ଗେହଲଟ୍‌ଙ୍କ ମନ୍ତବ୍ୟକୁ ନେଇ ଝଡ଼, ନିର୍ଭୟା କାଣ୍ଡ ପରେ ବଢ଼ୁଛି ଦୁଷ୍କର୍ମ ସହ ହତ୍ୟା ମାମଲା

ଜୟପୁର: ‘ନିର୍ଭୟା କାଣ୍ଡ ପରେ ଦୋଷୀମାନଙ୍କୁ ଫାଶୀ ଦେବା ନିୟମ ପ୍ରଚଳନ ହୋଇଛି। ଏଥିଲାଗି ଦୁଷ୍କର୍ମ ପରେ ପୀଡିତାଙ୍କୁ ହତ୍ୟା କରିବା ଘଟଣା ବଢ଼ି ଚାଲିଛି।’ ଦୁଷ୍କର୍ମ ଓ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଏଭଳି ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ ସୃଷ୍ଟି ହୋଇଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ୍‌ କରାଯିବା ସହ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଦିନ ଦିଲ୍ଲୀରେ […]

Ashok-gehlot

Madhupriya Mistry
  • Published: Sunday, 07 August 2022
  • , Updated: 07 August 2022, 12:57 PM IST

ଜୟପୁର: 'ନିର୍ଭୟା କାଣ୍ଡ ପରେ ଦୋଷୀମାନଙ୍କୁ ଫାଶୀ ଦେବା ନିୟମ ପ୍ରଚଳନ ହୋଇଛି। ଏଥିଲାଗି ଦୁଷ୍କର୍ମ ପରେ ପୀଡିତାଙ୍କୁ ହତ୍ୟା କରିବା ଘଟଣା ବଢ଼ି ଚାଲିଛି।' ଦୁଷ୍କର୍ମ ଓ ଦୁଷ୍କର୍ମ ପରେ ହତ୍ୟାକୁ ନେଇ ଏଭଳି ବୟାନ ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଏବେ ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ ସୃଷ୍ଟି ହୋଇଛି। ତାଙ୍କର ଏହି ମନ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ୍‌ କରାଯିବା ସହ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।

ଶୁକ୍ରବାର ଦିନ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ହେବା ବେଳେ ଗେହଲଟ କହିଥିଲେ, 'ବର୍ତ୍ତମାନ ଦେଶର ସ୍ଥିତି ଚିନ୍ତାଜନକ ରହିଛି। ବେକାରୀ ଏବଂ ମୁଦ୍ରାସ୍ଫୀତି ସହିତ ଅସାମାଜିକ ତତ୍ତ୍ୱଗୁଡ଼ିକ ମଧ୍ୟ ବୃଦ୍ଧି ପାଉଛି ଏବଂ ଦେଶ-ରାଜ୍ୟରେ ଅପରାଧ ହାର ବୃଦ୍ଧି ପାଉଛି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ହିଂସାର ଖବର ସାମ୍ନକୁ ଆସୁଛି। ଆଉ ଛୋଟ ଛୋଟ ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଛି। ଏହି ଜିନିଷଗୁଡ଼ିକ ଚିନ୍ତାର କାରଣ ପାଲଟିଛି।'

ସେ ଆହୁରି କହିଥିଲେ ଯେ, ନିର୍ଭୟା ମାମଲା ପରେ ଦୋଷୀମାନଙ୍କ ପାଇଁ ଫାଶୀ ଲଗାଇବା ନିୟମ ଆସିଛି, ଯେଉଁଥିପାଇଁ ବଳାତ୍କାର ପରେ ହତ୍ୟା ଘଟଣା ବୃଦ୍ଧି ଘଟିଛି। କାରଣ ଦୁଷ୍କର୍ମକାରୀ ଭାବନ୍ତି ଯେ, ପୀଡିତା ଯଦି ତାଙ୍କ ବିରୁଦ୍ଧରେ ସାକ୍ଷୀ ହୁଏ, ତେବେ ତାଙ୍କୁ ଦଣ୍ଡ ଦିଆଯିବ। ତେଣୁ ସେମାନେ ପୀଡିତାଙ୍କୁ ହତ୍ୟା କରୁଛନ୍ତି।'

