ଘର ତିଆରି ବେଳେ ମଳିଲା ଗୁପ୍ତଧନ, ଶ୍ରମିକ ନେଇଯାଇଥିଲେ ୧.୨୫ କୋଟି

ଭୋପାଳ: ଘର ତିଆରି କରୁ କରୁ ମିଳିଲା ଗୁପ୍ତଧନ। ମାଟି ତଳୁ ବାହାରିଲା ବହୁ ମୂଲ୍ୟବାନ ଅଳଙ୍କାର। କେବଳ ସେତିକି ନୁହେଁ ରୁପା ଓ ସୁନାର ମୁଦ୍ରା ମଧ୍ୟ ମିଳିଲା। ଏତେ ସବୁ ଟଙ୍କା ସୁନାକୁ ଦେଖି ବଢ଼ିଲା ଶ୍ରମିକଙ୍କ ଲୋଭ। ଆଉ ଘର ମାଲିକଙ୍କୁ ନଜଣାଇ ନିଜ ନିଜ ଭିତରେ ବାଣ୍ଟିନେଲେ। ଶେଷରେ ଧରାପଡିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧାର ଅଞ୍ଚଳରେ। ଧାର ସହରର ଚିଟନିସ୍‌ ଛକ ସ୍ଥିତ ଏକ ଘର ତିଆରି […]

antique-gold-coins

Madhupriya Mistry
  • Published: Monday, 29 August 2022
  • , Updated: 29 August 2022, 06:32 PM IST

ଭୋପାଳ: ଘର ତିଆରି କରୁ କରୁ ମିଳିଲା ଗୁପ୍ତଧନ। ମାଟି ତଳୁ ବାହାରିଲା ବହୁ ମୂଲ୍ୟବାନ ଅଳଙ୍କାର। କେବଳ ସେତିକି ନୁହେଁ ରୁପା ଓ ସୁନାର ମୁଦ୍ରା ମଧ୍ୟ ମିଳିଲା। ଏତେ ସବୁ ଟଙ୍କା ସୁନାକୁ ଦେଖି ବଢ଼ିଲା ଶ୍ରମିକଙ୍କ ଲୋଭ। ଆଉ ଘର ମାଲିକଙ୍କୁ ନଜଣାଇ ନିଜ ନିଜ ଭିତରେ ବାଣ୍ଟିନେଲେ। ଶେଷରେ ଧରାପଡିଲେ। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧାର ଅଞ୍ଚଳରେ।

ଧାର ସହରର ଚିଟନିସ୍‌ ଛକ ସ୍ଥିତ ଏକ ଘର ତିଆରି କାମ ଚାଲିଥିଲା। ଏଠାରେ ଶ୍ରମିକମାନେ ଖୋଳାଖୋଳି କାମ କରୁଥିଲେ। ତେବେ ଏତିକି ବେଳେ ମାଟି ତଳୁ ବାହାରିଥିଲା ପାଖାପାଖି ୧.୨୫ କୋଟି ଟଙ୍କାର ବହୁମୂଲ୍ୟ ଗୁପ୍ତଧନ। ଏହାପରେ ଶ୍ରମିକମାନେ ଏହି ଗୁପ୍ତଧନକୁ ନିଜ ନିଜ ଭିତରେ ବାଣ୍ଟି ନେଇଥିଲେ। ଆଉ କିଛି ଶ୍ରମିକ ଏହାକୁ ବିକ୍ରି କରିବା ପାଇଁ ଧାର ସହରରେ ବୁଲୁଥିଲେ।

ଜଣେ ଶ୍ରମିକ ମିଳିଥିବା ସୁନା ମୁଦ୍ରା ମଧ୍ୟରୁ ଗୋଟିଏ ମୁଦ୍ରାକୁ ବଜାରରେ ୫୬,୦୦୦ ଟଙ୍କାରେ ବିକ୍ରି କରିଥିଲେ। ଏହି ଟଙ୍କାରେ ତା'ର ଦୈନନ୍ଦିନ ଖର୍ଚ୍ଚ ସହ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ ମୋବାଇଲ ମଧ୍ୟ କିଣିଥିଲା। ତେବେ ମଦ ନିଶାରେ ସେହି ଶ୍ରମିକ ଜଣକ ଜଣେ ବ୍ୟକ୍ତିଙ୍କୁ ଗୁପ୍ତଧନ ବିଷୟରେ କହିଦେଇଥିଲେ। ପରେ ପୁଲିସ ଖବର ପାଇ ଘରେ କାମ କରୁଥିବା ହିମ୍ମତଗଡ ଗାଁର ୮ଜଣ ଶ୍ରମିକଙ୍କୁ ଗିରଫ କରିଥିଲା।

https://twitter.com/Anurag_Dwary/status/1564212112637198336?s=20&t=jJUYfuw-n7TamNpqKBAaJg

ଗରଫ ଶ୍ରମିକଙ୍କ ନିକଟରୁ ୮୬ଟି ସୁନା ମୁଦ୍ରା, ୧ କିଲୋଗ୍ରାମର ସୁନା ଚେନ୍‌ ମିଳିଛି। ଏହି ସୁନା ଚେନ୍‌ର ମୂଲ୍ୟ ୬୦ ଲକ୍ଷ ଟଙ୍କା କୁହାଯାଉଛି। ଏହା ବ୍ୟତୀତ ଲୁହା ଭଳି ଦେଖାଯାଉଥିବା ଧାତୁର ଲୋଟା ମଧ୍ୟ ଜବତ ହୋଇଛି। ଏହି ମାମଲାରେ ପୁଲିସ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜସ୍ୱ ବିଭାଗକୁ ସୂଚନା ଦେଇଛି। ଗିରଫ ଶ୍ରମିକମାନଙ୍କୁ ପୁଲିସ ପଚରାଉଚରା କରୁଛି। ସେପଟେ ମାଟିତଳୁ ମିଳିଥିବା ଏହି ଗୁପ୍ତଧନକୁ ନେଇ ପୂରା ସହରରେ ଚର୍ଚ୍ଚା ଜାରି ରହିଛି।

Related story