ଓଡ଼ିଶା ସମେତ ୬ ରାଜ୍ୟରେ ଉପନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ୬ଟି ରାଜ୍ୟରେ ୭ଟି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି।  ଆସନ୍ତା  ନଭେମ୍ବ ୩ ତାରିଖରେ ମତଦାନ ହେବ। ଏହି ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, ବିହାର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ  ଏବଂ ହରିୟାଣା। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ସେହିପରି ନଭେମ୍ଭର ୬ ତାରିଖରେ ଫଳାଫଳ ଘୋଷଣା ହେବ।  ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ […]

election

  • Published: Monday, 03 October 2022
  • , Updated: 03 October 2022, 01:05 PM IST

ନୂଆଦିଲ୍ଲୀ: ଆଜି ୬ଟି ରାଜ୍ୟରେ ୭ଟି ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରାଯାଇଛି।  ଆସନ୍ତା  ନଭେମ୍ବ ୩ ତାରିଖରେ ମତଦାନ ହେବ। ଏହି ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, ବିହାର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ  ଏବଂ ହରିୟାଣା। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ସେହିପରି ନଭେମ୍ଭର ୬ ତାରିଖରେ ଫଳାଫଳ ଘୋଷଣା ହେବ।  ଅକ୍ଟୋବର ୧୪ ତାରିଖ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ୧୫ ତାରିଖରେ ନାମାଙ୍କନ ପତ୍ରର ଯାଞ୍ଚ କରାଯିବ।  ଠିକ୍ ସେହିପରି ୧୭ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହି ନିର୍ବାଚନରେ ଇଲେକଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ବ୍ୟବହାର ହେବ। ଏହି ତାଲିକାରେ ଓଡ଼ିଶାର ଧାମନଗର ନିର୍ବାଚନୀ ମଣ୍ଡଳରେ ଉପନିର୍ବାଚନ ହେବ। ଏହି ଉପନିର୍ବାଚନ ପ୍ରକ୍ରିୟା ନଭେମ୍ବର ୮ ତାରିଖରେ ଶେଷ ହେବ। ଏନେଇ ଅକ୍ଟୋବର ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତ ପ୍ରକାଶ ପାଇବ। ବିଜେପି  ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି।

Related story