ଗଣେଶ ବିସର୍ଜନ ବେଳେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ନୂଆଦିଲ୍ଲୀ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। କେବଳ ସେତିକି ନୁହେଁ ଛୁରା ମାଡରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଉତ୍ତର ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀରେ ଘଟିଛି ଏଭଳି କିଛି ଘଟଣା। ପୁଲିସ ସୂଚନା ମୁତାବକ, ମଙ୍ଗୋଲପୁରୀର କେ-ବ୍ଲକରେ ବାଇକ୍‌ ଛୁଇଁବାକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଛୁରୀ ଭୁଷିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ସଞ୍ଜୟ ଗାନ୍ଧି ମେମୋରିଆଲ […]

stabbing

Madhupriya Mistry
  • Published: Saturday, 10 September 2022
  • , Updated: 10 September 2022, 12:06 PM IST

ନୂଆଦିଲ୍ଲୀ: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। କେବଳ ସେତିକି ନୁହେଁ ଛୁରା ମାଡରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଉତ୍ତର ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀରେ ଘଟିଛି ଏଭଳି କିଛି ଘଟଣା।

ପୁଲିସ ସୂଚନା ମୁତାବକ, ମଙ୍ଗୋଲପୁରୀର କେ-ବ୍ଲକରେ ବାଇକ୍‌ ଛୁଇଁବାକୁ ନେଇ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଛୁରୀ ଭୁଷିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ସଞ୍ଜୟ ଗାନ୍ଧି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛି। ଯୁବକଙ୍କ ପରିଚୟ ଅରମାନ, ମୋଣ୍ଟି ଓରଫ ମୋଇନ୍‌ ଖାନ୍‌, ଫରଦିନ ବୋଲି ଜଣାପଡିଛି। ହସ୍ପିଟାଲରେ ଅରମାନଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଛନ୍ତି। ତେବେ ଗଣେଶ ମୂର୍ତ୍ତି ବିସର୍ଜନରେ ସାମିଲ ହୋଇଥିବାରୁ ଅରମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ମାମଲାକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି। ଭିଏଚ୍‌ପିର ଜାତୀୟ ମୁଖପାତ୍ର ବିନୋଦ ବନସଲ ଟ୍ୱିଟ କରି କହିଛନ୍ତି ଯେ ଦିଲ୍ଲୀର ମଙ୍ଗୋଲପୁରୀରେ ଗଣେଶ ପୂଜାରେ ଯୋଗଦେବା ସମୟରେ ଅରମାନଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ଏହା କଣ 'ହିନ୍ଦୁ ମୁସଲିମ ଭାଇଚାରା' କି ବୋଲି ସେ ପ୍ରଶ୍ନ କରିଛନ୍ତି।

https://twitter.com/vinod_bansal/status/1568463349561835521?s=20&t=mzLHcmLyaZzDwyaVwGABOQ

ଦିଲ୍ଳୀ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଆହତ ହୋଇଥିବା ଫରଦିନ କହିଛନ୍ତି ଯେ ସେ ରାତି ପ୍ରାୟ ୨ଟା ୧୫ ସମୟରେ ନିଜ ବାଇକ୍‌ରେ ଯାଉଥିଲେ। ତେବେ ଶାହାରୁଖଙ୍କ ଘର ବାହାରେ ତାଙ୍କ ଭାଇ ଶାହବୀରଙ୍କ ସହ ବାଇକକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଫାର୍‌ଦିନ ତାଙ୍କ ଘରକୁ ଫେରି ଯାଇଥିଲେ। ତେବେ ଘରକୁ ଫେରିବା ପରେ ତାଙ୍କ ଭାଇ ମୋଣ୍ଟି ତାଙ୍କୁ କହିଥିଲେ ଯେ ସେ ଶାହାରୁଖଙ୍କ ସହିତ ଶାନ୍ତିପୂର୍ଣ୍ଣ ଭାବେ କଥା ହୋଇ ଏହି ମାମଲାର ସମାଧାନ କରିବେ। ଏହାପରେ ମୋଣ୍ଟି ଘରୁ ବାହାରକୁ ଯାଇଥିଲେ ତାଙ୍କ ସହ ଫର୍‌ଦିନ ମଧ୍ୟ ଆସିଥିଲେ।

ଉଭୟ ଶାହାରୁଖଙ୍କୁ ଭେଟିଥିଲେ। ଏହାପରେ ମୋଣ୍ଟି ଓ ଶହାରୁଖଙ୍କ ମଧ୍ୟରେ ପାଟି ତୁଣ୍ଡ ଆରମ୍ଭ ହୋଇଥିଲା। ଏତିକି ବେଳେ ଘଟଣାସ୍ଥଳରେ ମୋଣ୍ଟିଙ୍କ ଦାଦା ପୁଅ ଭାଇ ଅରମାନ ପହଞ୍ଚିଥିଲେ। ସେ ମଧ୍ୟ ଏହି ଝଗଡାରେ ସାମିଲ ହୋଇଯାଇଥିଲେ। ଏହାପରେ ଶାହାରୁଖ ଓ ଶହବୀର ଛୁରୀରେ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଅରମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିବା ବେଳେ ଅନ୍ୟ ଦୁଇ ଜଣ ମଧ୍ୟ ଆହତ ହୋଇଥିବା ପୁଲିସ କହିଛି। ସେପଟେ ଏହି ଝଗଡାରେ ଶହବୀର ମଧ୍ୟ ଆହତ ହୋଇଛି। ଏହି ମାମଲାରେ ପୁଲିସ ୩ ଅଭିଯୁକ୍ତଙ୍କୁ ଶାହାରୁଖ, ଶହବୀର, ବିନୀତଙ୍କୁ ଗିରଫ କରିଛି। ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ  କରୁଛି।

Related story