂର୍ବରୁ ଜୁନ୍ ୧୧ ତାରିଖରେ ଦୁହେଁ ମୁମ୍ବାଇର ଏନସିପି ମୁଖ୍ୟଙ୍କ ବାସଭବନରେ ଭେଟିଥିଲେ। ରବିବାରର ବୈଠକରେ ପ୍ରାୟ ଅଧ ଘଣ୍ଟା ଧରି ଚାଲିଥିଲା। ଏହା ପୂର୍ବରୁ ମେ ୧୧ ତାରିଖରେ ହୋଇଥିବା ବୈଠକ ପ୍ରାୟ ଚାରି ଘଣ୍ଟା ଧରି ଚାଲିଥିଲା।

ସୂଚନା ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏବଂ ବିଜେପି ବିନା ତୃତୀୟ ସାମ୍ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳର ମିଳିତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏହି ବୈଠକରେ ଆଲୋଚନା କରାଯାଇ ପାରେ। କିଛି ପାର୍ଟି ମଧ୍ୟ ଏହି ଦଳରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଏହି ବୈଠକରେ ଓଡ଼ିଶାରେ କ୍ଷମତାସୀନ ବିଜେଡି ଯୋଗ ଦେବ କି ନାହିଁ, ତାହା ଜଣା ପଡ଼ିନାହିଁ।

ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବିଜୟ ଦର୍ଶାଇଛି ଯେ ବିଜେପି ଏବଂ ଏହାର ଅପରାଜେୟ 'ନିର୍ବାଚନ ମେନିନାରୀ' କୁ ହରାଇବା ସମ୍ଭବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କୁମାର ମମତା ବାନାର୍ଜୀଙ୍କ 'ରଣନୀତିଜ୍ଞ' ଥିଲେ। ସେ କଷ୍ଟସାଧ୍ୟ ଲଢ଼େଇରେ ଟିଏମସିକୁ ବିଜେପିର କଡ଼ା ଚ୍ୟାଲେଞ୍ଜ ବିରୋଧରେ ବିଜୟୀ କରାଇଥିଲେ ଏବଂ ମମତା ନେତୃତ୍ୱରେ ଟିଏମସିକୁ ତୃତୀୟଥର କ୍ଷମତାକୁ ଆଣିବାରେ ମାର୍ଗ ଦର୍ଶକ ସାଜିଥିଲେ।

ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟ ପରେ ଯେତେବେଳେ ମମତାଙ୍କୁ ପଚରାଗଲା ଯେ ଆଗାମୀ ଦିନରେ ସେ ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଦେଖୁଛନ୍ତି କି, ହେଲେ ମମତା ସିଧାସଳଖ ଏହାର ଉତ୍ତର ଦେଇ ନଥିଲେ। ମମତା କହିଥିଲେ, 'ମୋ ମତରେ, ଆମେ ସମସ୍ତେ ଏକାଠି ମିଶି ୨୦୨୪ର ଲଢ଼େଇ ଲଢ଼ିପାରିବା। କିନ୍ତୁ ଆମକୁ ପ୍ରଥମେ କୋଭିଡ୍-୧୯ ସହ ଲଢ଼ିବାକୁ ପଡ଼ିବ। ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଜାତୀୟ ସ୍ତରରେ ବିରୋଧୀ ଦଳର ମିଳିତ ମେଣ୍ଟର ସମର୍ଥନ କରିସାରିଛନ୍ତି। ରାଉତ କହିଥିଲେ ଯେ ସେ ଏ ବିଷୟରେ ଶରଦ ପାୱାରଙ୍କ ସହ ମଧ୍ୟ କଥା ହୋଇଛନ୍ତି।

Related story