ସିଦ୍ଧୁଙ୍କ ଦାବିକୁ ମାନିନେଲେ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି     

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଦାବିକୁ ମାନିନେଲେ ମୁଖ୍ୟମନ୍ତ୍ରୀ। ପଞ୍ଜାବର ଆଡଭୋକେଟ୍‌ ଜେନେରାଲ ଏପିଏସ ଦେୱଲଙ୍କ ଇସ୍ତଫାପତ୍ରକୁ  ଗ୍ରହଣ କରାଯାଇଛି। ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ଏବଂ ରାଜ୍ୟ କଂଗ୍ରେସ ମୁଖିଆ ନବଜୋତ ସିଂହ ସିଦ୍ଧୁଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦେୱଲଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଗତ ନଭେମ୍ବର ୧ ତାରିଖରେ ଏପିଏସ ଦେୱଲ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ। ପୂର୍ବରୁ ଅତୁଲ ନନ୍ଦ ଏହି ପଦ ଛାଡ଼ିବା […]

channi

Tapas Behera
  • Published: Tuesday, 09 November 2021
  • , Updated: 09 November 2021, 06:46 PM IST

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଦାବିକୁ ମାନିନେଲେ ମୁଖ୍ୟମନ୍ତ୍ରୀ। ପଞ୍ଜାବର ଆଡଭୋକେଟ୍‌ ଜେନେରାଲ ଏପିଏସ ଦେୱଲଙ୍କ ଇସ୍ତଫାପତ୍ରକୁ  ଗ୍ରହଣ କରାଯାଇଛି। ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ଚନ୍ନି ଏବଂ ରାଜ୍ୟ କଂଗ୍ରେସ ମୁଖିଆ ନବଜୋତ ସିଂହ ସିଦ୍ଧୁଙ୍କ ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଦେୱଲଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଘୋଷଣା କରାଯାଇଛି। ଗତ ନଭେମ୍ବର ୧ ତାରିଖରେ ଏପିଏସ ଦେୱଲ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ।

ପୂର୍ବରୁ ଅତୁଲ ନନ୍ଦ ଏହି ପଦ ଛାଡ଼ିବା ପରେ ୬୧ ବର୍ଷୀୟ ଦେୱଲଙ୍କୁ ଗତ ସେପ୍ଟେମ୍ବର ୨୭ରେ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଥିଲା। ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପ୍ଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଅତୁଲ ମଧ୍ୟ ତାଙ୍କ ପଦରୁ ଓହରି ଯାଇଥିଲେ। ପରେ ଏପିଏସ ଦେୱଲଙ୍କୁ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଥିଲା।  ଯାହାକୁ ନେଇ ଆପତ୍ତି ଉଠାଇଥିଲେ ସିଦ୍ଧୁ। ତାଙ୍କୁ ହଟେଇବା ପାଇଁ ସିଦ୍ଧୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚାପ ମଧ୍ୟ ପକାଇଥିଲେ। ସିଦ୍ଧୁଙ୍କ ଦାବିକୁ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ସମର୍ଥନ କରିଥିଲେ।

ଏନେଇ ଏପିଏସ ଦେୱଲ ଇସ୍ତଫା ଦେଇଥିଲେ। ଏହିପରିପ୍ରେକ୍ଷୀରେ ପଞ୍ଜାବର ୩୬,୦୦ କର୍ମଚାରୀଙ୍କ ରେଗୁଲାର କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି। ସେହିପରି ଦୈନକ ମଜୁରୀ ୪୧୫,୫୯ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।  ଏହି ସାମ୍ବାଦିକ ସମ୍ମିଲନୀରେ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

Related story