ଜେଲରେ ନିଆଁ ଲାଗାଇ ଦେଲେ କଏଦୀ

ଫତେଗଡ଼: ଉତ୍ତରପ୍ରଦେଶର ଫତେଗଡ ଜିଲ୍ଲା ଜେଲରେ ୨ ଜଣଙ୍କର ମୃତ୍ୟୁ ଘଟିବା ନେଇ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜେଲରେ ସଂଘର୍ଷ ଘଟି ପ୍ରାଣ ହରାଇଛନ୍ତି।  କଏଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ସହ ଫତେଗଡ ଜେଲରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣକର ମୃତ୍ୟୁ […]

fire

Tapas Behera
  • Published: Sunday, 07 November 2021
  • , Updated: 07 November 2021, 05:38 PM IST

ଫତେଗଡ଼: ଉତ୍ତରପ୍ରଦେଶର ଫତେଗଡ ଜିଲ୍ଲା ଜେଲରେ ୨ ଜଣଙ୍କର ମୃତ୍ୟୁ ଘଟିବା ନେଇ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଜେଲରେ ସଂଘର୍ଷ ଘଟି ପ୍ରାଣ ହରାଇଛନ୍ତି।  କଏଦୀମାନେ ସୁରକ୍ଷା କର୍ମୀଙ୍କ ଉପରକୁ ପଥର ଫିଙ୍ଗିବା ସହ ଫତେଗଡ ଜେଲରେ ନିଆଁ ଲଗାଇ ଦେଇଥିଲେ। ଏଥିରେ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ସାଇଫାଇ ମେଡିକାଲ କଲେଜରେ ଡେଙ୍ଗୁରେ ଜଣକର ମୃତ୍ୟୁ ଖବର ଆସିବ ପରେ ଜେଲ ଅନ୍ତବାସୀ ଉତକ୍ଷିପ୍ତ ହୋଇପଡ଼ିଥିଲେ। ପରେ କଏଦୀମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।  ଏଥିସହ ଜେଲରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।  ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା।

ଏସପି ଅଶୋକ କୁମାର ମୀନାଙ୍କ କହିବାନୁସାରେ, ପଥର ଫିଙ୍ଗିବା ଘଟଣାରେ ୩୦ ଜଣ ପୁଲିସ ଆହତ ହୋଇଛନ୍ତି।  କିନ୍ତୁ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଘଟଣାର ତଦନ୍ତ ଭାର କାନପୁର ଡିଆଇଜି ଭିପି ତ୍ରିପାଠୀଙ୍କୁ ଦିଆଯାଇଛି।

Related story