ସ୍ୱାମୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ଐଶ୍ୱର୍ଯ୍ୟା ରାୟ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ନିଜ ସ୍ୱାମୀଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ପାରନ୍ତି ଐଶ୍ୱର୍ଯ୍ୟା ରାୟ। ତେବେ ଇଏ ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନୁହନ୍ତି, ଆମେ କହୁଛୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ କଥା। ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ବିପକ୍ଷରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି। ଐଶ୍ୱର୍ଯ୍ୟାଙ୍କ ବାପା ନିକଟରେ […]

vote1

Jitendra Garnayak
  • Published: Wednesday, 09 September 2020
  • , Updated: 10 September 2020, 01:19 PM IST

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନରେ ନିଜ ସ୍ୱାମୀଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ପାରନ୍ତି ଐଶ୍ୱର୍ଯ୍ୟା ରାୟ। ତେବେ ଇଏ ବଚ୍ଚନ ପରିବାର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନୁହନ୍ତି, ଆମେ କହୁଛୁ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲ ପ୍ରସାଦ ଯାଦବଙ୍କ ବଡ଼ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ କଥା। ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କ ବିପକ୍ଷରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି।

ଐଶ୍ୱର୍ଯ୍ୟାଙ୍କ ବାପା ନିକଟରେ କହିଛନ୍ତି ଯେ, ତେଜପ୍ରତାପଙ୍କ ବିପକ୍ଷରେ ତାଙ୍କ ଝିଅ ବିଧାନସଭା ନିର୍ବାଚନ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।। ଆର୍‌ଜେଡିରୁ ଗତ ବିଧାନସଭା ନିର୍ବାଚନ ଜିତିଥିବା ଚନ୍ଦ୍ରିକା ରାୟଙ୍କ କହିବା କଥା, ନିଷ୍ପତ୍ତି ଗ୍ରହଣ କରିବା ପାଇଁ ତାଙ୍କ ଝିଅର ସମ୍ପୂର୍ଣ୍ଣ ସ୍ୱାଧୀନତା ରହିଛି । ଐଶ୍ୱର୍ଯ୍ୟା ଯେଉଁ ଆସନରୁ ଲଢ଼ିବାକୁ ସ୍ଥିର କରିବେ ସେ ସେଥିରେ ପୂର୍ଣ୍ଣ ସହଯୋଗ କରିବେ। ତେବେ ଏ ସମ୍ପର୍କରେ ଐଶ୍ୱର୍ଯ୍ୟା ନିଜେ ହିଁ ଘୋଷଣା କରିବେ ବୋଲି ସେ କହିଛନ୍ତି।

୨୦୧୮ରେ ଐଶ୍ୱର୍ଯ୍ୟା ତେଜପ୍ରତାପଙ୍କୁ ବିବାହ କରିଥିଲେ। ତେବେ ବିବାହର ପାଞ୍ଚ ମାସ ପରେ ତେଜପ୍ରତାପ ଛାଡ଼ପତ୍ର ଆବେଦନ କରିବାରୁ ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ଜାରି ରହିଛି। ଏବେ ଚନ୍ଦ୍ରିକା ବାଧ୍ୟ ହୋଇ ଆର୍‌ଜେଡି ଛାଡ଼ି ରାଜ୍ୟ ଶାସକ ଦଳ ଜେଡିୟୁରେ ଯୋଗ ଦେଇଛନ୍ତି।

ସେପଟେ ମହୁଆ ଆସନରୁ ବିଧାନସଭାକୁ ଯାଇଥିବା ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଆସନ୍ତା ନିର୍ବାଚନରେ ଆସନ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ଆଉ ତେଜପ୍ରତାପ ଯେଉଁଠୁ ଲଢ଼ିବେ, ସେଠାରେ ତାଙ୍କ ବିରୋଧରେ ଐଶ୍ୱର୍ଯ୍ୟାଙ୍କ ପ୍ରାର୍ଥୀ କରିବାକୁ ଜେ଼ଡିୟୁ ଯୋଜନା କରୁଥିବା ଶୁଣିବାକୁ ମିଳୁଛି।

Related story