ସବୁ ପିଲା ମଦ ପିଉଛନ୍ତି, ମୋ ପୁତୁରା ପିଇଲା କ’ଣ ହେଲା: ଧାରଣାରେ ବସିଲେ କଂଗ୍ରେସ ବିଧାୟିକା

ଜୟପୁର: କଂଗ୍ରେସ ବିଧାୟିକାଙ୍କ ଅଜବ ଯୁକ୍ତି। କହିଲେ ସବୁ ଛୋଟ ପିଲା ମଦ ପିଉଛନ୍ତି।  ମୋ ପୁତୁରା   ପିଇଲା କଣ ହେଲା। ତୁରନ୍ତ ତାକୁ ମୁକ୍ତ କରାଯାଉ। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ମୁକୁଳାଇବା ପାଇଁ ଜଣେ କଂଗ୍ରେସ ବିଧାୟିକା ଧାରଣାରେ ବସିଛନ୍ତି। ରାଜସ୍ତାନ କଂଗ୍ରେସ ବିଧାୟିକା ଏବଂ ତାଙ୍କ ସ୍ୱାମୀ ଧାରଣାରେ ବସି ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପୁଲିସ ସହିତ ଯୁକ୍ତିତର୍କ […]

yhm

Tapas Behera
  • Published: Tuesday, 19 October 2021
  • , Updated: 19 October 2021, 06:02 PM IST

ଜୟପୁର: କଂଗ୍ରେସ ବିଧାୟିକାଙ୍କ ଅଜବ ଯୁକ୍ତି। କହିଲେ ସବୁ ଛୋଟ ପିଲା ମଦ ପିଉଛନ୍ତି।  ମୋ ପୁତୁରା   ପିଇଲା କଣ ହେଲା। ତୁରନ୍ତ ତାକୁ ମୁକ୍ତ କରାଯାଉ। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ମୁକୁଳାଇବା ପାଇଁ ଜଣେ କଂଗ୍ରେସ ବିଧାୟିକା ଧାରଣାରେ ବସିଛନ୍ତି।

ରାଜସ୍ତାନ କଂଗ୍ରେସ ବିଧାୟିକା ଏବଂ ତାଙ୍କ ସ୍ୱାମୀ ଧାରଣାରେ ବସି ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପୁଲିସ ସହିତ ଯୁକ୍ତିତର୍କ କରୁଥିବାବେଳେ ବିଧାୟିକା କହିଥିଲେ ଯେ, ପିଲାମାନେ ପ୍ରାୟତଃ ମଦ୍ୟପାନ କରନ୍ତି ଏବଂ ଭୁଲ କରନ୍ତି।  ତେଣୁ ମୋ ପୁତୁରାକୁ ଛାଡ଼ି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

କଂଗ୍ରେସ ବିଧାୟିକା  ମୀନା କୁନୱାର ଏବଂ ତାଙ୍କ ସ୍ୱାମୀ ଉମେଦ ସିଂ ଯୋଧପୁର ଶେରଗଡରେ ପୋଲିସ ଷ୍ଟେସନରେ ଧାରଣାରେ ବସିଛନ୍ତି ।  ତାଙ୍କ ପୁତୁରାକୁ ପୁଲିସ ଗିରଫ କରିବା ପରେ ଦୁହେଁ ଧାରଣା ଦେଇଛନ୍ତି। ଏହି ଭିଡିଓଟି ଏବେ ସୋଶାଲ ମିଡିଆ ଭାଇରାଲ ହେଉଛି।

ଯୁକ୍ତିତର୍କ ବେଳେ ବିଧାୟିକା କହିଛନ୍ତି ଯେ ସେ ତାଙ୍କ ପୁତୁରାକୁ ମୁକ୍ତ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି। ଉଭୟ ବିଧାୟିକା ଏବଂ ତାଙ୍କ ସ୍ୱାମୀ ଯୁକ୍ତି କରିଛନ୍ତି ଯେ ସମସ୍ତ ପିଲା ବେଳେବେଳେ ପିଇଥାନ୍ତି ଏବଂ ଏହା କୌଣସି ବଡ଼ କଥା ନୁହେଁ। ପୁଲିସ ଅଭିଯୁକ୍ତକୁ ଛାଡ଼ିବାକୁ ମନା କରିଦେଇଥିବା ବେଳେ ଧାରଣା ଜାରି ରଖିବେ ବୋଲି ବିଧାୟିକା ପୁଲିସକୁ ଧମକ ଦେଇଛନ୍ତି। ଜଣେ ପୁଲିସ ଅଧିକାରୀ ଏହି ଦମ୍ପତିଙ୍କୁ ମାନବିକତା ସହିତ କଥା ହେବାକୁ ଅନୁରୋଧ କରୁଥିବା ଭିଡିଓରେ ଦୃଷ୍ୟମାନ ହେଉଛି। ରବିବାର ରାତିରେ ଏହି ଘଟଣା ଘଟିଥିଲା।

Related story