ପ୍ରଧାନମନ୍ତ୍ରୀ ହେବେ କେଜ୍ରିୱାଲ!

ନୂଆଦିଲ୍ଲୀ: ଆଜି ୫ ରାଜ୍ୟର ନିର୍ବାଚନୀ ଫଳ ବାହାରିବାକୁ ଥିବା ବେଳେ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ଆଗୁଆ ଚାଲିଛି। ସେଠାରେ ଦଳ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ। ଆଉ ଏମିତି ସ୍ଥିତିରେ ଉତ୍ସାହିତ ହୋଇଯାଇଛନ୍ତି ଦଳୀୟ ନେତା ଓ କର୍ମୀ। ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଦଳର ଅନ୍ୟତମ ଜଣାଶୁଣା ନେତା ରାଘଭ ଚଡ୍ଡା। ସେ କହିଛନ୍ତି, ‘ଆଗକୁ ଆପ୍‌ ଜାତୀୟ ଦଳ ହେବାକୁ ଯାଉଛି। ଏହା କଂଗ୍ରେସର ସ୍ଥାନ […]

Kejriwal

Madhupriya Mistry
  • Published: Thursday, 10 March 2022
  • , Updated: 10 March 2022, 11:48 AM IST

ନୂଆଦିଲ୍ଲୀ: ଆଜି ୫ ରାଜ୍ୟର ନିର୍ବାଚନୀ ଫଳ ବାହାରିବାକୁ ଥିବା ବେଳେ ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି ଆଗୁଆ ଚାଲିଛି। ସେଠାରେ ଦଳ ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ। ଆଉ ଏମିତି ସ୍ଥିତିରେ ଉତ୍ସାହିତ ହୋଇଯାଇଛନ୍ତି ଦଳୀୟ ନେତା ଓ କର୍ମୀ। ଆଉ ଏହାରି ଭିତରେ ବଡ ବୟାନ ଦେଇଛନ୍ତି ଦଳର ଅନ୍ୟତମ ଜଣାଶୁଣା ନେତା ରାଘଭ ଚଡ୍ଡା।

ସେ କହିଛନ୍ତି, 'ଆଗକୁ ଆପ୍‌ ଜାତୀୟ ଦଳ ହେବାକୁ ଯାଉଛି। ଏହା କଂଗ୍ରେସର ସ୍ଥାନ ନେବ। ଆଉ ମୋଦିଙ୍କ ସ୍ଥାନ ନେବେ କେଜ୍ରିୱାଲ। ପ୍ରଧାନମନ୍ତ୍ରୀ ହେବେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ।'

ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଦେଶର ଅନ୍ୟ ଏକ ରାଜ୍ୟରେ ଆପ୍‌ ସରକାର ଗଠନ କରିବାକୁ ଯାଉଛି। ଭୋଟ ଗଣତି ଚାଲିଥିବା ବେଳେ ପଞ୍ଜାବରେ ୧୧୭ଟି ବିଧାନସଭା ଆସନରୁ ୮୮ଟିରେ ଆପ୍‌ ଆଗୁଆ ରହିଛି। କଂଗ୍ରେସ ୧୩ଟିରେ ଆଗୁଆ ରହିଥିବା ବେଳେ ଅକାଳି ମେଣ୍ଟ ୧୦ ଓ ବିଜେପି ମେଣ୍ଟ ୫ଟି ଆସନରେ ଆଗୁଆ ରହିଛି।

ଖବର ଲେଖାଯିବା ସୁଦ୍ଧା ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଓ ପ୍ରଦେଶ କଂଗ୍ରେସ ସଭାପତି ନବଜ୍ୟୋତ ସିଂହ ସିଦ୍ଧୁ ପଛୁଆ ଚାଲିଥିଲେ। ଚନ୍ନି ଦୁଇଟି ଆସନରୁ ଲଢ଼ୁଥିବା ବେଳେ ଦୁଇଟି ଯାକ ଆସନରୁ ପଛୁଆ ଚାଲିଛନ୍ତି।

Related story