ଉଧମପୁରରେ ସେନା ହେଲିକପ୍ଟର କ୍ରାଶ

ଉଧମପୁର: ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲା ଶିବ ଗର ଧର ଠାରେ ଭାରତୀୟ ସ୍ଥଳ ସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଏଥିରେ ପାଇଲଟଙ୍କ ସହ ଆଉ ଜଣେ ବ୍ୟକ୍ତି ରହିଥିଲେ। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଜଙ୍ଗଲ ମଧ୍ୟରେ ଖସି ପଡ଼ିଥିବା କୁହାଯାଉଛି। ଖବର ପାଇ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଉଧମପୁର ଡିଆଜି ସୁଲେମାନ ଚୌଧୁରୀ କହିଛନ୍ତି, ପୁଲିସ୍‌ କ୍ରାଶ ସମ୍ପର୍କରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଟିମ୍‌କୁ ଶିବ […]

Crash

Hemant Lenka
  • Published: Tuesday, 21 September 2021
  • , Updated: 21 September 2021, 12:57 PM IST

ଉଧମପୁର: ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲା ଶିବ ଗର ଧର ଠାରେ ଭାରତୀୟ ସ୍ଥଳ ସେନାର ଗୋଟିଏ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଏଥିରେ ପାଇଲଟଙ୍କ ସହ ଆଉ ଜଣେ ବ୍ୟକ୍ତି ରହିଥିଲେ। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଜଙ୍ଗଲ ମଧ୍ୟରେ ଖସି ପଡ଼ିଥିବା କୁହାଯାଉଛି। ଖବର ପାଇ ପୁଲିସ୍‌ ଟିମ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି।

ଉଧମପୁର ଡିଆଜି ସୁଲେମାନ ଚୌଧୁରୀ କହିଛନ୍ତି, ପୁଲିସ୍‌ କ୍ରାଶ ସମ୍ପର୍କରେ ଖବର ପାଇବା କ୍ଷଣି ଉଦ୍ଧାରକାରୀ ଟିମ୍‌କୁ ଶିବ ଗର ଧରକୁ ପଠାଇଛି। ଉକ୍ତ ଅଞ୍ଚଳରେ କୁହୁଡ଼ି ଯୋଗୁ ରାସ୍ତା ଠିକ ଭାବେ ଦେଖାଯାଉନି। ତେଣୁ ଖରାପ ପାଗ ଯୋଗୁ ଦୁର୍ଘଟଣା ହୋଇଛି। ତଥାପି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବାକୁ ସକ୍ଷମ ହୋଇଛନ୍ତି ଓ ଆହତ ଦୁଇ ଅଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ଅନ୍ୟପକ୍ଷରେ ହେଲିକପ୍ଟର କ୍ରାଶ ହୋଇଛି ନା ପାଇଲଟ ଏହାକୁ କ୍ରାଶ ଲ୍ୟାଣ୍ଡିଂ କରିଛନ୍ତି, ସେକଥା ଜଣାପଡ଼ିନି। ଘଟଣାରେ ଉଭୟ ପାଇଲଟ ଆହତ ହୋଇଛନ୍ତି। ସେମାନେ ସୁସ୍ଥ ହେବା ଦୁର୍ଘଟଣାର କାରଣ ଜଣାପଡ଼ିବ।

ସୂଚନାଯୋଗ୍ୟ, ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀରର କଠୁଆ ଅନ୍ତର୍ଗତ ରଣଜିତ ସାଗର ଡ୍ୟାମ ହ୍ରଦ ନିକଟରେ ସ୍ଥଳ ସେନାର ଗୋଟିଏ ହେଲିକପ୍ଟର କ୍ରାଶ ହୋଇଥିଲା।

Related story