ଅଙ୍କିତାଙ୍କ ଚିତା ଜଳିଲା, ଫାଷ୍ଟଟ୍ରାକ୍‌ କୋର୍ଟରେ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭର ନିଆଁ ଜଳିବା ପରେ ଶେଷରେ ଯୁଇରେ ଅଙ୍କିତାଙ୍କ ଚିତା ଜଳିଛି। ମୃତ ଦେହ ମିଳିବାର ଦିନକପରେ ଋଶିକେଶର ୧୯ ବର୍ଷୀୟ ରିସେପ୍ସଟିନିଷ୍ଟଅଙ୍କିତାଙ୍କଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଉତ୍ତରାଖଣ୍ଡରେ ପୋଡି ଗଡ଼ୱାଲ ସ୍ଥିତ ଶ୍ରୀନଗରର ଏନଆଇଟି ଘାଟରେ ରବିବାର ସଂଧ୍ୟାରେ ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତି ଦେଖିବାକୁ ମିଳିଥିଲା । ସମସ୍ତେ ଅଙ୍କିତାଙ୍କୁ ଅଶ୍ରୁଳ ବିଦାୟ […]

ankita

  • Published: Sunday, 25 September 2022
  • , Updated: 25 September 2022, 08:49 PM IST

ନୂଆଦିଲ୍ଲୀ: ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭର ନିଆଁ ଜଳିବା ପରେ ଶେଷରେ ଯୁଇରେ ଅଙ୍କିତାଙ୍କ ଚିତା ଜଳିଛି। ମୃତ ଦେହ ମିଳିବାର ଦିନକପରେ ଋଶିକେଶର ୧୯ ବର୍ଷୀୟ ରିସେପ୍ସଟିନିଷ୍ଟଅଙ୍କିତାଙ୍କଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ଉତ୍ତରାଖଣ୍ଡରେ ପୋଡି ଗଡ଼ୱାଲ ସ୍ଥିତ ଶ୍ରୀନଗରର ଏନଆଇଟି ଘାଟରେ ରବିବାର ସଂଧ୍ୟାରେ ଅଙ୍କିତା ଭଣ୍ଡାରୀଙ୍କ ଅନ୍ତିମ ସଂସ୍କାର ହୋଇଛି । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତି ଦେଖିବାକୁ ମିଳିଥିଲା । ସମସ୍ତେ ଅଙ୍କିତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ । ଅଙ୍କିତାଙ୍କ ହତ୍ୟାକାଣ୍ଡର ତଦନ୍ତ ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତୟୀ ପୁସ୍କର ସିଂହ ଧାମି ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଅଙ୍କିତା ଭଣ୍ଡାରୀଙ୍କ ବାପାଙ୍କୁ ଭରଷା ଦେଇ ହତ୍ୟାକରୀଙ୍କ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ପୁଲିସ ପୂରା ନିଷ୍ଠା ସହ ନିଜର କାମ କରୁଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଏକାଠି କରାଯିବ। କୋର୍ଟ ଆଗରେ ପ୍ରମାଣ ଉପସ୍ଥାପନ କରି ଦୋଷୀଙ୍କୁ ଯେପରି ଫାଶୀ ମିଳିବ ତାହା ସୁନିଶ୍ଚିତ କରାଇବୁ ବୋଲି ସେ କହିଛନ୍ତି। ପଟେ ଆଜି ଅଙ୍କିତା ହତ୍ୟାକାଣ୍ଡକୁ ନେଇ ପାଉରି ଘରଓ୍ୱାଲ ଜିଲ୍ଲାର ଶ୍ରୀନଗର ମେଡିକାଲ ଆଗରେ ବିରାଟ ବିକ୍ଷୋଭ କରାଯାଇଥିଲା। ଅଙ୍କିତାଙ୍କ ମୃତଦେହ ନେବାକୁ ତାଙ୍କର ବାପା ଆସିଥିବା ବେଳେ ତାଙ୍କ ସମର୍ଥନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ ।  ପୂରା  ପୋଷ୍ଟମର୍ଟମ ରିପୋର୍ଟ ସାର୍ବଜନୀନ କରାନଯିବା ପର୍ଯ୍ୟନ୍ତ ଝିଅର ମୃତଦେହ ନେବେ ନାହିଁ ବୋଲି ପରିବାର ଲୋକେ ଜିଦ ଧରିଥିଲେ।  ପରେ ପ୍ରଶାସନ ବୁଝାସୁଝା କରିବା ପରେ ପରିବାର ଳୋକେ ମାନିଥିଲେ  ।

ଚାରିଆଡୁ ଚାପକୁ ଦେଖି ଘଟଣାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।   ଗତକାଲି ଅଙ୍କିତାଙ୍କ ମୃତ ଦେହ ସେ କାମ କରୁଥିବା ରିସର୍ଟ ନିକଟରୁ ଉଦ୍ଧାର କରାଯାଇଥିଲା ।  ଯିଏ କେହି ବି ଏହି ଘଟଣାରେ ଅଭିଯୁକ୍ତ ଭାବେ ବିବେଚିତ ହେବ ତାଙ୍କ ବିରୋଧରେ ସରକାର କଠୋରରୁ କଠୋର ଦଣ୍ଡବିଧାନ ଦେବା ଲାଗି ପ୍ରସ୍ତୁତ ବୋଲି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ।

Related story