/odisha-reporter/media/post_attachments/uploads/2021/12/Corona-and-mask.jpg)
Corona
ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ସାରା ବିଶ୍ୱକୁ କଲବଲ କଲାଣି କରୋନା। ଏହି ମହାମାରୀକୁ ମାତ୍ ଦେବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ। ତେବେ ପ୍ରଥମେ ପ୍ରଥମେ ଏହି ମାସ୍କ ସମସ୍ତଙ୍କ ପାଇଁ ଏକ ବଡ ଜିନିଷ ଥିଲା। କିନ୍ତୁ ପରେ ପରେ ବଜାରକୁ ରଙ୍ଗ ବେରଙ୍ଗର କପଡା ମାସ୍କ ଆସିଲା। ଏହା ଧୀରେ ଧୀରେ ଫ୍ୟାଶନରେ ପରିଣତ ହୋଇଗଲା। ତେବେ ଗତବର୍ଷ କରୋନାର ଡେଲ୍ଟା ଭୂତାଣୁକୁ କପଡା ମାସ୍କ ରୋକି ପାରିନଥିଲା। ଏବେ ଓମିକ୍ରନ୍କୁ ଏହା ରୋକି ପାରିବ କି? ଏହା କେତେ ସୁରକ୍ଷିତ? ତାକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ବ୍ଲୁମବର୍ଗର ରିପୋର୍ଟ ମୁତାବକ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାଇମେରୀ ହେଲ୍ଥ କେଆର୍ ସର୍ଭିସେସ୍ର ପ୍ରଫେସର ଟ୍ରିଶ ଗ୍ରୀନହଲ୍ଘ କହିଛନ୍ତି, କପଡା ମାସ୍କ ବାସ୍ତବରେ ଭୟାନକ ହୋଇପାରେ। ଆପଣ କେଉଁ ପ୍ରକାରର ଫାବ୍ରିକ ବ୍ୟବହାର କରୁଛନ୍ତି ଏହା ତାହା ଉପରେ ନିର୍ଭର କରେ।
![]()
ଅନ୍ୟପଟେ ପ୍ରଫେସର ଗ୍ରୀନହାଲଗଙ୍କ ଅନୁଯାୟୀ, 'ଅନେକ ସାମଗ୍ରୀର ମିଶ୍ରଣରୁ ନିର୍ମିତ ଡବଲ୍ କିମ୍ବା ଟ୍ରିପଲ୍ ଲେୟାର ମାସ୍କ ଅଧିକ ପ୍ରଭାବଶାଳୀ ହୋଇପାରେ, କିନ୍ତୁ ଅଧିକ କପଡା ମାସ୍କ କେବଳ “ଫ୍ୟାଶନ୍ ଆସେସୋରିଜ୍” ଅଟେ। ଏହା ଭୂତାଣୁକୁ ରୋକିପାରିବ ନାହିଁ।'
ଅଧିକ ସଂକ୍ରାମକ ଓମିକ୍ରନ୍ ହେତୁ ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଓମିକ୍ରନ୍କୁ ରୋକିବା ପାଇଁ ସରକାର କଟକଣାକୁ କଡାକଡି କରୁଛନ୍ତି। ଏହି ମାସର ଆରମ୍ଭରେ ବ୍ରିଟେନ ସର୍ବସାଧାରଣ ପରିବହନରେ, ଦୋକାନରେ ଏବଂ କିଛି ଇନଡୋର ଜାଗାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲା। ମହାମାରୀ ସମୟରେ ବିଭିନ୍ନ ସ୍ଥାନର ଅଧିକାରୀମାନେ ମାସ୍କ ପିନ୍ଧିବା ଏବଂ ମାସ୍କ ଚୟନ ବିଷୟରେ ବିଭିନ୍ନ କଥା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
