କୋଭିଡ୍‌କୁ ମାତ ଦେଉଛି ଏହି ଔଷଧ, କମୁଛି ହସ୍‌ପିଟାଲ ଯିବା ଟେନ୍‌ସନ୍‌

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନର ପୁଣି ଏକ ସଫଳତା। ମହାମାରୀ କରୋନାକୁ ନେଇ ଆସିଲା ଏକ ଖୁସି ଖବର। କୋଭିଡ୍‌ ମୁକାବିଲା ନେଇ ଆସିଲା ଆଉ ଏକ ଔଷଧ। ଯାହା ଦ୍ୱାରା ଆପଣ ଘରେ ରହି ଚିକିତ୍ସିତ ହୋଇପାରିବେ। ଏହା ଦ୍ୱାରା ଆପଣଙ୍କୁ ହସପିଟାଲ ଯିବା ରିସ୍କ କମ୍‌ ରହିବ ବୋଲି ବିଶେଷଜ୍ଞମାନ କହିଛନ୍ତି। antidepressant fluvoxamine ହିଁ ରୋଗକୁ ମାତ ଦେଉଥିବା ବେଳେ ଆପଣ ଘରେ ରହି ଚିକିତ୍ସିତ ହୋଇପାରିବେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, antidepressant fluvoxamine […]

covid-19

Tapas Behera
  • Published: Thursday, 28 October 2021
  • , Updated: 28 October 2021, 02:01 PM IST

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନର ପୁଣି ଏକ ସଫଳତା। ମହାମାରୀ କରୋନାକୁ ନେଇ ଆସିଲା ଏକ ଖୁସି ଖବର। କୋଭିଡ୍‌ ମୁକାବିଲା ନେଇ ଆସିଲା ଆଉ ଏକ ଔଷଧ। ଯାହା ଦ୍ୱାରା ଆପଣ ଘରେ ରହି ଚିକିତ୍ସିତ ହୋଇପାରିବେ। ଏହା ଦ୍ୱାରା ଆପଣଙ୍କୁ ହସପିଟାଲ ଯିବା ରିସ୍କ କମ୍‌ ରହିବ ବୋଲି ବିଶେଷଜ୍ଞମାନ କହିଛନ୍ତି।

antidepressant fluvoxamine ହିଁ ରୋଗକୁ ମାତ ଦେଉଥିବା ବେଳେ ଆପଣ ଘରେ ରହି ଚିକିତ୍ସିତ ହୋଇପାରିବେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, antidepressant fluvoxamine ଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ରୋଗୀ ଭଲ ହୋଇପାରିବ। ସେମାନଙ୍କୁ ଆଉ ଅଜଥା ଯାଇ ହସପିଟାଲରେ ରହିବାକୁ ପଡ଼ିବନି।  ସେହିପରିରି ମହାମାରୀ ଜନିତ ମୃତ୍ୟୁକୁ ମଧ୍ୟ ମାତ ଦେଉଛି  antidepressant fluvoxamine। ସାଧାରଣତଃ ମାନିସିକ ସ୍ୱାସ୍ଥ୍ୟ କିମ୍ବା ଡିପ୍ରେସନରେ ରହୁଥିବା ରୋଗୀଙ୍କ ପାଇଁ antidepressant fluvoxamineକୁ ଔଷଧ ଭାବେ ବ୍ୟହବାହାର କରାଯାଇଥାଏ ।

ଉତ୍ତର ଏବଂ ଦକ୍ଷିଣ ଆମେରିକାରେ Lancet Public Health ଗବେଷଣା ପକ୍ଷରୁ ଏକ ସନ୍ଦର୍ଭରେ ଏହା ପ୍ରକାଶ ପାଇଛି। ବିଶେଷ କରି ବ୍ରାଜିଲରେ ୧୫,୦୦ ଜଣ କୋଭିଡ୍ ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭୪୧ ଜଣଙ୍କୁ fluvoxamine ପ୍ରୟୋଗ କରାଯାଇଥିଲା । ବାକି ୭୯ ଜଣଙ୍କ କ୍ଷେତ୍ରରେ ୧୦ ପ୍ରତିଶତ ପ୍ରୟୋଗ କରାଯାଇ ସେମାନଙ୍କୁ ହସପିଟାଲରେ ରଖାଯାଥିଲା।  ସେହିପରି ବାକି  ୭୫୬ ଜଣଙ୍କୁ placebo ଦିଆଯାଇ ମେଡିକାଲରେ ଟ୍ରିଟ୍‌ମେଣ୍ଟ କରାଯାଉଥିଲା।

ତେବେ ଫଳାଫଳ ଅନୁଯାୟୀ ୩୨ ପ୍ରତିଶତ ରୋଗୀଙ୍କୁ ହସପିଟାଲ ଆବଶ୍ୟକ ପଡ଼ିନଥିଲା। ଅର୍ଥାତ ସେମାନେ antidepressant fluvoxamine ଔଷଧ ନେଇ  ବିନା ହସପିଟାଲରେ  ଚିକିତ୍ସିତ ହୋଇପାରି ଥିଲେ। ବର୍ତ୍ତମାନ ସୁଦ୍ଧା ବି କୋଭିଡତ ବିପଦ ଟଳି ନାହିଁ। ତେଣୁ ଏଭଳି ପରିସ୍ଥିତିରେ  antidepressant fluvoxamine ବେଶ ସହାୟକ ହେବ ବୋଲି ଗବେଷକମାନେ କହିଛନ୍ତି।

Related story