ଗେହଲଟଙ୍କ ଏହି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।  ବିଜେପି ନେତାମାନେ ତାଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଦେଇଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ଜୟହିନ୍ଦ ଗେହଲୋଟଙ୍କୁ ଟାର୍ଗେଟ କରି କହିଛନ୍ତି, 'ଗେହଲୋଟ୍ ବଳାତ୍କାରକାରୀଙ୍କୁ ନୁହେଁ କଠୋର ବଳାତ୍କାର ଆଇନକୁ ଦାୟୀ କରିଛନ୍ତି! ସେ କହିଛନ୍ତି- ନିର୍ଭୟା ପରେ, ଆଇନ କଡାକଡି ହେବା ଯୋଗୁ ବଳାତ୍କାର ସହ ଜଡିତ ହତ୍ୟା ବୃଦ୍ଧି ପାଇଛି! ଅଧିକାଂଶ ଦୁଷ୍କର୍ମ ମାମଲା ନକଲି! ତାଙ୍କ ମନ୍ତ୍ରୀ କହିଛନ୍ତି ଯେ ଏହା ମୃତମାନଙ୍କ ଦେଶ ତେଣୁ ଦୁଷ୍କର୍ମ ଘଟୁଛି!' ଏତେ ସବୁ ପରେ ବି ପ୍ରିୟଙ୍କାଜୀ ଚୁପ୍ ଅଛନ୍ତି?'

ଶାହାଜାଦ ଆହୁରି କହିଛନ୍ତି 'ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ରାଜସ୍ଥାନ ଶୀର୍ଷରେ ରହିଥିଲେ ମଧ୍ୟ ପ୍ରିୟଙ୍କା ଭଦ୍ରା ନୀରବ ରହିଛନ୍ତି। ଅନେକ ନେତାଙ୍କ ଦୁଷ୍କର୍ମ ସମ୍ପର୍କରେ ବିବୃତ୍ତି ଦେବା ପରେ ମଧ୍ୟ ସେମାନେ ନୀରବ ରହିଛନ୍ତି, କାରଣ ଦଙ୍ଗା ଠାରୁ ଆରମ୍ଭ କରି ଦୁଷ୍କର୍ମ ପର୍ଯ୍ୟନ୍ତ ରାଜସ୍ଥାନର ଆଇନ ବ୍ୟବସ୍ଥା ହାତରୁ ଖସିଯାଇଛି।'

ରାଜସ୍ଥାନରରେ ପ୍ରତି ବର୍ଷ ପାଖାପାଖି ୨୦୦୦ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ଜାନୁଆରୀ ୨୦୨୦ରୁ ଜାନୁଆରୀ ୨୦୨୨ ଭିତରେ POCSO ଅଧିନିୟମ ଅନୁଯାୟୀ ୪୦୯୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥି ସହିତ ଦୁଇ ବର୍ଷ ମଧ୍ୟରେ ମହିଳାଙ୍କୁ ଦୁଷ୍କର୍ମ ମାମଲା ମୋଟ ୧୧,୩୬୮ଟି ପଞ୍ଜିକୃତ ହୋଇଛି। ଏହା ବ୍ୟତୀତ, ଏହି ଦୁଇ ବର୍ଷରେ ୨୬ଟି ମାମଲାରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଯେତେବେଳେ ରାଜସ୍ଥାନରେ ଭାସୁନ୍ଧରା ରାଜଙ୍କ ସରକାର ଥିଲେ ସେତେବେଳେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡ ପାଇଁ ସେ ଏକ ଆଇନ ପ୍ରସ୍ତୁତ କରିଥିଲେ।

Related story