ଆଉ ଉଡ଼ିବନି 'MIG-21', ୨୦୨୫ ସୁଦ୍ଧା ବନ୍ଦ ହେବ

ନୂଆଦିଲ୍ଲୀ: ଆଗକୁ ଆଉ ଆକାଶରେ ଉଡିବନି ମିଗ୍‌-୨୧ ଯୁଦ୍ଧ ବିମାନ। ୧୯୯୯ କାର୍ଗିଲ ବିଜୟ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍କୁ ସଫଳ କରାଇଥିବା ମିଗ୍-୨୧ ଲଢୁଆ ବିମାନ ଅବସର ନେବ। ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ ହେବ ମିଗ୍-୨୧ ବିମାନ। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ। ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ। ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି […]

MIG-21 fighter jet

Madhupriya Mistry
  • Published: Saturday, 30 July 2022
  • , Updated: 30 July 2022, 10:12 AM IST

ନୂଆଦିଲ୍ଲୀ: ଆଗକୁ ଆଉ ଆକାଶରେ ଉଡିବନି ମିଗ୍‌-୨୧ ଯୁଦ୍ଧ ବିମାନ। ୧୯୯୯ କାର୍ଗିଲ ବିଜୟ ଓ ୨୦୧୯ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍କୁ ସଫଳ କରାଇଥିବା ମିଗ୍-୨୧ ଲଢୁଆ ବିମାନ ଅବସର ନେବ। ୨୦୨୫ ଶେଷ ସୁଦ୍ଧା ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ ହେବ ମିଗ୍-୨୧ ବିମାନ। ଏହି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ରୁ ଆରମ୍ଭ ହେବ। ଅବଶିଷ୍ଟ ୩ଟି ସ୍କ୍ୱାର୍ଡନକୁ ଆସନ୍ତା ୩ ବର୍ଷରେ ବନ୍ଦ କରାଯିବ।

ଗତ କିଛି ବର୍ଷ ଧରି ମିଗ୍-୨୧ ଦୁର୍ଘଟଣା ବୃଦ୍ଧି ପାଇବା ପରେ ମିଗ୍-୨୧କୁ ଭାରତୀୟ ସେନାରୁ ଅବସର ଦେବାକୁ ଚିନ୍ତା କରାଯାଉଥିଲା। ଗତ ଗୁରୁବାର ଦିନ ସଂଧ୍ୟାରେ ରାଜସ୍ଥାନର ବାରମେରରେ ମିଗ୍-୨୧ର ଏକ ଟ୍ରେନର ଏୟାରକ୍ରାଫ୍ଟ ରାଜସ୍ଥାନର ବାରମେର୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଦୁଇ ପାଇଲଟ୍ ଫ୍ଲାଇଟ ଲେଫ୍ଟନାଣ୍ଟ ଏ. ବାଲା ଓ ଓ୍ୱିଙ୍ଗ କମାଣ୍ଡର ରାଣାଙ୍କ ମୃତ୍ୟୁ ପରେ ମିଗ୍-୨୧କୁ ଭାରତୀୟ ବାୟୁସେନାରୁ ସେବା ନିବୃତ୍ତ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ପ୍ରଥମ ପର୍ଯ୍ୟାୟରେ ସେପଟେମ୍ବର ୩୦ ସୁଦ୍ଧା ଶ୍ରୀନଗରରେ ଅବସ୍ଥାପିତ ମିଗ୍-୨୧ର ଗୋଟିଏ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ପରେ ଆଉ ୩ ବର୍ଷ ଅର୍ଥାତ ୨୦୨୫ ଶେଷ ସୁଦ୍ଧା ବାକି ୩ଟି ସ୍କ୍ୱାର୍ଡନକୁ ଅବସର ଦିଆଯିବ ବୋଲି ଭାରତୀୟ ବାୟୁସେନା ପକ୍ଷର ସୂଚନା ଦିଆଯାଇଛି। ଏହି ଅନୁସାରେ ୨୦୨୩ରେ ଗୋଟିଏ, ୨୦୨୪ରେ ଗୋଟିଏ ଓ ୨୦୨୫ରେ ଶେଷ ସ୍କ୍ୱାର୍ଡନକୁ ଅବସର ଦିଆଯିବ। ଏହାସହ ୨୦୨୫ ଶେଷ ସୁଦ୍ଧା ଭାରତୀୟ ସେନାରୁ ମିଗ୍-୨୧ ସେବା ନିବୃତ୍ତ ହେବ।

୨୦୧୯ ପାକିସ୍ତାନ ବିରୋଧରେ ହୋଇଥିବା ଏୟାରଷ୍ଟ୍ରାଇକ୍ ବେଳେ ଭାରତୀୟ ବାୟୁସେନାର ମିଗ୍-୨୧ ପାକିସ୍ତାନର ଏଫ୍-୧୬ ବିମାନକୁ ଖସାଇଥିଲା। ବିଭିନ୍ନ ସମୟରେ ମିଗ୍ ବିମାନ ଦୁର୍ଘଟଣାରେ ୨୦୦ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ସାଧାରଣ ନାଗରିକଙ୍କ ଜୀବନ ଯାଇଛି।

Related story