ପେଟ୍ରୋଲ୍ ପରେ ଓଡ଼ିଶାରେ ସେଞ୍ଚୁରୀ ମାରିଲା ଡିଜେଲ୍ ଦର

ନୂଆଦିଲ୍ଲୀ: କରୋନା ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଓଡ଼ିଶାରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ୍ ଲିଟର୍ ପିଛା ୨୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ ପଇସା ବଢିଛି। ନୂଆ ଦର ଅନୁଯାୟୀ […]

Petrol

Ranjit Kumar Jena
  • Published: Tuesday, 22 June 2021
  • , Updated: 22 June 2021, 05:04 PM IST

ନୂଆଦିଲ୍ଲୀ: କରୋନା ସାଙ୍ଗକୁ ପେଟ୍ରୋଲ ଓ ଡିଜେଲ ଦର ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି। ପେଟ୍ରୋଲ୍ ପରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିଛି। ଓଡ଼ିଶାରେ ଏବେ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ଆଜି ପୁଣି ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ୍ ଲିଟର୍ ପିଛା ୨୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୬ ପଇସା ବଢିଛି। ନୂଆ ଦର ଅନୁଯାୟୀ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପିଛା ୯୭.୫୦ ଟଙ୍କା ଓ ଡିଜେଲ୍ ଲିଟର୍ ପିଛା ୮୮.୨୩ ଟଙ୍କା ହୋଇଛି।

ବିଭିନ୍ନ ସ୍ଥାନରେ ଡିଜେଲ୍ ଦର ୧୦୦ ଟଙ୍କା ଛୁଇଁଛି। ଚଳିତ ମାସରେ ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଓ ହନୁମାନଗଡ଼ରେ ଡିଜେଲ୍ ଦର ଲିଟର ପିଛା ୧୦୦ ଟଙ୍କା ହୋଇଥିଲା। ଏବେ ଓଡ଼ିଶାର ମାଲକାନଗିରି ଓ କୋରାପୁଟରେ ଡିଜେଲ୍ ଲିଟର୍ ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ମାଲକାନଗିରିରେ ଡିଜେଲ୍ ଦର ଲିଟର୍ ପିଛା ୧୦୧.୧୨ ଟଙ୍କା ଓ କୋରାପୁଟରେ ଲିଟର୍ ପିଛା ୧୦୦.୪୬ ଟଙ୍କା ହୋଇଛି।

ପୂର୍ବରୁ ପେଟ୍ରୋଲ ୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସେଞ୍ଚୁରୀ ମାରିସାରିଛି। ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ ଓ କଶ୍ମୀର, ଓଡ଼ିଶା ଓ ଲଦାଖରେ ପେଟ୍ରୋଲ୍ ଦର ଲିଟର୍ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି। ମେଟ୍ରୋ ସିଟି ଗୁଡ଼ିକ ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ୍ ଲିଟର୍ ପିଛା ୧୦୩.୬୩ ଓ ଡିଜେଲ୍ ଲିଟର୍ ପିଛା ୯୫.୭୨ ଟଙ୍କାରେ ପହଞ୍ଚିଛି।

ମେ’ ୪ ତାରିଖ ପରଠାରୁ ୨୮ଥର ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଛି। ଏହାରି ଭିତରେ ପେଟ୍ରୋଲ୍ ଲିଟର୍ ପିଛା ୭.୧୦ ଟଙ୍କା ଓ ଡିଜେଲ୍ ୭.୫୦ ଟଙ୍କା ବଢିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରେ ଭାରତରେ ତୈଳ କମ୍ପାନୀ ଗୁଡ଼ିକ ନିୟମିତ ଦରରେ ସଂଶୋଧନ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦର ଆହୁରି ବଢ଼ିବ ବୋଲି ଜଣାପଡ଼ିଛି।

Related story